ଦେଖନ୍ତୁ ଭିଡ଼ିଓ : ଏକ୍ସରସାଇଜ କରୁଥିବା ସମୟରେ ବଡ଼ି ବିଲ୍ଡରଙ୍କ ମାଂସପେଶୀ ଫାଟିଗଲା, ସର୍ଜରୀ ପାଇଁ ଦରକାର ପଡିଲା ୨୭ ଲକ୍ଷ ଟଙ୍କା

ଦୁବାଇର ଜଣେ ବଡି ବିଲ୍ଡରଙ୍କ ସହିତ ଭୟା-ନକ ଦୁର୍ଘ-ଟଣା ହୋଇଛି। ରାୟନ କ୍ରାଲୀ ନାମକ ଏହି ବଡ଼ି ବିଲ୍ଡର ଜିମରେ ବେଚ ପ୍ରେସ ଏକ୍ସରସାଇଜ କରୁଥିଲେ।ରାୟନ ବହୁତ ଅଧିକ ଓଜନ ଉଠାଉଥିଲେ ଯେଉଁଥିପାଇଁ ତାଙ୍କ ଭାରସାମ୍ୟ ବିଗିଡି ଯାଇଥିଲା ଏବଂ ତାଙ୍କ ଡାହାଣ ହାତର ମାଂସପେଶୀ ଫା-ଟି ଯାଇଥିଲା ଏବଂ ତାଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରିବାକୁ ପଡ଼ିଥିଲା।

Google

‌ରାୟନଙ୍କ ଟ୍ରେନର ମଧ୍ୟ ତାଙ୍କ ସହିତ ଉପସ୍ଥିତ ଥିଲେ। ସେ ଏହା ସୁନିଶ୍ଚିତ କରୁଥିଲେ କି ରାୟନଙ୍କ ମୁଣ୍ଡ ଉପରେ ମେଶିନୀ ଖସି ନପଡୁ। ଜଣା ଯାଉଛି କି ରାୟନ ଏହି ଏକ୍ସରସାଇଜ ସମୟରେ ୧୮୦କିଲୋ ଓଜନ ଉଠାଇଥିଲେ। ଭିଡ଼ିଓରେ ଦେଖା ଯାଉଛି କି ରାୟନ ଅଧିକ ଓଜନର ବେଞ୍ଚ ପ୍ରେସ କରୁଥିବା ସମୟରେ ଓଜନକୁ ଉପର ଆଡ଼କୁ ନେଇ ଯାଉଥିଲେ କିନ୍ତୁ ହଠାତ ତାଙ୍କ ଡାହାଣ ହାତର ମାଂସପେଶୀ ଫାଟି ଯାଇଥିଲା ଏବଂ ରାୟନ କ-ଷ୍ଟ ଯୋଗୁଁ ଯ-ନ୍ତ୍ର-ଣା ପାଇଥିଲେ।

‌ଗୌରବର କଥା ହେଉଛି କି ରାୟନଙ୍କ କୋଚ ଲ୍ୟାରୀ ତାଙ୍କ ପାଇଁ ଗୋଫଣ୍ଡମୀରୁ ସାହାଯ୍ୟ ମାଗିଥିଲେ ଏବଂ ଏହି ଫଣ୍ଡପେଜ ମାଧ୍ୟମରେ ରାୟନଙ୍କ ପାଇଁ ପାଞ୍ଚଦିନରେ ହିଁ ପାଖାପାଖି ୩୮ହଜାର ଡଲାର୍ସ ବା ୨୭ଲକ୍ଷ ଟଙ୍କା ଏକତ୍ର କରି ନିଆଯାଇଛି। ରାୟନ ଇଂଲଣ୍ଡର ଅଟନ୍ତି ଏବଂ ଦୁବାଇରେ ତାଙ୍କ ଇଂଶ୍ୟୋରେନ୍ସ ତାଙ୍କ ମେଡିକାଲ ବିଲ୍ସର ପୂରଣ କରିପାରି ନଥାନ୍ତା।

 

View this post on Instagram

 

A post shared by Larry (@larrywheels)

‌ରାୟନଙ୍କ ସର୍ଜରୀ ହୋଇ ସାରିଛି। ସେ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସମୟରେ ଲେଖିଛନ୍ତି କି ଏହି ସର୍ଜରୀ କେବଳ ଏକ ଘଣ୍ଟା ପାଇଁ ହେବାର ଥିଲା କିନ୍ତୁ ଦୁର୍ଭାଗ୍ୟବଶତଃ ଏହାକୁ ପୂରା ହେବାରେ ୪ଘଣ୍ଟା ଲାଗି ଯାଇଥିଲା। ମୁଁ ସର୍ଜରୀ ପୂର୍ବରୁ ବହୁତ ଡରି ମଧ୍ୟ ଯାଇଥିଲି ଏବଂ ମୋର ଡର ଥିଲା କି ମୋ ବଡ଼ି ବିଲ୍ଡିଙ୍ଗ କ୍ୟାରିୟର ଆରମ୍ଭ ହେବା ପୂର୍ବରୁ ହିଁ ଶେ-ଷ ହୋଇ ନଯାଉ।

 

Google

‌ରାୟନ ଇନଷ୍ଟାଗ୍ରାମରେ ପୋଷ୍ଟ କରିବା ସମୟରେ ଲେଖିଛନ୍ତି କି ମୋତେ ଏବେବି ବହୁତ କଷ୍ଟ ହେଉଛି। ମୁଣ୍ଡରୁ ନେଇ ପାଦ ପର୍ଯ୍ୟନ୍ତ ମୋ ପୂରା ଶରୀର ଫୁଲି ଯାଇଛି। ହେଲେ ଉପଶମର ଅସଲ ଆରମ୍ଭ ବର୍ତ୍ତମାନ ହେଉଛି। ମୋତେ ମୋ ହାତ ପୁଣିଥରେ ଫେରି ପାଇବା ପାଇଁ ଗୋଟିଏ ଗମ୍ଭୀର ପ୍ଲାନକୁ ଫଲୋ କରିବାକୁ ପଡ଼ିବ। ସବୁଠାରୁ ପ୍ରଥମେ ମୋତେ ମୋ ହାତ ସହିତ ଘରେ ଆରାମ ହେବାକୁ ପଡିବ ଏବଂ ପୁଣି ଧୀରେ-ଧୀରେ ମୁଁ ଜିମ ଯିବାକୁ ଚେଷ୍ଟା କରିବି।

Leave a Reply

Your email address will not be published. Required fields are marked *