ଭୁଲରେ ବି ପୁରୁଷ ମାନେ ରାତିରେ କରନ୍ତୁ ନାହିଁ ଏହି ୪ ଟି କାମ, ନହେଲେ ଭୋଗିବାକୁ ପଡ଼ିବ ଏହି ପ୍ରକାର…

ପୁରୁଷମାନଙ୍କ ସ୍ୱାସ୍ଥ୍ୟର ଖାସ ଧ୍ୟାନ ଦେବା ବହୁତ ଉଚିତ। ଆଜି ଆପଣ ମାନଙ୍କୁ କିଛି ଏମିତି ଟିପ୍ସ କହିବୁ ଯାହାକୁ ଆପଣ ନିଜ ନିତିଦିନିଆ ଜୀବନ ଶୈଳୀରେ ବ୍ୟବହାର କରିବା ଜରୁରୀ ଅଟେ। ଯଦି ଏଥିରେ ଆପଣ କିଛି ଅସାବଧାନତା ଅବଲମ୍ବନ କରନ୍ତି ତାହାଲେ ବହୁତ କ୍ଷତି ମଧ୍ୟ ଘଟିଥାଏ।

ଆଜିକା ସମୟରେ ଉଭୟ ପୁରୁଷ ଏବଂ ମହିଳା କେହି କାହାଠାରୁ ଉନା ନାହାନ୍ତି। ସବୁ ପ୍ରକାର କାର୍ଯ୍ୟ ସମସ୍ତେ କରିପାରୁଛନ୍ତି। ଝିଅମାନେ ନିଜ ସ୍ୱାସ୍ଥ୍ୟ କୁ ନେଇ ବହୁତ ଯତ୍ନବାନ ହୋଇଥିବା ବେଳେ ପୁଅମାନେ ଏହା ପ୍ରତି ଅଧିକ ଧ୍ୟାନ ଦିଅନ୍ତି ନାହିଁ ଏବଂ କିଛି କୁଅଭ୍ୟସ କୁ ପୁଅ ମାନେ ଗ୍ରହଣ କରିନିଅନ୍ତି ଯାହାଦ୍ଵାରା ସେମାନଙ୍କ ସ୍ବାସ୍ଥ୍ୟ ରେ ବହୁତ ସମସ୍ୟା ଦେଖିବାକୁ ମିଳେ।

ପୁରୁଷ ମାନଙ୍କୁ ଏମିତି ଗମ୍ଭିର ସମସ୍ୟାରେ ନ ପଡ଼ିବା ପାଇଁ ଆଜି ଏମିତି କିଛି ଏଠାରେ ବିଶେଷ କଥା କହିବାକୁ ଯାଉଛୁ ଯାହାକୁ ପାଳନ କଲେ ଆପଣ ସୁସ୍ଥ ରହିବେ। ଆଜି ଠାରୁ ଏହି ଅଭ୍ୟାସ ଛାଡ଼ନ୍ତୁ।

ବିଳମ୍ବିତ ରାତ୍ରୀରେ ଭୋଜନ କରନ୍ତୁ ନାହିଁ।

କିଛି ପୁରୁଷ ମାନଙ୍କର ଏପରି ଅଭ୍ୟାସ ଥାଏ କି ଡେରି ରାତି ପର୍ଯ୍ୟନ୍ତ ଅଫିସ କାର୍ଯ୍ୟ କରନ୍ତି ଏବଂ ରାତି ୧୨/୧ ଘଟିକାରେ ଖାଦ୍ୟ ଖାଇ ଥାଆନ୍ତି। ଏପରି ଅର୍ଦ୍ଧ ରାତ୍ରରେ ଖାଇବା ଦ୍ବାରା ହଜମ ପ୍ରକ୍ରିୟା ହୁଏ ନାହିଁ। ଏବଂ ଗ୍ୟାସ , ପେଟ କଷ୍ଟ ଓ ଆମ୍ଳତା ପରି ରୋଗ ଦେଖିବାକୁ ମିଳେ। ଏହା ପ୍ରଭାବରେ ସେହି ଲୋକମାନେ ଅଧିକ ଚିଡ ଚିଡା ଦେଖାଯାନ୍ତି। ତେଣୁ କରି ଏହି ଅଭ୍ୟାସ ସମ୍ପୂର୍ଣ ଭାବରେ ପରିତ୍ୟାଗ କରନ୍ତୁ ରାତ୍ର ୯ ଘଟିକା ସୁଧ ରାତ୍ର ଭୋଜନ କରିବାର ସଠିକ ସମୟ ଅଟେ କିନ୍ତୁ ୧୦ ଘଟିକା ଭିତରେ ହେଲେ ମଧ୍ୟ ଚଳିବ ।

ଅଧିକ ରାତ୍ରି ପର୍ଯ୍ୟନ୍ତ ଅନିଦ୍ରା ରୁହନ୍ତୁ ନାହିଁ

ଦିନ ତମାମର ବ୍ୟସ୍ଥ ବହୁଳ ଜୀବନ ଭିତରେ ରାତି ଏକ ଏଭଳି ସମୟ ମିଳେ ଯାହା ଲୋକ ମାନେ ନିଜକୁ ମନୋରଞ୍ଜନ କରିବାକୁ ସ୍ଥିର କରନ୍ତି ଏଥିପାଇଁ ବହୁ ଲୋକ ମୋବାଇଲ, ଲାପଟପ ଏବଂ ଟିଭି ର ସାହାଯ୍ୟ ନେଇଥାନ୍ତି । ଆଜିକାଲି ର ଇଣ୍ଟରନେଟ୍ ଯୁଗରେ ନେଟ ବ୍ୟବହାର ନ କଲେ ଲୋକ ମାନକୁ ବହୁତ ବ୍ୟସ୍ତ ଲାଗିଥାଏ । ବହୁତ ରାତି ପର୍ଯ୍ୟନ୍ତ ଏହି ସବୁ ବ୍ୟବହାର କରିବା ଉଚିତ ନୁହେଁ। ଅଧିକ ରାତ୍ରି ପର୍ଯ୍ୟନ୍ତ ଅନିଦ୍ରା ରହିବା କାରଣରୁ ପୁରୁଷ ମାନଙ୍କ ପୁରୁଷ ପଣ କ୍ଷତି ଗ୍ରସ୍ତ ହୋଇଥାଏ। ଏମିତି ବି ବହୁ ଲୋକଙ୍କ ପୁରୁଷ ପାଣିଆ ସମ୍ପୂର୍ଣ ନଷ୍ଟ ମଧ୍ୟ ହୋଇଯାଏ ବୋଲି ଵଜ୍ଞାନିକ ମାନେ ମତ ଦିଅନ୍ତି।

ମଦ ପିଇବା ଅଭ୍ୟାସ ତ୍ୟାଗ କରନ୍ତୁ

ମଦ ପିଇବା ଦ୍ଵାରା କ୍ୟାନ୍ସର ଏବଂ କିଡନୀ ଫେଲ୍ ଭଳି ରୋଗ ର ଶିକାର କେହି ମଧ୍ୟ ହୋଇ ପାରନ୍ତି। କିଛି ଦିନ ତଳେ ବଜ୍ଞାନିକ ମାନେ କରିଥିବା ଏକ ଗବେଷଣାରୁ ଏହା ଜଣା ପଡ଼ିଛି କି ଅତ୍ୟଧିକ ମଦ୍ୟ ପାନ କରୁଥିବା ଲୋକଙ୍କର ଯୌନ ହର୍ମନ ହ୍ରାସ ପାଇଥାଏ। ସବୁ ଦିନ ଲଗାତାର ମଦ୍ୟ ପାନ କରୁଥିବା ବ୍ୟକ୍ତିଙ୍କ ଯୌନ କ୍ଷମତା ମଧ୍ୟ ହ୍ରାସ ଘଟିଥାଏ।

ଭୁଲ ଅଭ୍ୟାସ ଠାରୁ ଦୂରେଇ ରୁହନ୍ତୁ

ଆମେ ଏଠାରେ ଆପଣଙ୍କୁ କହିବାକୁ ଚାହୁଁଛୁ କି ପର୍ଣ୍ଣ ଭିଡ଼ିଓ ଠାରୁ ଦୂରେଇ ରୁହନ୍ତୁ ଅଧିକ ମାତ୍ରାରେ ଏହାକୁ ଦେଖିବା ଦ୍ଵାରା ଅସ୍ବାଭାବିକ ଭାବରେ ଆପଣ ବହୁ କାର୍ଯ୍ୟ କରିଥାନ୍ତି। ଯାହା ଯୌନଙ୍ଗ ଉପରେ ପ୍ରଭାବ ପଡିଥାଏ। ଏହାର ସବୁଠାରୁ ଖରାପ ପ୍ରଭାବ ପୁରୁଷ ମାନେ ଯେବେ ବିବାହ କରନ୍ତି ସେତେବେଳେ ତାଙ୍କ ରୋମାଣ୍ଟିକ ଲାଇଫ ଉପରେ ପଡ଼ିଥାଏ।

Leave a Reply

Your email address will not be published. Required fields are marked *