ଏହି ତାରକା ମାନେ କେବଳ ଦେଖାଇବା ପାଇଁ କରି ନାହାନ୍ତି ନିଜ ଶରୀରରେ ଟ୍ୟାଟୁ, ପ୍ରତ୍ୟେକ ଟ୍ୟାଟୁର ରହିଛି ଗୋଟିଏ ସ୍ବତନ୍ତ୍ର ମାନେ

ଆଜିକାଲି ଦୁନିଆରେ ସମସ୍ତଙ୍କୁ ନିଜ ଶରୀରରେ ଟ୍ୟାଟୁ କରିବାର ଶୌକ ରହିଛି। ଏହି ଶୌକ ମଧ୍ୟ ସେମାନଙ୍କୁ ନିଜ ପ୍ରିୟ ଷ୍ଟାରଙ୍କୁ ଟିଭିରେ ଦେଖି ହୋଇଥାଏ। ହଲିଉଡ ହେଉ କିମ୍ବା ବଲିଉଡ ଯେ କେହିବି ନିଜ ପ୍ରିୟ କଳାକାରଙ୍କର ନକଲ କରିଥାନ୍ତି। ବଲିଉଡର ବହୁତ ସାରା ସେଲିବ୍ରେଟି ନିଜ ଶରୀରର ଅଲଗା ଅଲଗା ସ୍ଥାନରେ ଅନେକ ପ୍ରକାରର ଟ୍ୟାଟୁ କରିଛନ୍ତି।

ବଲିଉଡରେ କଙ୍ଗନା ରନୌତ (Kangana Ranaut), ପ୍ରିୟଙ୍କା ଚୋପ୍ରା (Priyanka Chopra), ଅକ୍ଷୟ କୁମାର (Akshay Kumar)ଙ୍କ ପର୍ଯ୍ୟନ୍ତ ଟ୍ୟାଟୁ ନା କେବଳ ସୁନ୍ଦର ଲାଗିଥାଏ, ବରଂ ଏହା ତାଙ୍କ ଫ୍ୟାନ୍ସମାନଙ୍କୁ ମଧ୍ୟ ଆକର୍ଷିତ କରିଥାଏ। ଏହାଦ୍ବାରା ହିଁ ତାଙ୍କ ଫ୍ୟାନ୍ସ ତାଙ୍କର ଏହି ଟ୍ୟାଟୁକୁ ସମାନ ଭାବରେ ନକଲ କରିବା ପାଇଁ ମଧ୍ୟ ଚେଷ୍ଟା କରିଥାନ୍ତି। ଲୋକମାନେ କେବଳ ଏମାନଙ୍କ ସୁନ୍ଦରତାକୁ ଦେଖିବା ପାଇଁ ପସନ୍ଦ କରିଥାନ୍ତି। କଣ ଆପଣଙ୍କ ମଧ୍ୟରୁ କାହାକୁ ଏହାର ମାନେ ଜଣା ଅଛି? ଆମେ ଆଜି ଆପଣଙ୍କୁ ଏହି ତାରକା ମାନଙ୍କର ଟ୍ୟାଟୁର ମାନେ ଜଣାଇବୁ।

ପ୍ରିୟଙ୍କା ଚୋପ୍ରାଙ୍କ ଟ୍ୟାଟୁ

ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ଟ୍ୟାଟୁ ବହୁତ ପ୍ରସିଦ୍ଧ ଅଟେ। ଯେ କେହିବି ତାଙ୍କ ଟ୍ୟାଟୁର ନକଲ କରିଥାନ୍ତି। ପ୍ରିୟଙ୍କା ନିଜ ହାତରେ ଗୋଟିଏ ଟ୍ୟାଟୁ କରିଛନ୍ତି। ତାଙ୍କର ଏହି ଟ୍ୟାଟୁ ତାଙ୍କ ବାପା ଡକ୍ଟର ଅଶୋକ ଚୋପ୍ରାଙ୍କ ସ୍ମୃତିରେ କରିଛନ୍ତି। ପ୍ରିୟଙ୍କାଙ୍କ ଏହି ଟ୍ୟାଟୁରେ ଇଂରାଜୀ ଭାଷାରେ ‘Daddy’s li’l girl’ ଲେଖା ହୋଇଛି। ଏହି ଟ୍ୟାଟୁ ତାଙ୍କ ବାପାଙ୍କ ହାତଲେଖାରେ ତିଆରି ହୋଇଛି।

କଙ୍ଗନାଙ୍କ ଟ୍ୟାଟୁ ଦେଖାଇଥାଏ ତାଙ୍କ ମନୋଭାବ

ବଲିଉଡର ବିବାଦିତ କୁଇନ କଙ୍ଗନା ରନୌତ ନିଜର ଫ୍ରାଙ୍କ ରୂପ ପାଇଁ ଜଣା ଯାଇଥାନ୍ତି। ତାଙ୍କ ଟ୍ୟାଟୁ ମଧ୍ୟ କିଛି ଏମିତି କହିଥାଏ। ତାଙ୍କ ଗଳା ପଛରେ ତିଆରି ହୋଇଥିବା ଏହି ଟ୍ୟାଟୁ ଯେଉଁଥିରେ କ୍ରାଉନ ବିଙ୍ଗ୍ସର ମଝିରେ ଗୋଟିଏ ଖଣ୍ଡା ନଜର ଆସିଥାଏ। ତାଙ୍କର ଏହି ଟ୍ୟାଟୁ ତାଙ୍କ ବାହାଦୁର ବିଷୟରେ ଜଣାଇଥାଏ। ଏହା ସହିତ କଙ୍ଗନାଙ୍କ ପାଦରେ ମଧ୍ୟ ଗୋଟିଏ ଛୋଟିଆ ଏଞ୍ଜିଲର ଟ୍ୟାଟୁ ମଧ୍ୟ ତିଆରି ହୋଇଛି। ଏହି ଟ୍ୟାଟୁର ମାନେ ହେଉଛି କି ସେ ନିଜ ସ୍ବପ୍ନକୁ ପୂରା କରିବା ପାଇଁ ଅନିୟନ୍ତ୍ରିତ ଅଟନ୍ତି।

ସୈଫଙ୍କ ଟ୍ୟାଟୁ

ସୈଫ ଅଲି ଖାନ ଏବଂ କରୀନା କପୂରଙ୍କର ବାହାଘର ପୂର୍ବରୁ ସ-ମ୍ପର୍କ ବହୁତ ଚର୍ଚ୍ଚାରେ ରହିଥିଲା। ସେହି ସମୟରେ ବାହାଘର ପୂର୍ବରୁ ହିଁ ସୈଫ ନିଜ ହାତରେ କରିନାଙ୍କ ନାମର ଟ୍ୟାଟୁ କରି ନେଇଥିଲେ। ତାଙ୍କ ଟ୍ୟାଟୁ ଇଂଲଣ୍ଡର ଷ୍ଟା-ର ଫୁଟବଲର ଡେବିଡ ବେକହମଙ୍କ ପରି ହୋଇଥିଲା।

ଅର୍ଜୁନଙ୍କ ଟ୍ୟାଟୁ ଅଟେ ମାଆଙ୍କ ପାଇଁ ସମର୍ପିତ

ଅଭିନେତା ଅର୍ଜୁନ ମଧ୍ୟ ଗୋଟିଏ ସୁନ୍ଦର ଟ୍ୟାଟୁ କରିଛନ୍ତି ଯାହାକୁ ସେ ନିଜ ମାଆ ମୋନା କପୂରଙ୍କୁ ସମର୍ପିତ କରିଛନ୍ତି। ବର୍ତମାନ ସେ ଏହି ଦୁନିଆରେ ନାହାନ୍ତି। ଏହି ଟ୍ୟାଟୁରେ ଦେବନାଗରୀ ଲିପିରେ ‘ମାଁ’ ଶବ୍ଦ ଲେଖା ହୋଇଛି ଏହା ସହିତ ଗୋଟିଏ ଅନନ୍ତର ଚିହ୍ନ ମଧ୍ୟ ବନାହୋଇଛି। ଅର୍ଜୁନ ନିଜ ବାହୁରେ ମଧ୍ୟ ଗୋଟିଏ ଟ୍ୟାଟୁ କରିଛନ୍ତି।

ହ୍ରିତିକ ଏବଂ ସୁଜୈନଙ୍କର ସୁନ୍ଦର ଟ୍ୟାଟୁ

ହ୍ରିତିକ ଏବଂ ସୁଜୈନ ଦୁଇଜଣ ବର୍ଷ ୨୦୦୯ରେ ନିଜ ଡାହାଣ ହାତରେ ଷ୍ଟା-ର ଅଫ ଡେବିଡର ଟ୍ୟାଟୁ କରିଥିଲେ ଯାହା ତାଙ୍କ ପ୍ରେମ ଏବଂ ବଣ୍ଡିଙ୍ଗକୁ ଦର୍ଶାଉଥିଲା।

ଦିପୀକାଙ୍କ ଟ୍ୟାଟୁ

ଦୀପିକା ପାଦୁକୋଣ ଯେତେବେଳେ ରଣବୀର କପୂରଙ୍କ ସହିତ ସମ୍ପର୍କରେ ଥିଲେ ସେ ଗଳାର ପଛପଟେ ଗୋଟିଏ ଟ୍ୟାଟୁ କରିଥିଲେ। ତାଙ୍କର ଏହି ଟ୍ୟାଟୁରେ ରଣବୀରଙ୍କ ନାମର ପ୍ରାରମ୍ଭିକ ‘RK’କୁ ଅଲଗା ରୂପରେ ଲେଖା ଯାଇଥିଲା। ପରେ ଦୀପିକା ଏହାକୁ ଲୁଚାଇ ଦେଇଥିଲେ।

ଅକ୍ଷୟଙ୍କ ଟ୍ୟାଟୁ ଅଟେ ପରିବାର ପାଇଁ

ଅକ୍ଷୟ କୁମାର ଖିଲାଡ଼ି କୁମାର ନିଜ ଶରୀରରେ ନିଜ ଦୁଇ ଛୁଆଙ୍କ ନାମର ଟ୍ୟାଟୁ କରିଛନ୍ତି। ଅକ୍ଷୟ ନିଜ ପିଠିରେ ପୁଅ ଆରବ ନାମର ଟ୍ୟାଟୁ କରିଛନ୍ତି। ଏହା ସହିତ ସେ ନିଜର ଦୁଇ କାନ୍ଧ ଉପରେ ସ୍ତ୍ରୀ ଟୁଇଙ୍କିଲଙ୍କର ଡାକନାମ ଟିନା ଏବଂ ଝିଅ ନିତାରାର ନାମକୁ ଲେଖିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *