ମାର୍କେଟରେ ବିକ୍ରୀ ହେଉଛି ୭ ଇଞ୍ଚ୍ର ନୀଳ କଦଳୀ, ଖାଇବାକୁ ପୁରା ଆଇସିକ୍ରୀମ ପରି

ଆପଣଙ୍କ ଆଖପାଖ କି ବାଡି ବଗିଚାରେ କଦଳୀ ଗଛ ଥିବ ଆଉ ତାର ଫଳ ବି ଦେଖିଥିବେ। ହିନ୍ଦୁ ଘରମାନଙ୍କରେ ବିଭିନ୍ନ ପୂଜା ପର୍ବରେ ଉଭୟ କଞ୍ଚା ଓ ପାଚିଲା କଦଳୀର ବ୍ୟବହାର ହୋଇଥାଏ। ଆପଣ ନିଶ୍ଚୟ ଦୁଇଟି ରଙ୍ଗର କଦଳୀ ଦେଖିଥିବେ, ଯାହାକି ପାଚିବା ଅବସ୍ଥାରେ ହଳଦିଆ ଓ କଞ୍ଚା ଅବସ୍ଥାରେ ସବୁଜ ରଙ୍ଗର ହୋଇଥାଏ। ହେଲେ ଆପଣ କେବେ ନୀଳ ରଙ୍ଗର କଦଳୀ ଦେଖିଛନ୍ତି କି? ନାହିଁ ନା’, କେହି ଭାବି ନଥିବେ ଯେ ନୀଳ ରଙ୍ଗର କଦଳୀ ବି ଦୁନିଆରେ ଅଛି ବୋଲି।

କିନ୍ତୁ ସତରେ ଏମିତି ରଙ୍ଗର କଦଳୀ ମିଳୁଛି ଯାହାକି ଠିକ୍ ଭାରତରେ ହେଉଥିବା କଦଳୀ ପରି ଦେଖିବାକୁ, କିନ୍ତୁ ଏହାର ରଙ୍ଗ ନୀଳ। ଏହା କୌଣସି ଟେକ୍ନୋଲୋଜି ଦ୍ଵାରା ତିଆରି ହୋଇନି ବରଂ ଅନ୍ୟ ଫସଲ ଭଳି ଚାଷ କରାଯାଏ। ଏବେ ଇଣ୍ଟରନେଟରେ ଏହି ନୀଳ ରଙ୍ଗର କଦଳୀ ବେଶ ଭାଇ-ରାଲ ହେବାରେ ଲାଗିଛି।

ଏକ ରି-ପୋ-ର୍ଟରୁ ଜଣା ପଡ଼ିଛି ଯେ ଏହି କଦଳୀ ଗଛର ଉଚ୍ଚତା ୬ ମିଟର ପର୍ଯ୍ୟନ୍ତ ହୋଇଥାଏ। ଏହାସହ ଫସଲ ଲଗାଇବାର ୨ ବର୍ଷ ପରେ ଗଛଗୁଡିକରେ ଫଳ ଆସିଥାଏ। ବିଭିନ୍ନ ଦେଶରେ ଏହା ଭିନ୍ନ ଭିନ୍ନ ନାମରେ ଜଣାଶୁଣା। ଯେପରିକି ଫିଜିରେ ହାୱାଇନ୍ ବାନାନା, ହାୱାଇରେ ଆଇସ୍କ୍ରିମ୍ ବାନାନା ଏବଂ ଫିଲିପାଇନ୍ସରେ କ୍ରି ନାମରେ ଏହି ନୀଳ କଦଳୀ ପରିଚିତ। ନୀଳ ରଙ୍ଗର କଦଳୀକୁ ନୀଳ ଜାଭା ବାନାନା ମଧ୍ୟ କୁହାଯାଏ। ଏହାର ଆକାର ୭ ଇଞ୍ଚି ଲମ୍ବ ହୋଇଥାଏ। ଏହି ପ୍ରକାର କଦଳୀ ଅଧିକ ମାତ୍ରାରେ ଟେକ୍ସାସ୍, ଫ୍ଲୋରିଡା, କାଲିଫର୍ଣ୍ଣିଆ, ଲୁଧିଆନାରେ ଚାଷ କରାଯାଏ।

ଏହି କଦଳୀ ଖାଇବାକୁ ଭାନିଲା ଆଇସ୍କ୍ରିମ୍ ପରି ଲାଗିଥାଏ। ଏବଂ ଏହାକୁ ଆଇସ୍କ୍ରିମ୍ ବ୍ୟତୀତ ଅନ୍ୟ କେତେକ ଖାଦ୍ୟରେ ସ୍ବାଦ ବଢେଇବା ପାଇଁ ବ୍ୟବହାର କରାଯାଇଥାଏ। ଦକ୍ଷିଣ ପୂର୍ବ ଏସିଆରେ ଅଧିକ ମାତ୍ରାରେ ଏହି ନୀଳ କଦଳୀ ଚାଷ କରାଯାଏ।

ଏହାର କାରଣ ହେଉଛି ଏହା ନିମ୍ନ ତାପମାତ୍ରା ଏବଂ ଥଣ୍ଡା ଅଞ୍ଚଳରେ ଅଧିକ ଉତ୍ପାଦିତ ହୋଇଥାଏ।ଭାରତୀୟ ଜଳବାୟୁ ଉଷ୍ମ ରହୁଥିବାରୁ ଏଠାରେ ଏହି ଫସଲ କରିବା ଫଳ ପ୍ରଦ ହୋଇନଥାଏ। ତେବେ ଏହି ନୀଳ କଦଳୀ ଦେଖିବାକୁ ଯେତିକି ସୁନ୍ଦର ଖାଇବାକୁ ସେତିକି ସୁଆଦିଆ ମଧ୍ୟ। ଏହାର ଦାମ୍ ଭାରତୀୟ କଦଳୀ ଅପେକ୍ଷା ଅଧିକ ରହିଥାଏ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *