ଲୁଟେରୀ କନ୍ୟା: ବିବାହ ପୂର୍ବରୁ ଯୁବକଙ୍କଠାରୁ ୬ ଲକ୍ଷ ଟଙ୍କା ଏବଂ ଲକ୍ଷ ଲକ୍ଷ ଟଙ୍କାର ସପିଙ୍ଗ କରି ହେଇଗଲେ ଫେରାର

ଲକ୍ଷ୍ନୌରେ, ଜଣେ ଲୁଟେରୀ କନ୍ୟା ବିବାହ ପୂର୍ବରୁ ହେବାକୁ ଥିବା ବରକୁ ଲକ୍ଷ ଲକ୍ଷ ଟଙ୍କାର ଚୂନ ଲଗାଇ ଫେରାର ହୋଇଯାଇଥିଲା। ୧୬ ଡିସେମ୍ବରରେ ଯୁବକ ଜଣକଙ୍କର ବିବାହ ହେବାକୁ ଥିଲା କିନ୍ତୁ ଏହାପୂର୍ବରୁ ଝିଅଟି ଲୁଟିବା ପରେ ଖସି ପଳାଇ ଯାଇଥିଲା। ପ୍ରକୃତରେ, ମନୋଜ ଅଗ୍ରୱାଲ ନାମକ ଜଣେ ଯୁବକ ମେଟ୍ରୋମୋନିଆଲ ୱେବସାଇଟ ଜୀବନ ସାଥି ଡଟ୍ କମ୍ ଜରିଆରେ ଜଣେ ଝିଅ ସହିତ ପରିଚୟ ହୋଇଥିଲା ଯାହାର ଫଳସ୍ୱରୁପ ବିବାହ ପର୍ଯ୍ୟନ୍ତ କଥା ପହଞ୍ଚିଥିଲା।

ଲକ୍ଷ୍ନୌରୁ ଆସିଥିବା ମନୋଜ ଅଗ୍ରୱାଲ ବିବାହ ପାଇଁ ଜୀବନ ସାଥି ଡଟ୍ କମ୍ ରେ ତାଙ୍କର ପ୍ରୋଫାଇଲ୍ ସୃଷ୍ଟି କରିଥିଲେ। ଏହି ସମୟରେ, ୧୫ ଅଗଷ୍ଟରେ ସେ ପ୍ରିୟଙ୍କା ସିଂ ନାମକ ଜଣେ ଝିଅଙ୍କଠାରୁ ଅନୁରୋଧ ମିଳିଥିଲା, ଯାହା ପରେ ଉଭୟଙ୍କ ମଧ୍ୟରେ କଥାବାର୍ତ୍ତା ଆରମ୍ଭ ହୋଇଥିଲା। ମନୋଜଙ୍କ ମୁତାବିକ, ଝିଅଟି ତାଙ୍କୁ କହିଛନ୍ତି ଯେ ସେ ବିହାରରେ ରୁହନ୍ତି ଏବଂ ତାଙ୍କ ପିତାମାତାଙ୍କର ଦେହାନ୍ତ ହୋଇଯାଇଛି।ସେ ତାଙ୍କ ମାଉସୀଙ୍କ ସହ ରୁହନ୍ତି ଏବଂ ଦିଲ୍ଲୀରେ ରହି ପାଠ ପଢାପଢି କରନ୍ତି।

ପାରସ୍ପରିକ ବୁଝାମଣା ଅନୁସାରେ ମନୋଜଙ୍କ ପରିବାର ଲୋକେ ଏବଂ ପ୍ରିୟଙ୍କାଙ୍କ ମା’ ମାଉସୀ ପରସ୍ପର ମଧ୍ୟରେ କଥାବାର୍ତା କରି ବିବାହର ନିଷ୍ପତ୍ତି ଦେଇଥିଲେ। ଏହି ସମୟରେ ଯୁବତୀ ଜଣକ ମନୋଜଙ୍କୁ ମଧ୍ୟ କହିଥିଲେ ଯେ ସେ IAS (UPSC) ପାଇଁ ପ୍ରସ୍ତୁତ ହେଉଛନ୍ତି ଏବଂ ଶୀଘ୍ର ମନୋନୀତ ହୋଇଯିବେ। ମନୋଜଙ୍କ ମୁତାବକ ଝିଅଟି ଏହି ବାହାନାରେ ଟଙ୍କା ମାଗିବା ଆରମ୍ଭ କରିଥିଲା। ମନୋଜ କହିଛନ୍ତି ଯେ ଝିଅଟି ପଢା ପାଇଁ କେବେ ୧୦ ହଜାର, କେବେ ୨୦ ହଜାର ଟଙ୍କା ଏବଂକେବେ ୫୦ ହଜାର ଟଙ୍କା ମାଗିଥିଲା ​​ଏବଂ ସେ ତାଙ୍କୁ ପତ୍ନୀ ବୋଲି ଭାବି ପଢିବା ପାଇଁ ଟଙ୍କା ସାହାଯ୍ୟ କରୁଥିଲେ। ଏହିପରି ଭାବରେ ଯୁବକ ଜଣକ ଘର ନିର୍ମାଣ ପାଇଁ ଜମା ରଖିଥିବା ପ୍ରାୟ ୬ଲକ୍ଷ ଟଙ୍କା ଝିଅକୁ ଦେଇଥିଲେ।

ଗତ ୬ ମାସ ଧରି ଉଭୟଙ୍କ ମଧ୍ୟରେ ହ୍ୱାଟସ୍ ଆପ୍ ଚାଟିଂ ଚାଲୁଥିଲା ଏବଂ ଉଭୟ ଦେଖାସାକ୍ଷାତ ମଧ୍ୟ ହେଉଥିଲେ। ଏହି ସମୟରେ, ବିବାହ ତାରିଖ ୧୬ ଡିସେମ୍ବରରେ ସ୍ଥିର କରାଯାଇଥିଲା। ଯୁବକ ଜଣକ ଏଥିରେ ବହୁତ ଖୁସି ହୋଇ ନିଜ ବିବାହ ପାଇଁ ପ୍ରସ୍ତୁତିରେ ଲାଗିପଡିଲା। ଫେରାର ହେବାକୁ ଥିବା ଝିିଅ ଯେତେବେଳେ ମନୋଜଙ୍କୁ ଭେଟିବା ପାଇଁ ଲକ୍ଷ୍ନୌରେ ପହଞ୍ଚିଥିଲା, ମନୋଜ ମଧ୍ୟ ଫ୍ଲାଇଟ ଭଡା ଦେଇଥିଲେ। ଏପରିକି ମନୋଜ ତାଙ୍କୁ ମଲରେ ପ୍ରାୟ ୨ ଲକ୍ଷ ଟଙ୍କାର ଜିନିଷ କିଣିବାରେ ସାହଯ୍ୟ କରିଥିଲେ।

ଏହା ପରେ ପ୍ରିୟଙ୍କା ସିଂ ଶେଷ ଥର ପାଇଁ ହାଇଦ୍ରାବାଦ ଯିବାକୁ କହି ମନୋଜଙ୍କୁ ଚୂନ ଲଗାଇ ପଳାଇ ଯାଇଥିଲେ। ଝିଅଟି ଗାୟବ ହେବା ପରେ କେବଳ ତାଙ୍କ ଫୋନ୍ ନୁହେଁ ବରଂ ତାଙ୍କ ମାଉସୀଙ୍କ ଫୋନ୍ ମଧ୍ୟ ସ୍ୱିଚ ଅଫ୍ ଥିଲା। ଯେତେବେଳେ ମନୋଜ, ପ୍ରିୟଙ୍କା ଦେଇଥିବା ଆଧାର କାର୍ଡ, ପାନ୍ କାର୍ଡ ଏବଂ ଭୋଟର କାର୍ଡ ଯାଞ୍ଚ୍ କଲେ, ତାହା ମଧ୍ୟ ନକଲି ବୋଲି ଜଣାପଡ଼ିଲା।

ଯେତେବେଳେ ଯୁବକଜଣକ ଅଭିଯୁକ୍ତ ପ୍ରିୟଙ୍କା ଦେଇଥିବା ଠିକଣାର ଅନୁସନ୍ଧାନ କରିବାକୁ ବିହାର ଏବଂ ଦିଲ୍ଲୀ ଯାଇଥିଲେ, ଏହା ମଧ୍ୟ ଫର୍ଜି ବୋଲି ଜଣାପଡିଥିଲା, ଯାହା ପରେ ବ୍ୟକ୍ତିଜଣକ ଠକାମିର ଶିକାର ହୋଇଥିବା ଅନୁଭବ କରିଥିଲେ। ଏହା ପରେ ପୀଡିତା ମନୋଜ ହଜରତଗଞ୍ଜ ପୋଲିସ ଷ୍ଟେସନରେ ଝିଅ ବିରୋଧରେ ମାମଲା ରୁଜ୍ଜୁ କରିଛନ୍ତି। ବର୍ତ୍ତମାନ ପୋଲିସ ଏହି ଘଟଣାର ତଦନ୍ତ କରୁଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *