ଏହି ଆଗ୍ନେୟଗିରି ଦ୍ବୀପରେ ରହୁଛନ୍ତି ମନୁଷ୍ୟ, ଏଠାରୁ ଦେଖାଯାଏ ଆକାଶ ଗଙ୍ଗା

ଏହି ଫଟୋରେ ଆପଣ ଯେଉଁ ଦ୍ବୀପ ଦେଖୁଛନ୍ତି ଏହା ହେଉଛି ଦୁନିଆର ଏକମାତ୍ର ପ୍ରାକୃତିକ ତାରାମଣ୍ଡଳ ଅଟେ ବା ନ୍ୟାଚୁରାଲ ପ୍ଲୈନେଟେରିୟମ। ଏହା ଏକ ଆଗ୍ନେୟଗିରି ଦ୍ବୀପ ଅଟେ ଯେଉଁଠି ମନୁଷ୍ୟ ବାସ କରନ୍ତି। ଏହି ଦ୍ବୀପରୁ ରାତିରେ ସଫା ଆକାଶ ମାର୍ଗର ଦୃଶ୍ୟ ଦେଖିବାକୁ ମିଳିଥାଏ। ଆସନ୍ତୁ ଯାଣିବା ଏହି ଦ୍ବୀପ କେଉଁଠି ଅଛି? ଏଠାରେ କେତେ ଲୋକ ରୁହନ୍ତି ଏବଂ ଏହାର ଖାସ କଥା କ’ଣ?

ଏହି ଦ୍ବୀପର ନାଁ ହେଉଛି ଆଓଗାସୀମା। ଏହା ଜାପନର ଫିଲପିନ ସାଗରରେ ଥିବା ଏକ ଆଗ୍ନେୟଗିରି ଦ୍ବୀପ ଅଟେ। ଜାପାନର ରାଜଧାନୀ ଟୋକିଓରୁ ୩୫୮ କି.ମି ଦୂର ଦକ୍ଷିଣରେ ଅବସ୍ଥିତ। ଏହି ଦ୍ବୀପର କ୍ଷେତ୍ରଫଳ ୮.୭୫ ବର୍ଗ କି.ମି ଅଟେ।

ଆଓଗାସୀମା ଦ୍ବୀପରେ ୧୭୦ ଜଣ ଲୋକ ବାସ କରନ୍ତି। ଏହି ଦ୍ବୀପର ଏହା ଖାସ କଥା କି ଯଦି ଆକାଶ ସଫା ଥାଏ ତେବେ ଆକାଶଗଙ୍ଗାର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳିଥାଏ। ଏହି ଦ୍ବୀପ ଜାପନର ଫୁଜି-ହାକୋନେ-ଇଜୁ ନେଶନାଲ ପାର୍କର ପରିଧିରେ ଆସିଥାଏ।

ଆଓଗାସୀମା ଦ୍ବୀପରେ ଥିବା ଆଗ୍ନେୟଗିରିର ଉଚ୍ଚତା ୩.୫ କି.ମି ଏବଂ ଚଉଡା ୨.୫ କି.ମି ଅଟେ। ଏହି ଦ୍ବୀପର ସବୁଠାରୁ ଉଚ୍ଚ ଭାଗ ୧୩୮୮ ଫୁଟ ଅଟେ। ଆଓଗାସୀମା ଶେଷ ଥର ୧୭୮୧ ରୁ ୧୭୮୫ ମଧ୍ୟରେ ବାରମ୍ବାର ଫାଟିଥିଲା। ଏହାପରେ ଆଉ ଫାଟି ନାହିଁ କିନ୍ତୁ ଜାପାନର ମୌସମ ବିଭାଗ ଏହାକୁ ଏବେ ମଧ୍ୟ କ୍ଲାସ-C କୈଟେଗରୀର ଆକ୍ଟିଭି ଓ୍ବଲ୍କୈନୋ କହୁଛି।

ବର୍ଡ ଲାଇଫ ଇଣ୍ଟରନେଶନାଲ ସଂସ୍ଥା ଆଓଗାସୀମାକୁ ମହତ୍ବପୂର୍ଣ୍ଣ ପକ୍ଷୀ କ୍ଷେତ୍ର ବୋଲି କହିଛନ୍ତି। ଏହି ଦ୍ବୀପରେ ଜାପାନିଜ ଓ୍ବୁଡପିଜନ , ପ୍ଲେସ୍କେସ ଗ୍ରାସହୋପର ଓ୍ବାରବ୍ଲର୍ସ, ଇଜୀମା ଲୀଫ ଓ୍ବରବ୍ଲର୍ସ ଏବଂ ଇଜୂ ଥ୍ରେସେସ ନାମକ ଜୀବ ରହିଥାନ୍ତି।

ଆଓଗାସୀମାରେ କେବେଠାରୁ ମନୁଷ୍ୟ ବସ ବାସ କରୁଛନ୍ତି ତାର କୋଣସି ତଥ୍ୟ କି ଇତିହାସ ନାହିଁ। କିନ୍ତୁ ଏହି ଦ୍ବୀପ ବିଷୟରେ ପ୍ରଥମେ ୧୬୫୨ରେ ଲୋକମାନେ ଯାଣିଲେ ଯେତେବେଳେ ଏଠାରେ ଆଗ୍ନେୟଗିରି ଫାଟିଥିଲା।

୧୭୮୦ ଜୁଲାଈରେ ଏଠାରେ ଲଗାତାର ଭୂମିକମ୍ପ ହୋଇଥିଲା। ଯାହାପାଇଁ ଏହାର ଆଗ୍ନେୟଗିରି କ୍ରାଟର ଗୁଡିକରୁ ଲାଭା ବାହାରି ଥିଲା। ୧୭୮୩ରେ ହୋଇଥିବା ଆଗ୍ନେୟଉଦବିଗିରଣ ପାଇଁ ୬୩ଟି ପରିବାରକୁ ନିଜ ଘର ଛାଡିବାକୁ ପଡିଥିଲା। କିନ୍ତୁ ୧୭୮୫ରେ ହୋଇଥିବା ବିସ୍ଫୋରଣରେ ଏହି ଦ୍ବୀପରେ ରହୁଥିବା ୩୨୭ ଜଣଙ୍କ ମଧ୍ୟରୁ ୧୪୦ ଜଣ ଲୋକଙ୍କର ମୃତ୍ୟୁ ହୋଇଥିଲା।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *