ବିବାହ ପରେ ଏପରି ବଦଳିଯାଏ ପୁଅମାନଙ୍କ ଜୀବନ, ନଜର ଆସେ ଏହି ବଡ ପରିବର୍ତ୍ତନ

ବିବାହ ପରେ ପୁଅ ହେଉ କିମ୍ବା ଝିଅ , ଉଭୟଙ୍କ ମଧ୍ୟରେ ଥିବା ସମ୍ପର୍କରେ ହଠାତ୍ କିଛି ଜିନିଷ ବଦଳିଯାଏ । ଲୋକମାନେ ବିଶ୍ୱାସ କରନ୍ତି ଯେ ବିବାହର ତୁରନ୍ତ ବାଦ୍ ଝିଅମାନଙ୍କ ଉପରେ ଅନେକ ଦାୟିତ୍ଵ ଲଦି ଦିଆଯାଏ । କିନ୍ତୁ ବିବାହ ପରେ ପୁଅମାନଙ୍କ ଜୀବନରେ ମଧ୍ୟ ଅନେକ ପରିବର୍ତ୍ତନ ଆସିଥାଏ, ଯାହା ସେମାନେ ଅନୁଭବ କରିପାରନ୍ତି ନାହିଁ । ତେବେ ଆସନ୍ତୁ ଜାଣିବା ବିବାହ ପରେ ପୁଅମାନଙ୍କ ଠାରେ କି ପ୍ରକାର ପରିବର୍ତ୍ତନ ଘଟେ ।

ପତ୍ନୀଙ୍କୁ କାମରେ ସାହାର୍ଯ୍ୟ କରିବା :-

କିଛି ପୁଅ ଏପରି ଅଛନ୍ତି ଯେଉଁମାନେ କୌଣସି ପ୍ରକାରର ପରିସ୍ଥିତିକୁ ଆଡଜଷ୍ଟ କରନ୍ତି । କିନ୍ତୁ ଏମିତି ଅନେକ ପୁଅ ଅଛନ୍ତି ଯେଉଁମାନେ ନିଜ ଜିନିଷକୁ କାହାକୁ ଛୁଇଁବାକୁ ଦିଅନ୍ତି ନାହିଁ । କିନ୍ତୁ ବିବାହ ପରେ ଏହି ଅଭ୍ୟାସ ଆପେ ବଦଳିଯାଏ । ବିବାହ ପରେ ପୁଅମାନେ ନିଜ ପତ୍ନୀଙ୍କ ସହିତ ରୁମରୁ ବାଥରୁମ ପର୍ଯ୍ୟନ୍ତ ସବୁକିଛି ସେୟାର କରନ୍ତି । ପତ୍ନୀଙ୍କ ସହ ସବୁକିଛି ବାଣ୍ଟିବାର ଅଭ୍ୟାସ ତାଙ୍କ ପ୍ରକୃତିରେ ଅନ୍ତର୍ଭୁକ୍ତ ହୋଇଯାଏ ।

ଅର୍ଥର ମହତ୍ତ୍ୱ ବୁଝିବା :-

ବିବାହ ପୂର୍ବରୁ କିଛି ପୁଅ ଟଙ୍କା ସଞ୍ଚୟ ବିଷୟରେ ଅଧିକ ଚିନ୍ତା କରନ୍ତି ନାହିଁ, ସେମାନେ ମଉଜ ମାଜଲିସ କରି ସେମାନଙ୍କର ଦରମା ଖର୍ଚ୍ଚ କରିଦିଅନ୍ତି । କିନ୍ତୁ ବିବାହ ପରେ, ସେମାନେ ଭବିଷ୍ୟତ ବିଷୟରେ ଚିନ୍ତା କରିବା ଆରମ୍ଭ କରନ୍ତି, ତେଣୁ ସେମାନେ ଅପଚୟ ଖର୍ଚ୍ଚରୁ ଦୂରେଇ ଯାଆନ୍ତି । କେବଳ ଜରୁରୀ ଜିନିଷ ଉପରେ ଟଙ୍କା ଖର୍ଚ୍ଚ କରନ୍ତି ।

ସମୟର ମହତ୍ତ୍ୱ ବୁଝିବା :-

ବିବାହ ପୂର୍ବରୁ, କିଛି ପୁଅ ଅଫିସ୍ ପରେ ପାର୍ଟିକୁ ଯାଆନ୍ତି କିମ୍ବା ନିଜ ସାଙ୍ଗମାନଙ୍କ ସହିତ ହ୍ୟାଙ୍ଗ୍ ଆଉଟ୍ କରିବାର ଯୋଜନା କରନ୍ତି । ତେବେ, ବିବାହ ପରେ ପୁଅମାନେ ନିଜେ ସମୟର ମହତ୍ତ୍ୱ ବୁଝିବା ଆରମ୍ଭ କରନ୍ତି । ଅଫିସ୍ ପରେ ସେ ଶୀଘ୍ର ଘରକୁ ଫେରି ରୋଷେଇ ଘରକୁ ଯାଇ ତାଙ୍କ ପତ୍ନୀଙ୍କୁ ରୋଷେଇରେ ସାହାଯ୍ୟ କରନ୍ତି ।

Leave a Reply

Your email address will not be published. Required fields are marked *