ଅରବାଜଙ୍କ ଗାର୍ଲଫ୍ରେଣ୍ଡ ଓଟ ଉପରେ ଏମିତି ବସିଲେ ଯେ ଲୋକ ଉଡେଇବାକୁ ଲାଗିଲେ ମଜାକ, କମେଣ୍ଟ କଣ କରିଛନ୍ତିି ତାହା ମଧ୍ୟ ପଢି ନିଅନ୍ତୁ

ମୁମ୍ବାଇ: ମଲାଇକା ଅରୋଡା(Malaika Arora) ଙ୍କୁ ଛାଡପତ୍ର ଦେବାପରେ ଅରବାଜ ଖାନ (Arbaaz Khan) ଲମ୍ବା ସମୟରୁ ଇଟାଲୀୟନ ମଡେଲ ଏବଂ ଅଭିନେତ୍ରୀ ଜାର୍ଜିୟା ଏଣ୍ଡ୍ରିୟାନୀ (Georgia Andriani) ଙ୍କୁ ଡେଟ କରୁଛନ୍ତି। ଜର୍ଜିଆଙ୍କର ଏକ ବୋଲ୍ଡ ଫଟୋଶୁଟ ଶୋଶିଆଲ ମିଡ଼ିଆରେ ଭାଇରାଲ ହେଉଛି, ଯେଉଁଥିରେ ସେ ବିକିନୀ ପିନ୍ଧି ଓଟ ଉପରେ ବସିଥିବାର ନଜର ଆସିଛନ୍ତି। ଜର୍ଜିଆ ନିଜେ ଶୋଶିଆଲ ମିଡ଼ିଆରେ ଏହି ଭିଡିଓଟିକୁ ଶେୟାର କରିଛନ୍ତି, ଯେଉଁଥିରେ ସେ ଧଳା ରଙ୍ଗର ବିକିନୀରେ ଓଟ ଉପରେ ବସିଥିବାର ଦେଖାଯାଉଛି। ଭିଡିଓ ଦେଖିବା ପରେ ଶୋଶିଆଲ ମିଡ଼ିଆରେ ଲୋକ ବହୁ ମାତ୍ରାରେ କମେଣ୍ଟ କରୁଛନ୍ତି।

ଜଣେ ବ୍ୟକ୍ତି ଜର୍ଜିଆଙ୍କ ଫଟୋ ଦେଖି ଲେଖିଛନ୍ତି-ରେଗିସ୍ଥାନ ବର୍ତ୍ତମାନ ପ୍ରଥମରୁ ଅଧିକ ଗରମ ହୋଇ ସାରିଛି। ସେଠାରେ ଆଉ ଜଣେ ବ୍ୟକ୍ତି କହିଛନ୍ତି-ବିକିନୀ ପିନ୍ଧି ଓଟ ଉପରେ କିଏ ବସିଥାଏ ଭାଇ। ଉ-ଲଗ୍ନ ଅବସ୍ଥା ପ୍ରତି ଜାଗାରେ। ଆଉ ଜଣେ ୟୁଜର ଲେଖିଛନ୍ତି-ଓଟ ଉପରେ ସୁଇମିଂ କଷ୍ଟ୍ୟୁମ, କିଛି ଧାରଣା ଅଛି ନା ନାହିଁ।

ଜଣେ ବ୍ୟକ୍ତି କହିଛନ୍ତି-ଏହା ରେଗିସ୍ଥାନ ଅଟେ, କୈାଣସି ସମୁଦ୍ର କୂଳ ନୁହେଁ। ସେଠାରେ ଜଣେ ବ୍ୟକ୍ତି କହିଛନ୍ତି-ଏ ସବୁକୁ ଦେଖି ମୋରୋ ତ ହସ ରହୁନାହିଁ। ଆଉ ଜଣେ ବ୍ୟକ୍ତି କହିଛନ୍ତି-ଏମାନଙ୍କ ମଧ୍ୟରେ ଅଧିକ କପଡ଼ା ଏବଂ ଭଲ ବସ୍ତ୍ର ପରିଧାନ ତ ଓଟ କରିଛି।

ଜଣା ଯାଉଛି କି ଜର୍ଜିଆ ଇଟାଲୀୟନ ମଡେଲ ଅଟନ୍ତି। ତାଙ୍କର ପ୍ରକୃତଘର ମିଲାନ ସହରରେ ଅଟେ। ମଡେଲ ହେବା ସହିତ ସେ ବହୁତ ଭଲ ଡ୍ୟାନ୍ସର ମଧ୍ୟ ଅଟନ୍ତି। ଅରବାଜ ତାଙ୍କୁ ବଲିଉଡରେ ଏଣ୍ଟ୍ରି ଦେବାରେ ସାହାଯ୍ୟ କରିଥିଲେ।

ଜର୍ଜିଆ ୨୦୧୭ରେ ଆସିଥିବା ସିନେମା ‘ଗେଷ୍ଟ ଇନ ଲଣ୍ଡନ’ରେ ଏକ ଡ୍ୟାନ୍ସ ନମ୍ବର କରି ସାରିଛନ୍ତି। ଜର୍ଜିଆ ମୁମ୍ବାଇରେ ଅରବାଜଙ୍କ ଠାରୁ ଉପହାରରେ ମିଳିଥିବା ଫ୍ଲାଟରେ ରହୁଛନ୍ତି।

ଅରବାଜ ଖାନଙ୍କ ସହିତ ନିଜ ନାମ ଯୋଡା ହେବା ଉପରେ ଜର୍ଜିଆ କହିଥିଲେ-ବଲିଉଡର କୈାଣସି ବି ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ଯୋଡି ହେବାରେ ଏହି ପ୍ରକାରର ବଜାରୀଖବର ଆସିବା ସାଧାରଣ କଥା ଅଟେ। ଯେତେବେଳେ ଆମେ କୌଣସି ପ୍ରସିଦ୍ଧ ବ୍ୟକ୍ତିଙ୍କ ସହିତ ବନ୍ଧୁତା କରିଥାଉ ତାହେଲେ ତାଙ୍କ ସହିତ ଦେଖା ହେଉଥିବା ବ୍ୟକ୍ତିଙ୍କୁ ମଧ୍ୟ ସମ୍ମତି ଦେବାକୁ ପଡିଥାଏ। ମୋ ଉପରେ ବାହାଘରର ମିଛ ଖବର କୈାଣସି ଫରକ ପକାଉ ନାହିଁ।

ଜର୍ଜିଆ ଅରବାଜ ଖାନଙ୍କ ଠାରୁ ୨୨ବର୍ଷ ଛୋଟ ଅଟନ୍ତି। ଅରବାଜ ଯେଉଁଠାରେ,୫୨ବର୍ଷର ହୋଇସାରିଛନ୍ତି, ସେଠାରେ ଜର୍ଜିଆ ବର୍ତ୍ତମାନ ୩୦ବର୍ଷର ଅଟନ୍ତି। ମଲାଇକାଙ୍କ ସହିତ ଛାଡ଼ପତ୍ର ହେବାପରେ ଅରବାଜ ଖାନ ନିଜେ ଏହା ସ୍ବୀକାର କରିଥିଲେ କି ତାଙ୍କ ଜୀବନରେ କୈାଣସି ସ୍ବତନ୍ତ୍ର ବ୍ୟକ୍ତି ପ୍ରବେଶ କରି ସାରିଛନ୍ତି। ଜଣା ଯାଉଛି କି ଅରବାଜ ଏବଂ ମଲାଇକା ୨୦୧୬ରେ ନିଜର ଅଲଗା ହେବା ଖବର ଘୋଷଣା କରିଥିଲେ। ଏହାପରେ ମଇ ୨୦୧୭ରେ ଦୁଇଜଣ ଛାଡପତ୍ର ଦେଇ ଦେଇଥିଲେ।

ଜର୍ଜିଆ ଏଣ୍ଡ୍ରିୟାନୀଙ୍କ ମୁତାବକ ସେ ଇଟାଲୀରେ ରହୁଥିଲେ ମଧ୍ୟ ତାଙ୍କୁ ଭାରତରେ ନିଜର ନୂଆ ଘର ମିଳି ଯାଇଛି। ତାଙ୍କ ମତରେ ହୋଇପାରେ କି ସେ ବହୁତ ଶୀଘ୍ର ମୁମ୍ବାଇରେ ହିଁ ସବୁବେଳେ ପାଇଁ ରହିଯିବେ।

ଜର୍ଜିଆ ନିଜର ଆଗକୁ ଆସିବାକୁ ଥିବା ପ୍ରୋଜେକ୍ଟ ବିଷୟରେ ଜଣାଇବା ବେଳେ କହିଥିଲେ-ମୁଁ ବଜରଙ୍ଗପୁର ନାମର ଏକ ସିନେମାରେ ସାଇନ କରିଛି। ଏଥିରେ ମୋ ସହିତ ତିଗ୍ମାଂଶୁ ଧୁଲିୟା ସଞ୍ଜୟ ମିଶ୍ରା ଏବଂ ଶ୍ରେୟସ ତଲପଡେ ମଧ୍ୟ ଅଛନ୍ତି। ଏହାର ସୁଟିଂ ଏପ୍ରିଲରେ ହାଇଦ୍ରାବାଦରେ ଆରମ୍ଭ ହେବାର ଥିଲା, କିନ୍ତୁ କରୋନା ଲକଡାଉନ କାରଣରୁ ଏମିତି ହୋଇପାରି ନଥିଲା।

ଏହାଛଡା, ଜର୍ଜିଆ ଅରବାଜ ଖାନଙ୍କ ଗାର୍ଲଫ୍ରେଣ୍ଡ ହେଲେ ମଧ୍ୟ, ସେ ସଲମାନ ଖାନଙ୍କର ବଡ଼ ଫ୍ୟାନ ଅଟନ୍ତି। ତାଙ୍କ ମୁତାବକ ସେ ସଲମାନଙ୍କର ପ୍ରତ୍ୟେକ ଆଗାମୀ ସିନେମାକୁ ଉତ୍ସାହର ସହିତ ଅପେକ୍ଷା କରିଥାନ୍ତି। ମେନେ ପ୍ୟାର କିୟା,ଦବଙ୍ଗ ଏବଂ ସୁଲତାନ ତାଙ୍କର କିଛି ପ୍ରିୟର ସିନେମା ଅଟେ, ଯେଉଁଥିରେ ସଲମାନ ଖାନ କାମ କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *