ରାତି ୨ ଟାରେ ଘରେ ଭୟଙ୍କର ଅଗ୍ନିକାଣ୍ଡ, ପୋଷା ଶୁଆ ବଞ୍ଚାଇଲା ମାଲିକର ଜୀବନ

ଗୃହପାଳିତ ପଶୁମାନେ ସେମାନଙ୍କ ମାଲିକଙ୍କ ପ୍ରତି ଅତ୍ୟନ୍ତ ବିଶ୍ୱସ୍ତ ଅଟନ୍ତି | ଯାହା କିଛି ବି ହେଇଯାଉ, ସେମାନେ ମାଲିକର କ୍ଷତି କେବେ ହବାକୁ ଦିଅନ୍ତି ନାହିଁ। ଆପଣ ନିଶ୍ଚିତ ଭାବରେ ଆଜି ପର୍ଯ୍ୟନ୍ତ କୁକୁର ବିଶ୍ୱସ୍ତତାର ଅନେକ କାହାଣୀ ଶୁଣିଥିବେ କିନ୍ତୁ ନିକଟରେ ଅଷ୍ଟ୍ରେଲିଆର ବ୍ରିସବେନ୍ ରେ ଏକ ଶୁଆ ତା’ର ମାଲିକକୁ ଜୀବନ୍ତ ଜଳିବା ଠାରୁ ରକ୍ଷା କଲା । ଯଦି ସେ ଶୁଆ ନଥାନ୍ତା, ତେବେ ମାଲିକ ଜଣକ ପୁରା ଜଳିପୋଡ଼ି ପାଉଁଶ ହୋଇଯାଇଥାନ୍ତା। ଆସନ୍ତୁ ଏ ଘଟଣା ବିଷୟରେ ଅଧିକ ଜାଣିବା।

ନଭେମ୍ବର 4 ତାରିଖ ଦିନ ଯେତେବେଳେ କୁଇନ୍ସଲ୍ୟାଣ୍ଡର ବ୍ରିସବେନସ୍ଥିତ କଙ୍ଗାରୁ ପଏଣ୍ଟ ନିକଟ ଘରେ ରାତି ପ୍ରାୟ ୨ ଟା ରେ ଅଗ୍ନିକାଣ୍ଡ ଘଟିଥିଲା, ଘର ମାଲିକ ଆଣ୍ଟୋନ ନଗୁଏନ ଘଟଣା ସମୟରେ ଶୋଇଥିଲେ । କିନ୍ତୁ ତା’ର ପୋଷା ଶୁଆଟି ସ୍ପାର୍କ ଦେଖିଲା। ଏହା ପରେ, ସେ ଏପରି କାର୍ଯ୍ୟ କଲେ ଯାହା ତାଙ୍କ ମାଲିକଙ୍କ ଜୀବନ ବଞ୍ଚାଇବାକୁ କେହି ଆଶା କରିନଥିଲେ | ସ୍ପାର୍କ ଦେଖି ଏରିକ ନାମକ ଏହି ଶୁଆଟି ଅଗ୍ନି ଆଲାର୍ମ ବଜାଇବାକୁ ଲାଗିଲା । ଏହା ପରେ ବ୍ୟକ୍ତି ଉଠି ଶୁଆ ସହିତ ଜଳୁଥିବା ଘରୁ ଦୌଡ଼ି ପଳାଇଲେ।

ପ୍ରଥମେ ଉଚ୍ଚ ସ୍ୱର

ଘରେ ନିଆଁ ଦେଖି ଶୁଆଟି ପ୍ରଥମେ ମାଲିକଙ୍କ ନାମ ଡାକିଲା। କିନ୍ତୁ ଆଣ୍ଟନ୍ ଗଭୀର ନିଦ୍ରା ରେ ଶୋଇଥିଲେ। ସେ ତାଙ୍କ ନାମ ଶୁଣି ପାରିଲେ ନାହିଁ। ଏହା ପରେ ଶୁଆ ତାର ମନରେ ଉପାୟ ପାଞ୍ଚିଲା।ସେ ସଙ୍ଗେ ସଙ୍ଗେ ଅଗ୍ନି ଆଲାର୍ମ ଭଳି ନକଲ କରି ଲାଗିଲା।
ଆଣ୍ଟୋନ୍ ଅଗ୍ନି ଆଲାର୍ମ ଶୁଣିବା ମାତ୍ରେ ସେ ଚକିତ ହୋଇ ଉଠିଲେ। ସେ ସଙ୍ଗେ ସଙ୍ଗେ ଧୂଆଁ ଅନୁଭବ କଲେ। ଏହା ପରେ ସେ ଶୁଆଟିକୁ ଧରି ଘରୁ ବାହାରକୁ ଆସିଲେ।

ମାଲିକ ଜଣଙ୍କର କିଛି ବି କ୍ଷତି ହୋଇନାହିଁ:

ଏହି ଦୁର୍ଘଟଣାରେ ଆଣ୍ଟୋନ୍ଙ୍କ ପୁରା ଘର ପାଉଁଶ ହୋଇଯାଇଥିଲା। କିନ୍ତୁ ତାଙ୍କର କୌଣସି ବି କ୍ଷତି ହୋଇନଥିଲା ।ତାଙ୍କୁ ଡାକ୍ତରଖାନା ନେବାକୁ ମଧ୍ୟ ପଡିନଥିଲା । ଡାକ୍ତରୀ ଦଳ ତାଙ୍କୁ ଘଟଣାସ୍ଥଳରେ ଯାଞ୍ଚ କରି ଫିଟ୍ ଘୋଷଣା କରିଥିଲେ। ଏଥିସହ ଅଗ୍ନିଶମ ବାହିନୀ ମଧ୍ୟ ରାତି 3:30 ପର୍ଯ୍ୟନ୍ତ ଘରର ନିଆଁ ଲିଭାଇ ଦେଇଥିଲେ।ଏପର୍ଯ୍ୟନ୍ତ ଅଗ୍ନିକାଣ୍ଡର କାରଣ ଜଣା ପଡିନାହିଁ, କିନ୍ତୁ ପାରାଟି ମାଲିକଙ୍କ ଜୀବନ ରକ୍ଷା କରିଛି, ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି ଓ ଚର୍ଚ୍ଚାର ବିଷୟ ପାଲଟିଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *