ହଳଦିଆ ଜିଭ- ପେଟ ଦରଜ , ପିଲାଟି ଶରୀରରେ ଅଦ୍ଭୁତ ଲକ୍ଷଣ ଦେଖି ଚିନ୍ତାରେ ଡାକ୍ତର

12 ବର୍ଷିୟ ଏକ ପିଲାଟିର ହଳଦିଆ ଜିଭ ଦେଖି ଡାକ୍ତର ମଧ୍ୟ ଭୟଭୀୟ ହୋଇଥିଲେ । ଏହି ପିଲାଟି ଆଁଟୋଇମ୍ୟୁନୋରେ ଗମ୍ଭୀର ରୂପରେ ପୀଡିତ ଅଛି । ରିପୋର୍ଟ ଅନୁସାରେ, ପିଲାଟିର ଇମ୍ୟୁନୋ ସିଷ୍ଟମ ଶରୀରରେ ନିଜର ରକ୍ତ କଣିକାକୁ ଆକ୍ରମଣ କରୁଛି। ଯାହାଦ୍ୱାରା ତାହାର ଅବସ୍ଥା ଏପରି ହୋଇଛି ।

ଦି ନିୟୁ ଇଂଲଣ୍ଡ ଅଫ ମେଡ଼ିସିନର ଏକ ରିପୋର୍ଟ ଅନୁସାରେ , ପିଲାଟି ଶରୀରରେ କିଛି ଗମ୍ଭୀର ଲକ୍ଷଣ ଦେଖିବା ପରେ ଟୋରଂଟୋନର (କାନାଡ଼ା)ଏକ ହସ୍ପିଟାଲରେ ଭର୍ତ୍ତି କରଯାଇଛି । ଡାକ୍ତର କହିଛନ୍ତି ଯେ ଗଳାରେ ଯନ୍ତ୍ରଣା , ହଳଦିଆ ପରିସ୍ରା , ପେଟରେ ଯନ୍ତ୍ରଣା ଏବଂ ଚର୍ମ ହଳଦିଆ ପଡିବା ଭଳି ଅଭିଯୋଗ ହୋଇଛି ।

ପିଲାଟିର ସୂକ୍ଷ୍ମ ଅବସ୍ଥା ଏବଂ ଲକ୍ଷଣକୁ ଦେଖି ଡାକ୍ତରଙ୍କୁ ଲାଗିଲା ଏହା ଜଣ୍ଡିସ ଅଟେ । ଏହା ଏପରି ଏକ ରୋଗ ଯେଉଁଥିରେ ମନୁଷ୍ୟର ଚର୍ମ ଏବଂ ଆଖିର ଧଳା ଅଂଶର ରଙ୍ଗ ହଳଦିଆ ପଡ଼ିବାକୁ ଲାଗେ । ଯଦିଓ ପିଲାଟିର ଉଜ୍ଜ୍ୱଳ ହଳଦିଆ ଜିଭ ଡାକ୍ତରମାନଙ୍କୁ ଆସୁବିଧାରେ ପକାଇଛି।

କିଛି ଟେଷ୍ଟ କରିବା ପରେ ଡାକ୍ତର ପିଲାଟିକୁଂ ଏନୀମିୟା ‘ ଏବଂ ଏପଷ୍ଟିନ ବାର ଭାଇରସ ‘ ରେ ସଂକ୍ରମିତ ଥିବାର ପାଇଥିଲେ । ଏହା ଏପରି ଏକ ଭାଇରସ ଯାହା ସାଧାରଣତଃ ପିଲାମାନଙ୍କୁ ସଂକ୍ରମିତ କରେ ଏବଂ ଏଥିରେ ଆଁଟୋଇମ୍ୟୁନୋ ସହ ଜଡିତ କିଛି ଆସୁବିଧା ଦେଖିବାକୁ ମିଳିଥାଏ ।

ଡାକ୍ତର ତାକୁ ‘ କୋଲ୍ଡ ଏଗ୍ଲୁଟୀନିନ ଡିଜିଜ ‘ ରେ ପୀଡିତ ଥିବାର ଜାଣିବାକୁ ପାଇଛନ୍ତି । ଏହା ଏପରି ଆଁଟୋଇମ୍ୟୁନୋ disorder ଅଟେ ଯେଉଁଥିରେ କୌଣସି ମନୁଷ୍ୟର ଇମ୍ୟୁନୋ ସିଷ୍ଟମ ନିଜ ଶରୀରର ରକ୍ତ କଣିକା ଉପରେ ଆକ୍ରମଣ କରିବା ଆରମ୍ଭ କରେ । ଡାକ୍ତର କୁହନ୍ତି ଯେ ଥଣ୍ଡା ତାପମାତ୍ରା ଏହି ଅବସ୍ଥା ସୃଷ୍ଟି କରିଥାଏ ।

ଡାକ୍ତରମାନଙ୍କୁ ଲାଗୁଛି ଯେ ପିଲାଟି ଏପଷ୍ଟିନ ବାର ଭାଇରସରେ ସଂକ୍ରମିତ ହେବାପରେ କୋଲ୍ଡ ଏଗ୍ଲୁଟୀନିନ ନାମକ ଏହି ରୋଗର ଶିକାର ହୋଇଥିବ । ପିଲାଟିର ଜିଭରେ ଦେଖାଯାଉଥିବା ଲକ୍ଷଣର ଫୋଟୋ ବର୍ତ୍ତମାନ ଖୁବ ଶୀଘ୍ର ଭାଇରାଲ ହଉଚି ।

National Institute Of Health ଅନୁସାରେ କୋଲ୍ଡ ଏଗ୍ଲୁଟୀନିନରେ ଶରୀରର ରକ୍ତ କଣିକା ଖୁବ ଶୀଘ୍ର ଭଙ୍ଗିବାକୁ ଲାଗେ ଏବଂ ବିଲିରୁବିନ ନାମକ ଏକ ହଳଦିଆ compound ପ୍ରସ୍ତୁତ ହେବାକୁ ଲାଗେ । ଏହି chemical compound ପାଇଁ ଲୋକମାନଙ୍କୁ ଜଣ୍ଡିସ ଅର୍ଥାତ ପିଲିୟା ହୋଇଥାଏ ।

ଡାକ୍ତରମାନେ ରକ୍ତଦାନ ଏବଂ ଓରାଲ ଷ୍ଟେରଏଡ ସାହାଯ୍ୟରେ ପିଲାର ଚିକିତ୍ସା କରିଛନ୍ତି । ଗତ 7 ସପ୍ତାହ ଧରି ପିଲାଟିର ଇମ୍ୟୁନୋ ସିଷ୍ଟମ activity କୁ କମ କରିବାକୁ ଚେଷ୍ଟା କରାଯାଉଛି । ରିପୋର୍ଟରେ କୁହାଯାଇଛି ଯେ ପିଲା ବର୍ତ୍ତମାନ ସମ୍ପୂର୍ଣ୍ଣ ସୁସ୍ଥ ହୋଇଯାଇଛି ଏବଂ ତା ଜିଭର ରଙ୍ଗ ବର୍ତ୍ତମାନ ସ୍ୱାଭାବିକ ହୋଇଛି ।

କୋଲ୍ଡ ଏଗ୍ଲୁଟୀନିନ ରୋଗର ଲକ୍ଷଣ :

ଡାକ୍ତରମାନେ କୁହନ୍ତି ଯେ ଏହି ରୋଗ ଯୋଗୁଁ ରୋଗୀମାନଙ୍କ ଶରୀରରେ କ୍ଳାନ୍ତ , ମୁଣ୍ଡ ବୁଲାଇବା , ମୁଣ୍ଡ ବିନ୍ଧା , ଗୋଡ ହାତ ଥଣ୍ଡା ଏବଂ ଚର୍ମ ହଳଦିଆ ପଡିବ ଭଳି ଲକ୍ଷଣ ଦେଖିବାକୁ ମିଳିବ ।

ଏହା ବ୍ୟତୀତ ଅଧିକ ହଳଦିଆ ପରିସ୍ରା , ଛାତିରେ ଯନ୍ତ୍ରଣା , ହାତ ଗୋଡ଼ରେ ଯନ୍ତ୍ରଣା , ଡାଇରିଆ ଏବଂ ବାନ୍ତି ଭଳି ଲକ୍ଷଣ ମଧ୍ୟ ଦେଖିବାକୁ ମିଳିଥାଏ ।

Leave a Reply

Your email address will not be published. Required fields are marked *