ଶୀତ ଆସିବା ମାତ୍ରେ ହିଁ ଓଠ ଫାଟିବାକୁ ଲାଗିଥାଏ। ଏହି ୪ଟି ଘରୋଇ ଉପାୟ ଦେବ ଆରାମ

ଶୀତ ଆସିବା ମାତ୍ରେ ଆମେ ପାଣିର ବ୍ୟବହାର କମ କରିଦେଉ ଥାଉ। ଯାହା ପାଇଁ ଡ୍ରାଇନେସ ସ୍କିନ ଏବଂ ଓଠ ଫାଟିବାର ସମସ୍ୟା ହୋଇଥାଏ। ଏହି ଶୀତରେ ନିଜର ଓଠକୁ ସୁନ୍ଦର ଏବଂ ନରମ ବନେଇବାକୁ ଚାହୁଁଛନ୍ତି ତେବେ ବହୁତ ପାଣି ପିଅନ୍ତୁ ଏବଂ ଏହି ଉପାୟ କରନ୍ତୁ।

ଶୀତ ଦିନରେ ଅବଶ୍ୟ ଲୋକମାନଙ୍କ ଓଠ ଫାଟିବାର ସମସ୍ୟା ଦେଖିବାକୁ ମିଳିଥାଏ। ଡକ୍ଟରଙ୍କ ଅନୁସାରେ ଶରୀରରେ ପାଣିର ଭାଗ କମ ହେବାରୁ ଏପରି ସମସ୍ୟା ଦେଖା ଦେଇଥାଏ। ଶୀତଦିନ ଆସିବା ମାତ୍ରେ ଅମ୍ଭେମାନେ ପାଣିର ବ୍ୟବହାର କମ କରି ଦେଇଥାଉ। ଯେଉଁଥି ପାଇଁ ଡ୍ରାଇନେସ ସ୍କିନ ଏବଂ ଓଠ ଫାଟିବା ପରି ସମସ୍ୟା ଦେଖା ଦେଇଥାଏ। ଏହି ଶୀତରେ ନିଜର ଓଠକୁ ସୁନ୍ଦର ଏବଂ ନରମ ବନେଇବା ପାଇଁ ବହୁତ ପାଣି ପିଅନ୍ତୁ ଏବଂ ତଳେ ଦିଆଯାଇଥିବା ଟିପ୍ସ ଫଲୋ କରନ୍ତୁ।

ଓଠକୁ ମଧ୍ୟ ଦରକାର ଆର୍ଦତା

ଆପଣଙ୍କ ଦେହ ପରି ଆପଣଙ୍କ ଓଠକୁ ମଧ୍ୟ ନରମତା ଆବଶ୍ୟକ। ଏଥିପାଇଁ ପାଣି, ପନିପରିବା ଏବଂ ଫଳର ଶେବନ ଅଧିକ କରନ୍ତୁ। ବାହାରକୁ ଯିବା ସମୟରେ ଏସପିଏଫ ଯୁକ୍ତ ଲିପ ଗ୍ଲାସ ଲଗାନ୍ତୁ।

ଗ୍ଲେସରିନ ଏବଂ ମ୍ୟାଟ ଲିପଷ୍ଟିକ

ଅଧିକ ଶୁୁଖିଲା ଦେହ ଏବଂ ଫଟା ଓଠ ପାଇଁ ଗ୍ଲେସରିନ ମଧ୍ୟ ଘରୋଇ ଔଷଧ ରୂପରେ ବ୍ୟବହାର କରିପାରିବେ। ଏହାକୁ ଓଠ ଏବଂ ଆଖିର ଆଖ ପାଖରେ ଲଗାନ୍ତୁ। ଯଦି ଆପଣଙ୍କ ଓଠ ଶୁଖିଲା ଅଛି ତେବେ ମ୍ୟାଟ ଲିପଷ୍ଟିକ ନଲଗେଇ କ୍ରିମ ଲିପଷ୍ଟିକ ଲଗାନ୍ତୁ।

ଶିୟା ବଟର ବା ନଡିଆ ତେଲ।

ଦିନରେ ମଧ୍ୟ ଶିୟା ବଟର ଓଠରେ ଲଗାନ୍ତୁ। ଏଥିରେ ଏସପିଏଫ ଭାଗ ଥାଏ। ଏଥିରେ ଓଠକୁ ପୋଷଣ ମିଳିଥାଏ। ଶୀତରେ ଓଠର ଶୁଖିଲା ପଣ ଏବଂ ଫାଟିବାରୁ ବଞ୍ଚିବା ପାଇଁ ନିୟମିତ ଭାବରେ ନଡିଆ ତେଲ ଲଗାନ୍ତୁ। ଓଠକୁ ଭିତରୁ ପୋଷଣ ଦେବା ପାଇଁ ନାଭିରେ ମଧ୍ୟ ନଡିଆ ତେଲ ଲଗାନ୍ତୁ।

ଆଣ୍ଟି ଅକ୍ସିଡେଟ ମଧ୍ୟ ଜରୁରୀ

ମେକପ୍ ବିଶେଷଜ୍ଞ ଆକୃତି କୋଚର ଅନୁସାରେ ଭିଟାମିନ-ଈ ଯୁକ୍ତ ଲିପ ବାମ ଆଣ୍ଟିକ୍ସିଡେଟର ବଢିଆ ସ୍ରୋତ ହୋଇଥାଏ ଏବଂ ଓଠକୁ ନରମ ଓ ଗୋଲାପି ବନେଇ ରଖିଥାଏ। ଶୀତରେ ଫଟା ଓଠର ଏକ କାରଣ ଡେଡ ସ୍କିନ ମଧ୍ୟ ହୋଇଥାଏ। ଏଥିପାଇଁ ଆପଣ ମହୁ ଏବଂ ଚିନିର ସ୍କ୍ରବ ବନେଇ ପାରିବେ। ମହୁ ଓଠକୁ କୋମଳ ରଖିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *