ବ୍ୟାଙ୍କ ଖାତା ସହ ଜଡ଼ିତ ନୂଆ ନିୟମ ଗୁଡ଼ିକୁ ନେଇ RBI କରିଲା ବଡ଼ ଘୋଷଣା , ଏବେ ଅକ୍ଟୋବର ୩୧ ପାଖରୁ ଲାଗୁ ହେବ , ନମାନିଲେ ବନ୍ଦ ହୋଇଯିବ ଖାତା

ଭାରତୀୟ ରିଜର୍ଭ ବ୍ୟାଙ୍କ ଅନ୍ୟ ବ୍ୟାଙ୍କ ଗୁଡ଼ିକ ପାଇଁ କରେଣ୍ଟ ଆକାଉଣ୍ଟ ଅର୍ଥାତ ଚାଲୁ ଥିବା ଖାତା ର ନୂଆ ନିୟମକୁ ଲାଗୁ କରିବାର ସମୟ ସୀମା କୁ ବୃଦ୍ଧି କରି ଅକ୍ଟୋବର ୩୧ କରି ଦେଇଛନ୍ତି । ଗତ ଦିନ ମାନଙ୍କରୁ ଅନେକ ଛୋଟ ଛୋଟ କମ୍ପାନୀ ଗୁଡ଼ିକର ମାଲିକ ମାନେ ଖାତା ବନ୍ଦ ହେବାର ଅଭିଯୋଗ ସରକାର ଏବଂ RBI ଙ୍କୁ କହିଥିଲେ । ଆରବୀଆଈ ତରଫରୁ ଜାରି ହୋଇଥିବା ବୟାନ ରେ କୁହାଯାଇଛି ଯେ ଚାଲୁ ଖାତା ପାଇଁ ନୂଆ ନିୟମ ର ଉଦ୍ଦେଶ୍ୟ କରଜ ଦାରଙ୍କ ମଧ୍ୟରେ କରଜ ଅନୁଶାସନ ଲାଗୁ କରିବା ସହିତ ବ୍ୟାଙ୍କ କୁ ଦୃଢ଼ ଦୃଷ୍ଟି ଦେବା ଅଟେ ।

ଗତ ବର୍ଷ ଅଗଷ୍ଟ ରେ ଆରବୀଆଈ କରେଣ୍ଟ ବ୍ୟାଙ୍କ ଆକାଉଣ୍ଟ ଖୋଲିବା ପାଇଁ ନୂଆ ନିୟମ ବନାଇଥିଲା । ଏଥିରେ କୁହାଯାଇଥିଲା ଯେ କରଜ ନେଉଥିବା ଲୋକଙ୍କର କେବଳ ସେହି ବ୍ୟାଙ୍କ ରେ ଚାଲୁ ଥିବା ଖାତା ହୋଇପାରେ ଯେଉଁଥିରେ ତାହାର ମୋଟ କରଜ ର ଅତି କମରେ ୧୦ ପ୍ରତିଶତ ଅଂଶ ହେଉଥିବ । ତାହାପରେ ବ୍ୟାଙ୍କ ଗ୍ରାହକ ଙ୍କୁ ଇମେଲ ପଠାଇ ତାଙ୍କର କରେଣ୍ଟ ଆକାଉଣ୍ଟ ବନ୍ଦ କରିବା କିମ୍ବା ଫ୍ରିଜ କରିବା ର ସୂଚନା ଦେଇଛି । ଆରବୀଆଈ ର ପୁରୁଣା ନିର୍ଦେଶ ର ମୁତାବିକ , ବ୍ୟାଙ୍କ ନିଜର ଗ୍ରାହକଙ୍କୁ କହିଥିଲା ଯେ ଆମ ବ୍ରାଞ୍ଚ ରେ ନିଜର କ୍ୟାଶ କ୍ରେଡିଟ / ଓଭରଡ୍ରାଫ୍ଟ ଆକାଉଣ୍ଟ ବନାଇ ରଖି ପାରିବେ କିନ୍ତୁ ନିଜ କରେଣ୍ଟ ଆକାଉଣ୍ଟ କୁ ବନ୍ଦ କରିବାକୁ ପଡ଼ିବ । କେସ କ୍ରେଡିଟ / ଅଭରଡ୍ରାଫ୍ଟ ଆକାଉଣ୍ଟ ର ସୁବିଧା ନେବା ସମୟରେ ଏହାକୁ ମେନଟେନ କରାଯାଇ ପାରିବ ନାହିଁ । ଆପଣ ମାନଙ୍କୁ ଅନୁରୋଧ ଯେ ୩୦ ଦିନ ଭିତରେ ନିଜର କରେଣ୍ଟ ଆକାଉଣ୍ଟ ବନ୍ଦ କରିବାର ବ୍ୟବସ୍ଥା କରନ୍ତୁ ।

RBI ତରଫରୁ ଜାରି ସର୍କୁଲର ରେ କୁହାଯାଇଛି ଯେ ନୂଆ ନିୟମ କୁ ଲାଗୁ କରିବା ସମ୍ବନ୍ଧୀ ବିଷୟ କୁ ସମାଧାନ କରିବା ପାଇଁ ତାହାକୁ ବ୍ୟାଙ୍କ ରୁ କିଛି ଅଧିକ ସମୟ ପାଇଁ ଅନୁରୋଧ ପ୍ରାପ୍ତ ହୋଇଛି । ଯେଉଁ କାରଣରୁ ନିୟମକୁ ଲାଗୁ କରିବାର ସମୟସୀମା କୁ ବଢ଼ାଇ ଅକ୍ଟୋବର ୩୧ , ୨୦୨୧ କରି ଦିଆଯାଇଛି ।

କାହିଁକି ନୂଆ ନିୟମ ଲାଗୁ ହେଉଛି :-

ଏହି ଜରିଆରେ କେଶ ଫ୍ଲୋ ଉପରେ ନଜର ରଖିବା ଏବଂ ଫଡ୍ସ ର ହେରାଫେରି ଉପରେ ପ୍ରତିବନ୍ଧକ ଲଗାଇବା ଅଟେ । ଆରବୀଆଈ ଅନୁଯାୟୀ ଉପସ୍ଥିତ ଗାଇଡ଼ଲାଇନ ଏବଂ ଜରିମାନା ର ପ୍ରବନ୍ଧନ ସତ୍ତ୍ୱେ କରଜ ନେଉଥିବା ଲୋକ ଅନେକ ବ୍ୟାଙ୍କ ରେ ଚାଲୁ ଖାତା ଖୋଲି ଫଣ୍ଡସ ହେରଫେର କରୁଥିଲେ । ନୂଆ ନିୟମ ର ଉଦ୍ଦେଶ୍ୟ ତ ସ୍ପଷ୍ଟ ଅଟେ କିନ୍ତୁ ଗ୍ରାହକ ଙ୍କୁ ଖୁବ ସମସ୍ୟା ହୋଇଛି । ଏକ ସରକାରୀ ବ୍ୟାଙ୍କ ର ସିନିୟର ଅଧିକାରୀ ଇଟୀ କୁ କହିଛି ଯେ ହଜାର ହଜାର ଆକାଉଣ୍ଟ କୁ ବନ୍ଦ କରିବା ପାଇଁ ବାଧ୍ୟ କରାଯାଇଛି । ଯଦି ସବୁ ବ୍ୟାଙ୍କ ବିଷୟରେ କୁହାଯାଏ ଲକ୍ଷେ ରୁ ଅଧିକ ହୋଇପାରେ । ଏହା ଏକ ଚ୍ୟାଲେଞ୍ଜ ପୂର୍ଣ୍ଣ କାମ ଅଟେ ।

କରେଣ୍ଟ ଆକାଉଣ୍ଟ ବିଜେନେସ ଚଳାଉଥିବା ଲୋକଙ୍କ ପାଇଁ ଏକ ବ୍ୟାଙ୍କ ଖାତା ହୋଇଥାଏ । ଏହା ନୀତିଦିନର ର ବିଜନେସ କରିବାକୁ ସୁବିଧା ଦେଇଥାଏ । କରେଣ୍ଟ ଆକାଉଣ୍ଟ ରେ ପଡ଼ିଥିବା ଟଙ୍କା କୁ କୌଣସି ବି ସମୟରେ ବ୍ୟାଙ୍କ ର ଶାଖା କିମ୍ବା ଏଟୀଏମ ରୁ ବାହାର କରାଯାଇ ପାରିବ । ଏଥିରେ କୌଣସି ପ୍ରକାରର କୌଣସି ପ୍ରତିବନ୍ଧକ ନଥାଏ । ଖାତାଧାରକ ଯେତେଥର ଚାହିଁବେ ଟଙ୍କା ଉଠାଇ ଜମା କରି ପାରିବେ । ଅର୍ଥାତ ଚାଲୁ ଖାତା ରେ ଆପଣ ନିଜ ଇଚ୍ଛାରେ ଗୋଟିଏ ଦିନରେ ଯେତେ ଇଚ୍ଛା ସେତେ ନେଣଦେଣ କରି ପାରିବେ । ସେଭିଂ ବ୍ୟାଙ୍କ ଆକାଉଣ୍ଟ ରେ ଯେଉଁଠି ଆପଣଙ୍କୁ ଟଙ୍କାରେ ସୁଧ ମିଳିଥାଏ ସେଠାରେ ଚାଲୁ ଖାତାର ବେଲେନ୍ସ ରେ ସୁଧ ମିଳି ନଥାଏ । ଆକାଉଣ୍ଟ ଖୋଲିବା ପାଇଁ ଆପଣ ଭୋଟର ଆଈଡି କାର୍ଡ଼ , ଫୋଟ , ଆଧାର କାର୍ଡ଼ , ପେନ କାର୍ଡ଼ , ଡ୍ରାଇଭିଂ ଲାଇସେନ୍ସ ଏବଂ ପାସପୋର୍ଟ ର ବ୍ୟବହାର କରି ପାରିବେ ।

Leave a Reply

Your email address will not be published. Required fields are marked *