ଭାରତୀ ସିଂହ ବର୍ଷବର୍ଷ ପରେ କରିଲେ ‘ଝିଅ’କୁ ନେଇ ଖୁଲାସା, କହିଲେ- କ୍ୟାରିୟରର ଆରମ୍ଭରେ ଜନ୍ମ ହୋଇ ଯାଇଥିଲେ ଗୁଞ୍ଜନ

ଭାରତୀ ସିଂହ(Bharti Singh)ଙ୍କ ଗୋଟିଏ ଭିଡିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଯେଉଁଥିରେ ସେ ନିଜ ଝିଅଙ୍କ ବିଷୟରେ ଜଣାଇଛନ୍ତି।

ଭାରତୀ ସିଂହ(Bharti Singh) ଏବଂ ହର୍ଷ ଲିମ୍ବାଚିୟା (Harsh Limbachiyaa) ଦୁଇଜଣ ଯେବେଭି ସାଥିହୋଇ ଥାନ୍ତି ସେଠାରେ ଗୋଟିଏ ଅଲଗା ପରିବେଶ ସୃଷ୍ଟି କରି ଦେଇଥାନ୍ତି। ଦୁଇଜଣ ଯାକ କେତେବେଳେ କାହା ସହିତ ଫ୍ରାଙ୍କ କରନ୍ତି ଜଣା ହିଁ ପଡେନାହିଁ। ବର୍ତମାନ ଡ୍ୟାନ୍ସ ଦୀବାନେ(Dance Deewane)ର ସେଟ ଉପରେ ଦୁଇଜଣ ଯାକ କଣ୍ଟେଷ୍ଟେଣ୍ଟ ଗୁଞ୍ଜନଙ୍କ ସହିତ ମସ୍ତି କରିଥିଲେ। ସେହି ସମୟରେ ଭାରତୀ କହିଥିଲେ କି ଗୁଞ୍ଜନ ତାଙ୍କ ଝିଅ ଅଟନ୍ତି ଯିଏ ତାଙ୍କ କ୍ୟାରିୟରର ଆରମ୍ଭରେ ଜନ୍ମ ହୋଇ ଯାଇଥିଲେ।

ବାସ୍ତବରେ, ଏହି ଭିଡିଓକୁ ହର୍ଷ ସେୟାର କରିଛନ୍ତି ଯେଉଁଥିରେ ପ୍ରଥମେ ସେ ଗୁଞ୍ଜନକୁ ଦେଖାଇଥାନ୍ତି ଯିଏ ଷ୍ଟ୍ରେଚିଙ୍ଗ କରିଥାନ୍ତି। ପୁଣି ସେ କହିଥାନ୍ତି, ଭାରତୀ ଗୁଞ୍ଜନଙ୍କୁ ସତକଥା କୁହ, କଣ ସତ ଅଟେ? ଭାରତୀ କହିଥାନ୍ତି, ‘ମୁଁ ସମସ୍ତଙ୍କୁ ଜଣାଇବା ପାଇଁ ଚାହୁଁଛି କି ଗୁଞ୍ଚନ ଆମ ଝିଅ ଥିଲେ। ଯେତେବେଳେ ଆମେ ନିଜ କ୍ୟାରିୟରର ଆରମ୍ଭ କରିଥିଲୁ ସେତେବେଳେ ଗୁଞ୍ଜନ ଜନ୍ମ ହୋଇ ଯାଇଥିଲେ। ଆମେ ସେହି ସମୟରେ ନିଜ କ୍ୟାରିୟର କରିବା ପାଇଁ ଚାହୁଁଥିଲୁ ତ ଆମେ ଗୁଞ୍ଜନଙ୍କୁ ତାଙ୍କ ମାଆଙ୍କ ପାଖରେ ଦେଇ ଦେଇଥିଲୁ। ବର୍ତମାନ ତ ଆମ କ୍ୟାରିୟର ହେଲା ନାହିଁ ଏତିକି ତ ଭାବିଛୁ କି ଝିଅକୁ ପୁଣିଥରେ ଫେରେଇ ନେବୁ।’

ପୁଣି ଭାରତୀ, ଗୁଞ୍ଜନଙ୍କୁ କୁଣ୍ଢେଇ କହିଥାନ୍ତି, ‘ମାଆଙ୍କ ପାଖକୁ ଆସ ଗୁଞ୍ଜନ।ତୁମ ଦାନ୍ତରେ ଆମ ରକ୍ତ ରହିଛି,ତୁମ ଶରୀର ସରଂଞ୍ଚନାରେ।’ଭାରତୀଙ୍କ କଥାକୁ ଶୁଣି ସମସ୍ତେ ହସିବାକୁ ଲାଗି ଯାଇଥାନ୍ତି।

ଏଠାରେ ଦେଖନ୍ତୁ ଭିଡିଓ

ମାଆ ହେବାପାଇଁ ଚାହୁଁଛନ୍ତି ଭାରତୀ

କିଛିଦିନ ପୂର୍ବରୁ ଶୋ ସମୟରେ ହିଁ ଭାରତୀ ଖୁଲାସା କରିଥିଲେ କି ସେ ଏବଂ ହର୍ଷ Dance Deewane 3ର ମଞ୍ଚ ଉପରେ ଭାରତୀ ବଡ଼ ଖୁଲାସା କରିଛନ୍ତି ଯେଉଁଠାରେ ସେ କହିଛନ୍ତି କି ସେ ସ୍ବାମୀ ହର୍ଷଙ୍କ ସହିତ ନିଜ ବାହାଘର ପରଠାରୁ ହିଁ ଛୁଆ ପାଇଁ ଯୋଜନା କରି ଆସୁଥିଲେ କିନ୍ତୁ ବର୍ତ୍ତମାନ ଯେଉଁ ପରି ପରିସ୍ଥିତି ସୃଷ୍ଟି ହେଉଛି। ସେଥିରେ କୈାଣସି ଛୁଆକୁ ଜନ୍ମ ଦେବା କିମ୍ବା ତା ବିଷୟରେ ଚିନ୍ତା କରିବା ପାଇଁ ମଧ୍ୟ ଖରାପ ଲାଗିଥାଏ। ଯେଉଁ କାରଣରୁ ଆମେ ଏହି ବିଷୟରେ ବର୍ତ୍ତମାନ ଏମିତି କିଛି ବି ଚିନ୍ତା କରୁନାହୁଁ। ସେ କହିଛନ୍ତି କି ଭଗବାନ ଏହି କୋରୋନାକୁ ବହୁତ ଶୀଘ୍ର ଶେଷ କରିବେ ତାହେଲେ ସେମାନେ ଏହି ବିଷୟରେ ଆଗକୁ ଚିନ୍ତା କରିବେ।

Leave a Reply

Your email address will not be published. Required fields are marked *