ସଞ୍ଜୟ ଦତ୍ତ କହିଲେ ମୋ ରକ୍ତ ପିଇବା ପରେ ମଶା ମଧ୍ୟ ମରିଯାଉଥିଲେ, ଜାଣନ୍ତୁ ଭୟଙ୍କର ଦିନର ମଜାଦାର କାହାଣୀ

ବଲିଉଡର ବଡ କଳାକାର ସୁନୀଲ ଦତ୍ତ ଓ ନର୍ଗିସ ଦତ୍ତ ଙ୍କ ପୁଅ ସଂଜୟ ଦତ୍ତ ବହୁତ ସାରା କଷ୍ଟକର ସମୟ ଦେଇ ଆଗକୁ ବଢ଼ିଛନ୍ତି। ସମସ୍ତେ ଜାଣିଛନ୍ତି ଯେ ସଂଜୟ ଦତ୍ତ ୧୯୯୩ ମସିହାରେ ଘଟିଥିବା ବମ ବ୍ଲା-ଷ୍ଟ ଯୋଗୁଁ ଜେଲ ଯାଇଥିଲେ। ଲମ୍ବା ସମୟର ସଜା କାଟିବା ପରେ ସଂଜୟ ଦତ୍ତ ଏକ ରିଆଲିଟି ଶୋ କୁ ଆସିଥିଲେ। ଏହି ସମୟରେ ସଂଜୟ ନିଜର ଜେଲରେ ଅତିବାହିତ କରିଥିବା ସମୟ ବିଷୟରେ ମନ ଖୋଲି କରି ସେୟାର କରିଥିଲେ। ସେ ଜେଲରେ ଅତିବାହିତ କରିଥିବା ସମୟ ବିଷୟରେ କହିବା ସହ ସେ ଯେତେବେଳେ ନିଶାରେ ଥିଲେ ତାଙ୍କ ସହ ଘଟି ଥିବା ଘଟଣା ବିଷୟରେ ମଧ୍ୟ କହିଥିଲେ।

ସଂଜୟ ଦତ୍ତ ଡ୍ରଗ୍ସ ଭଳି ବଦଭ୍ୟାସରେ ପଡି ଯାଇଥିଲେ। ସେ ଏକ କଥା ମଧ୍ୟ କହିଥିଲେ କି ଏମିତି କୌଣସି ଡ୍ରଗ୍ସ ନାହିଁ ଯାହାକୁ ସେ ସେବନ କରି ନଥିବେ। ମଶା ମୋର ରକ୍ତ ପିଇବା ପରେ ମାରି ଯାଉଥିଲା। ବୋଧହୁଏ ରକ୍ତରେ ଓଭରଡୋଜ ଯୋଗୁଁ ଏହିଭଳି ଘଟୁଥାଇ ପରେ। ସଂଜୟ ଆସିଥିବା ରିଆଲିଟି ଶୋ ରେ ଏହି ବିଷୟରେ ଖୁଲାସା କରିଥିଲେ କି ‘ ମୁଁ ଶୋଇଥିବା ସମୟରେ ଦେଖୁଥାଏ କି ମଶା ମୋ ପାଖକୁ ଆସେ ଓ ମୁଁ ତାକୁ ଦେଖୁଥାଏ, ମଶା ମୋର ରକ୍ତ ପିଇବାକୁ ଲାଗେ କିନ୍ତୁ ପିଇବା ପରେ ସେ ତଳେ ପଡି ଯାଏ। ମଶାଟି ଡେଣା ହଲେଇବାକୁ ଚେଷ୍ଟା କରେ କିନ୍ତୁ ଉଡି ପରେ ନାହିଁ ଏବଂ ମାରି ଯାଏ। ଏହାର ଅର୍ଥ ଏହା ଯେ ମୋ ରକ୍ତରେ ଡ୍ରଗ୍ସ ର ମାତ୍ରା ଏତେ ଅଧିକ ଥାଏ ଯାଏ ମଶା ମୋ ରକ୍ତ ପିଇବା ପରେ ମରି ଯାଏ। ସଂଜୟଙ୍କର ଏହି କାହାଣୀ ଶୋ ରେ ବସିଥିବା ଦର୍ଶକ ମାନଙ୍କ ମୁଁହରେ ହସ ଆଣିଦେଲା।

ସଂଜୟ ଏକଥା ମଧ୍ୟ କହିଛନ୍ତି କି କାମରେ ଓ ନିଜ ପରିବାରର ଲୋକଙ୍କ ଠାରୁ ଯେଉଁ ନିଶା ମିଳିଥାଏ ତାହା ଆଉ କୌଣସି ଜିନିଷରୁ ମିଳି ପାରିବ ନାହିଁ, ସେଥିପାଇଁ ମୁଁ ସମସ୍ତ ଯୁବକ ମାନଙ୍କୁ ଅନୁରୋଧ କରୁଛି କି କେହି ନିଶା ଦ୍ରବ୍ୟ ସେବନ କରନ୍ତୁ ନାହିଁ। ସଂଜୟ ଶୋ ରେ କହିଛନ୍ତି ଯେ ଆଶା ରଖିବା ବନ୍ଦ କରି ଦିଅନ୍ତୁ, ଏହା ବହୁତ କଷ୍ଟକର ଅଟେ। ମୁଁ ଏହା ଜେଲରେ ଶିଖିଥିଲି। ମୋତେ କେହି ଜଣେ କହିଥିଲେ କି ଆଶା କରୁଛି କି ମୋତେ ଜେଲରୁ ମୁକ୍ତି ମିଳିଯାଉ, ଏହା ହେଇ ଯାଉ ତାହା ହେଇଯାଉ, ଏ ସବୁ ଭାବିବା ବନ୍ଦ କରିଦେ। ନଚେତ ଜେଲରେ ସମ୍ପୂର୍ଣ୍ଣ ସମୟ କଷ୍ଟକର ହୋଇଯିବ।

ଜେଲରେ ଅତିବାହିତ କରିଥିବା କଷ୍ଟକର ସମୟ ତାହା ଏବେ ତାଙ୍କୁ ପ୍ରେରଣା ଦେଉଛି। ଯାହା ଏବେ ସୁଖରେ କାଟୁଥିବା ଜୀବନରେ ନଜରକୁ ଆସୁଛି।

Leave a Reply

Your email address will not be published. Required fields are marked *