Airtel ଏହି ପ୍ଲାନ କୁ କଲା ବ-ନ୍ଦ, ରିଚାର୍ଜ କରିବା ପୂର୍ବରୁ ଜାଣି ନିଅନ୍ତୁ ଥରେ

ଯଦି ଆପଣ Airtel କମ୍ପାନୀର ସିମ କାର୍ଡ ବ୍ୟବହାର କରୁଛନ୍ତି, ତେବେ ଏହି ଖବର ଆପଣଙ୍କ ପାଇଁ ଜାଣିବା ଆବଶ୍ୟକ ଅଟେ। Airtel କମ୍ପାନୀ ନିଜର କେତେକ ପ୍ଲାନ ବ-ନ୍ଦ କରିଦେଇଛି ଓ ଏହା ସହ ଅନ୍ୟ କେତେକ ପ୍ଲାନ ଗୁଡିକର ମୂଲ୍ୟ ମଧ୍ୟ ବଢାଇଦେଇଛି। ପରବର୍ତ୍ତି ରିଚାର୍ଜ ପାଇଁ ଆପଣଙ୍କୁ ଏହା ଜାଣିନେବା ଆବଶ୍ୟକ ଯେ କି କେଉଁ କେଉଁ ପ୍ଲାନର ମୂଲ୍ୟ କେତେ ହୋଇଛି।

୯୯ ଟଙ୍କାର ପ୍ଲାନ ବ-ନ୍ଦ:-

Airtel କମ୍ପାନୀ ୯୯ ଟଙ୍କାର ପ୍ଲାନକୁ ବ-ନ୍ଦ କରିଦେଇଛି। ଏବେ ଏହା କିଛି ସର୍କଲରେ ଉପଲବ୍ଧ ଅଟେ। ଜାଣିବା ଅନୁସାରେ ଏହି ୯୯ ଟଙ୍କାର ପ୍ଲାନ ଏମପି, ଛତିଶଗଡ଼, ପଶ୍ଚିମବଙ୍ଗ ରାଜସ୍ଥାନ, ଏବଂ ଇଷ୍ଟ ୟୁପିରେ ଏବେ ମଧ୍ୟ ଚାଲୁ ରହିଛି। ପ୍ରଥମେ ଏହା ବିହାର, ଝାଡ଼ଖଣ୍ଡ, ଓ ଓଡ଼ିଶାରେ ଉପଲବ୍ଧ ଥିଲା। ଏବେ ଏହି ରାଜ୍ୟ ମାନଙ୍କରେ ଅନଲିମିଟେଡ଼ ପ୍ଲାନର ୧୯ ଟଙ୍କାର ପ୍ଲାନ ଚାଲିବ। ଏବଂ ସେଠାରେ ଏଣ୍ଟ୍ରି ଲେବଲ ପ୍ଲାନର ୧୨୯ ଟଙ୍କାର ପ୍ଲାନ ଉପଲବ୍ଧ ରହିବ।

୯୯ ଟଙ୍କାର ପ୍ଲାନରେ କଣ ରହିଥିଲା:-

Airtel ର ୯୯ ଟଙ୍କାର ପ୍ଲାନ ୧୮ ଦିନର ଭାଲିଡିଟି ସହ ଆସୁଥିଲା। ଯେଉଁଥିରେ ୧ ଜିବି ମିଳିବା ସହ ୧୦୦ ଏସଏମଏସ ପ୍ରତିଦିନକୁ ମିଳୁଥିଲା। ଏହା ବ୍ୟତୀତ ଲୋକାଲ ଏବଂ ଏସଟିଡି କଲସ ସମ୍ପୂର୍ଣ ଫ୍ରି ଥିଲା। ଏହି ପ୍ଲାନ ଅନୁସାରେ ୟୁଜର୍ସଙ୍କୁ Airtel ଏକ୍ସଟ୍ରୀମ, ବିନ୍କ ମ୍ୟୁଜିକ ଏବଂ ଜି୫ ପ୍ରିମିୟମର ଲାଭ ମିଳୁଥିଲା।

୧୨୯ ଟଙ୍କାର ପ୍ଲାନର ବିଶେଷ କଣ ରହିଛି:-

Airtel ୧୨୯ ଟଙ୍କାର ପ୍ଲାନରେ ଭାଲିଡିଟି ୨୪ ଦିନ ପାଇଁ ଦିଆଯାଇଛି। ଏଥିରେ ୧ ଜିବି ଡାଟା ପ୍ରତିଦିନ ଏବଂ ୩୦୦ ଏସଏମଏସର ମଧ୍ୟ ଲାଭ ମିଳିବ। ଏହି ପ୍ଲାନରେ ସମସ୍ତ ଲୋକାଲ- ଏସଟିଡି ନେଟୱର୍କ ଉପରେ ଅନଲିମିଟେଡ଼ କଲିଂ ମିଳିଥାଏ। Airtel ଏକ୍ସଟ୍ରୀମ, ବିନ୍କ ମ୍ୟୁଜିକ, ଏବଂ ଜି୫ ପ୍ରିମିୟମର ମଧ୍ୟ ଲାଭ ମିଳିବ।

ପୂର୍ବ ବର୍ଷର ତୁଳନାରେ ଏହିବର୍ଷର ଆମଦାନୀ:-

ଭାରତୀ ଐରଟେଲ ଡିସେମ୍ବର ୨୦୨୦ର ୩ ମାସରେ ୮୫୪ କୋଟି ଟଙ୍କା ଲାଭକରିଛି। କମ୍ପାନୀ ପୂର୍ବ ବର୍ଷ ଏହି ମାସରେ ୧୦୩୫ କୋଟି ଟଙ୍କାର ଲାଭ କରିଛି।

Leave a Reply

Your email address will not be published. Required fields are marked *