୨୭ ବର୍ଷରେ ଏମିତି ଦେଖିବାକୁ ଲାଗିଲେ ୯୦ ଦଶକ ର ଏହି ଆକ୍ଟର, ଫିଲ୍ମ ଛାଡି କରିଥିଲେ ବିବାହ, ଏବେ ସେ ଗୋଟେ ଝିଅର ମା

ମୁମ୍ବାଇ ; ୯୦ ଦଶକର ପପୁଲାର ଆକ୍ଟର ଶିଲ୍ପା ଶିରୋଡକର ୫୧ ବର୍ଷ ର ହୋଇ ଗଲେଣି। ୨୦ ନଭେମ୍ବର ୧୯୬୯ ମୁମ୍ବାଇ ରେ ଜନ୍ମ ହୋଇଥିବା ଶିଳ୍ପା ଶେଷ ଥର ଦଶ ବର୍ଷ ପୂର୍ବେ ୨୦୧୦ ରେ ଆସିଥିବା ଫିଲ୍ମ ‘ ବାରୂଦ ‘ ରେ ଦେଖିବାକୁ ମିଳିଥିଲେ। ୨୦୧୪ ସେ ଛୋଟ ପରଦା ର ସିରିଏଲ ‘ ଏକ ମୁଠି ଆସମାନ ‘ ଦ୍ବାରା ଫେରିଥିଲେ। କିନ୍ତୁ ଦ୍ବିତୀୟ ଥର ଫିଲ୍ମ ରେ ଦେଖିବାକୁ ମିଳି ନ ଥିଲେ । ଶିଳ୍ପା ୧୯୯୩ ରେ ଗୋବିନ୍ଦା ଙ୍କ ସହିତ ସୁପର ହିଟ ଫିଲ୍ମ ‘ ଆଂଖେ ‘ ରେ ଦେଖିବାକୁ ମିଳିଥିଲେ। ସେହି ଫିଲ୍ମ ରେ ସେ ଚନ୍ଦ୍ରମୂଖୀ ର ରୋଲ କରିଥିଲେ। ଶିଳ୍ପା ଏବେ ଫିଲ୍ମ ଠାରୁ ଦୂରେଇ ନିଜ ଫାମିଲି ସହ ବ୍ୟସ୍ତ ଅଛନ୍ତି। ସିସିଙ୍ଗ ସିରିଜ ଦ୍ବାରା ଆମେ କହୁଛୁ ୯୦ ଦଶକ ର ଫେମସ ଆକ୍ଟ୍ରସେ ଶିଳ୍ପା ଶିରୋଡକରଙ୍କ ବିଷୟରେ।

ଆଜି ଠାରୁ ୩୦ ବର୍ଷ ପୂର୍ବେ ୧୯୯୦ ରେ ରିଲିଜ ହୋଇଥିବା ଫିଲ୍ମ ‘ କିଶାନ କହୈଁୟା ‘ ରେ ବୋଲ୍ଡ ଆବତାର ରେ ଦେଖା ଦେଇଥିବା ଶିଳ୍ପା ବର୍ତ୍ତମାନ ବହୁତ ବଦଳି ଯାଇଛନ୍ତି। ଶିଳ୍ପା ବଲିଉଡରେ ୧୯୮୯ ରେ ଫିଲ୍ମ ‘ ଭ୍ରଷ୍ଟାଚାର ‘ ରୁ ବଲିଉଡରୁ ଡେବ୍ୟୁ କରିଥିଲେ। ଏହି ଫିଲ୍ମ ରେ ସେ ଏକ ଅନ୍ଧୁଣୀ ଗୋପୀ ର ରୋଲ କରିଥିଲେ। ଫିଲ୍ମ ରେ ତାଙ୍କ ଅପୋଜିଟ ରେ ମିଥୁନ ଚକ୍ରବତୀ ଥିଲେ।

ଶିଳ୍ପା ଶିରୋଡକର ଗୋଟିଏ ପରେ ଗୋଟିଏ ଫିଲ୍ମରେ ନାମିଦାମି ଷ୍ଟାର ଙ୍କ ସହିତ କାମ କରିଛନ୍ତି , କିନ୍ତୁ ତାଙ୍କ ଜୋଡିକୁ ସବୁଠାରୁ ଅଧିକ ପ୍ରଶଂସା କରାଯାଇଥିଲା ମିଥୁନ ଚକ୍ରବତୀ ଙ୍କ ସହିତ। ମିଥୁନ ଙ୍କ ସହିତ ଶିପ୍ଳା ଶିରୋଡକର ୯ ଟି ଫିଲ୍ମରେ କାମ କରିଛନ୍ତି ଏବଂ ସବୁ ଫିଲ୍ମ ରେ ମିଥୁନ ଏବଂ ଶିଳ୍ପା ଶିରୋଡକରଙ୍କ ଜୋଡି କୁ ବହୁତ ପ୍ରଶଂସା ମିଳିଥିଲା।

ଗୋଟିଏ ପଟରେ ଶିଳ୍ପା ଙ୍କୁ ଭଲ ଭଲ ଫିଲ୍ମ ମିଳୁଥିଲା ତେବେ ସେଇଠି ଅନ୍ୟ ଆଡୁ ତାଙ୍କର ଓ୍ବେଟ ଇଶ୍ୟୁ ବହୁତ ହେଉଥିଲା। କମ ଲୋକ ଜାଣିଥିବେ କି ଶାହାରୁଖ ଖାନ ଏବଂ ମନିଷା କୋଈରାଲା ସ୍ଟାର ଫିଲ୍ମ ‘ ଦୀଲ୍ଲ ସେ ‘ ର ହିଟ ଗୀତ ‘ ଛୈୟାଂ ଛୈୟାଂ ‘ ପାଇଁ ପ୍ରଥମେ ଶିଳ୍ପା ଶିରୋଡକରଙ୍କୁ ଶାଇନ କରାଯାଇଥିଲା।

ପରେ ଫିଲ୍ମ ଡାଇରେକ୍ଟର ଶିଳ୍ପାଙ୍କର ମୋଟା ଏବଂ ଓଜନ ବଢିବା ହେତୁ ସେହି ଗୀତରେ ତାଙ୍କୁ ନେବା ପାଇଁ ମନା କରିଥିଲେ। ତା ପରେ ତାଙ୍କ ଯାଗାରେ ମଲାଇକା ଅରୋରାଙ୍କୁ ନିଆ ଯାଇଥିଲା।

୧୧ ଜୁଲାଈ ୨୦୦୦ ମସିହା ରେ ଶିଳ୍ପା ୟୁକେର ବେଷ୍ଟ ବ୍ୟାଙ୍କର ଅପରେଶ ସଞ୍ଜିତ ଙ୍କୁ ବିବାହ କରିଥିଲେ। ବିବାହ ର ତିନି ବର୍ଷ ପରେ ତାଙ୍କ ଝିଅ ଅନୁଷ୍କା ଜନ୍ମ ହୋଇଥିଲା। ୧୭ ବର୍ଷ ର ଶିଳ୍ପାଙ୍କ ଝିଅ ବର୍ତ୍ତମାନ ଫିଲ୍ମ ଦୁନିଆ ରୁ ଦୂରରେ ଅଛନ୍ତି।

ଶିଳ୍ପାଙ୍କ ଅନୁସାରେ ତାଙ୍କ ସ୍ବାମୀ ପେସାରେ ବ୍ୟାଙ୍କର ଅଟନ୍ତି। ସେ ଯେତେବେଳେ ବିଦେଶରେ ଥିଲେ ତେବେ ସେ ଅନୁଭବ କଲେ କି ଯଦି ସେ ପାଠ ପଢିଥାନ୍ତେ ତେବେ ସେ ଗୋଟିଏ ଚାକିରୀ କରି ପରିଥାନ୍ତେ। ମୁଁ ବୋଧହୁଏ ଆକ୍ଟିଙ୍ଗ୍ ଛଡା ଆଉ କିଛି କରି ପାରବି ନାହିଁ।

ଯେତେବେଳେ ମୁଁ ଚନ୍ଦ୍ରମୂଖୀର ରୋଲ ପ୍ଲେ କରିଥିଲି ସେଥିରେ ମତେ ବହୁତ ପପୁର୍ଲାଟି ମିଳିଲା। ଏହା ପରେ ‘ ଗୋପୀ କିଶନ ‘ ବୋଲ ବୋଲ , ଟେଲ ଟେଲ ର ଡାଇଲଗରେ ବହୁତ ପ୍ରଶଂସା ମିଳିଥିଲା। ଫିଲ୍ମ ସୁଟିଂଗ ସମୟ ରେ ଏହା ଭାବି ନଥିଲି କି ଏହା ଏତେ ଫେମସ ହେବ ବୋଲି।

ଶିଳ୍ପା ଶିରୋଡକର ୨୦୦୦ ମସିହା ପର୍ଯ୍ୟନ୍ତ ଫିଲ୍ମ ରେ କାମ କରିଛନ୍ତି ଏବଂ ତାପରେ ସେ ଆକ୍ଟିଙ୍ଗ୍ ରୁ ବ୍ରେକ ନେଇଗଲେ। ଏହାପରେ ସେ ପାଖାପାଖି ୧୩ ବର୍ଷ ର ବ୍ରେକ ନେଇଥିଲେ। ଫିଲ୍ମ ଏବଂ ଆକ୍ଟିଙ୍ଗ୍ ରୁ ବ୍ରେକ ନେବା ପରେ ଶିଳ୍ପା ଶିରୋଡକର ୨୦୧୩ ମସିହା ରେ ଟିଭି ଦ୍ବାରା ଫେରିଥିଲେ।

ସିରିଏଲ ‘ ଏକ ମୁଠି ଆସମାନ ‘ ରେ ଶିଳ୍ପା ଶିରୋଡକରଙ୍କ ଆକ୍ଟିଙ୍ଗକୁ ବହୁତ ପ୍ରଶଂସା କରାଯାଇଥିଲା କିନ୍ତୁ ବଡ ପରଦାରେ ତାଙ୍କୁ ଦେଖିବାକୁ ମିଳି ନଥିଲା। ଆଜି ମଧ୍ୟ ୯୦ ଦଶକର ସେହି ଶିଳ୍ପାଙ୍କର ଜବରଦସ୍ତ ଆକ୍ଟିଙ୍ଗର ପ୍ରଶଂସା କରାଯାଉଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *