ପ୍ରଥମ ଥର ଯାହା ସହିତ ରୈମ୍ପ ଓ୍ବାକ କରିଥିଲେ ଅର୍ଜୁନ ରାମପାଲ, ତାଙ୍କ ସହ ବିବାହ କରିଥିଲେ, ୨୧ ବର୍ଷ ପରେ ଦେଇଥିଲେ ତଲାଖ

ମୁମ୍ବାଇ ; ବଲିଉଡ ଆକ୍ଟର ଅର୍ଜୁନ ରାମପାଲ ଆଜି ବା ୨୬ ନଭେମ୍ବରକୁ ନିଜର ୪୬ତମ ଜନ୍ମ ଦିନ ପାଳନ କରୁଛନ୍ତି। ତାଙ୍କର ଜନ୍ମ ଆଜି ୧୯୭୨ ମସିହାରେ ଜବଲପୁରରେ ହୋଇଥିଲା। ଆକ୍ଟର ଜଣକ ମହାରାଷ୍ଟ୍ରର ନାସିକର ଦେଓ୍ବଲାଲିରେ ନିଜର ପଢା ସାରିଥିଲେ। ଅର୍ଜୁନ କେବେବି ଆକ୍ଟର କି ମଡେଲ ବନି ବକୁ ଚାହୁଁନଥିଲେ। କିନ୍ତୁ କାହାକୁ ଜଣାଥିଲା କି ପ୍ରଥମ ଥର ରୈମ୍ପ ଓ୍ବାକ କରିବା ପାଇଁ ଡରୁ ଥିବା ପୁଅ ଭାରତର ସୁପରଷ୍ଟାର ହୋଇଯିବେ ବୋଲି। ଅର୍ଜୁନ ମଡଲିଂଗରୁ ନିଜର କାରିଅର ଆରମ୍ଭ କରିଥିଲେ।

ଅର୍ଜୁନ ରାମପାଲ ଆକ୍ଟିଙ୍ଗ୍ କରିବା ପୂର୍ବରୁ ମଡଲିଂଗ କରୁଥିଲେ। ତାଙ୍କୁ ୧୯୯୪ରେ ସୋଶାଇଟି ଫେସ ଅଫ ଦ ଇଅର ବଛା ଯାଇଥିଲେ। ଆକ୍ଟର ଜଣଙ୍କ ଗୋଟିଏ ଇନ୍ଟ୍ରବ୍ୟୁରେ କହିଥିଲେ କି ଯେତେବେଳେ ସେ ପ୍ରଥମ ଥର ରୈମ୍ପ ଓ୍ବାକ କରିଥିଲେ ସେତେବେଳେ ସେ ଡରରେ ମଡେଲ ମେହରଙ୍କ ହାତ ଧରି ପାକାଇ ଥିଲେ।

ପରେ ଅର୍ଜୁନ ୧୯୯୮ରେ ଫେମିନା ମିସ ଇଣ୍ଡିଆ ମେହର ଜେସିୟାଙ୍କୁ ବିବାହ କରିଥିଲେ। ତାଙ୍କର ଦୁଇଟି ଝିଅ ମାୟରା ଏବଂ ମହିକା। କିନ୍ତୁ ଏବେ ମେହେର ଏବଂ ଅର୍ଜୁନ ଅଲଗା ହୋଇ ଯାଇଛନ୍ତି ଏବଂ ତାଙ୍କର ତଲାଖ ହୋଇଯାଇଛି।

ଅର୍ଜୁନ ଏବଂ ମେହେର ୨୧ ବର୍ଷ ପରେ ଅଲଗା ହୋଇ ଯାଇଥିଲେ। ଦୁଇ ଜଣ ନିଜର ସମ୍ପର୍କ ବଞ୍ଚେବାକୁ ଚେଷ୍ଟା କରିଥିଲେ କିନ୍ତୁ ଏହା ହୋଇ ନହେବା କାରଣରୁ ଦୁଇ ଜଣ ନିଜ ସମ୍ପର୍କକୁ ଶେଷ କରିବାର ନିସ୍ପତି ନେଇଥିଲେ। ଦୁଇ ଜଣେ ନିଜେ ଅଲଗା ହେବାକୁ ଅଫିସଆଲି ଘୋଷଣା କରିଥିଲେ।

ଅର୍ଜୁନ ଏବଂ ମେହେର ଙ୍କର ୨୦୧୯ରେ ତାଙ୍କର ତଲାଖ ହୋଇ ଯାଇଥିଲା। ତାଙ୍କର ଦୁଇଟି ଝିଅ ମାୟରା ଏବଂ ମାହିକା ନିଜ ମା ସହିତ ରହୁଛନ୍ତି। ସେଇଠି ଆକ୍ଟର ନିଜର ପ୍ରେମିକା ଗୈବ୍ରିଏଲାଙ୍କ ସହ ରହୁଛନ୍ତି। ଦୁଇ ଜଣଙ୍କର ଗୋଟିଏ ପୁଅ ଅଛି। ସେମାନେ ଏ ପର୍ଯ୍ୟନ୍ତ ବିବାହ କରି ନାହାଁନ୍ତି।

ଯଦି ଅର୍ଜୁନ ରାମପାଲଙ୍କ ଓ୍ବାର୍କ ଫଣ୍ଡର କଥା କହିବାକୁ ଗଲେ ତାଙ୍କୁ ଶେଷ ଥର ଡାଡି ଫିଲ୍ମରେ ଦେଖିବାକୁ ମିଳିଥିଲା। ସେ ଡିଜିଟାଲ ଟେବ୍ୟୁ ମଧ୍ୟ କରି ସାରିଛନ୍ତି। ସେ ଓ୍ବେବ ସିରିଜ ଦ ଫାଇନାଲ କଲରେ ନଜର ଆସିଥିଲେ।

ଏହା ବ୍ୟତିତ ଅର୍ଜୁନ ରାମପାଲ ଏହି ଦିନରେ ଏନସିବିର କାର୍ଯ୍ୟବାହୀରେ ଚର୍ଚ୍ଚାକୁ ଆସିଥିଲେ। ଏନସିବି ତାଙ୍କ ଘରେ ତଦନ୍ତରେ କିଛି ଇଲୋକ୍ଟ୍ରୋନିକ ଡିଭାଇସ ଜବତ କରିଥିଲେ ଏବଂ ପ୍ରତିବନ୍ଧକ ଔଷଧ ମିଳିଥିଲା। ଯାହାପରେ ଏନସିବି ଅର୍ଜୁନଙ୍କୁ ପଚରା ଉଚରା ପାଇଁ ଡାକିଥିଲା। ଅର୍ଜୁନଙ୍କୁ କେତେ ଘଣ୍ଟା ପର୍ଯ୍ୟନ୍ତ ପଚରା ଉଚରା ହୋଇଥିଲା।

Leave a Reply

Your email address will not be published. Required fields are marked *