ସରକାରୀ ଜ୍ୱାଇଁ ଆଶାରେ ଝିଅକୁ ଏଭଳି ବର ସହ ବିବାହ କରେଇଲା ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ।

କଥାରେ ଅଛି ସରକାରୀ ଚାକିରୀ ସବୁଠୁ ବେଷ୍ଟ ହୋଇଥାଏ। କାରଣ ମାସକୁ ମାସ ମୋଟା ଅଙ୍କର ଦରମ ମିଳିବା ସହ ଚାକିରୀ ଶେଷ ହୋଇଗଲେ ମଧ୍ୟ ପେନସନ ବ୍ୟବସ୍ଥା ମଧ୍ୟ ରହିଛି। ଯଦି ଆମେ ଦେଖିବା ତେବେ ଲାଇଫ ସେଟ ହେଇଗଲା ବୋଲି କୁହାଯାଏ। ତେବେ ସମସ୍ତେ ସରକାରୀ ଚାକିରୀ ଟିଏ ପାଇବା ପାଇଁ ଅନେକ ପରିଶ୍ରମ କରିଥାନ୍ତି। କେବଳ ସେତିକି ନୁହେଁ ପ୍ରତ୍ୟକ ଝିଅର ବାପା ଓ ମାଆମାନେ ମଧ୍ୟ ସରକାରୀ ଜ୍ୱାଇଁ ଖୋଜିବା ପାଇଁ ମଧ୍ୟ ଅଧିକ ପରିଶ୍ରମ କରିବାକୁ ପଡିଥାଏ।

ଅନେକ ସମୟରେ ଏପରି ଦେଖିବାକୁ ମିଳିଥାଏ ଯେ ବାପା ଓ ମାଆମାନେ ନିଜ ଝିଅ ପାଇଁ ଏପରି ଜ୍ୱାଇଁ ଖୋଜିଥାନ୍ତି ଯାହାକି ସ୍ୱାମୀ ସ୍ତ୍ରୀର କୌଣସି ମୂଲ୍ୟ ନଥାଏ। ଝିଅ ଅଧିକ ସୁନ୍ଦର ହୋଇଥାଏ କିନ୍ତୁ ପୁଅ କିଛି ଖାସ ହୋଇ ନଥାଏ। ହେଲେ ପୁଅ ପାଖରେ ସରକାରୀ ଚାକିରୀ ଥାଏ ଯାହାଫଳରେ ତାକୁ ସୁନ୍ଦର ଝିଅ ମିଳିଯାଏ। ତେବେ ଏହିଭଳି ଏକ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

 

View this post on Instagram

 

A post shared by FunTaap Official 😎 (@funtaap)

ସରକାରୀ ଚାକିରୀ କରିଥିବା ବରର ଏକ ଭିଡ଼ିଓ ଭାଇରାଲ ହେଉଛି। ଭିଡ଼ିଓରେ ଆପଣ ଦେଖିବାକୁ ପାଇବେ ଯେ ଚାରି ଆଡ଼େ ବାହାଘରର ମହଲ ଗରମ ରହିଛି। ଏହି ସମୟରେ ବର ଷ୍ଟେଜ ଉପରେ କନ୍ୟାର ଅପେକ୍ଷା କରିଥାଏ ଏବଂ ଏହି ସମୟରେ କନ୍ୟା ଆସି ପହଞ୍ଚିଗଲା। ତେବେ କନ୍ୟା ଏତେ ସୁନ୍ଦର ହୋଇଥିବା ଦେଖି ବର ଅତ୍ୟନ୍ତ ଖୁସି ହୋଇଗଲା ଓ କନ୍ୟାକୁ ଉପରକୁ ଡାକିବା ପାଇଁ ହାତ ମଧ୍ୟ ବଢ଼େଇଲା। କିନ୍ତୁ କନ୍ୟା ଯେତେବେଳେ ବରକୁ ଦେଖିଲା ଦୁଃଖି ହୋଇଗଲା ଏବଂ ହୃଦୟ ଭାଙ୍ଗିଗଲା।

ତେବେ କନ୍ୟାର ରିଆକ୍ସନ ଦେଖିଲେ ଆପଣ ଜାଣି ପାରିବେ ଯେ ଏହା ଏକ ଆରେଞ୍ଜ ମ୍ୟାରେଜ ଅଟେ। କନ୍ୟା ଯେପରି ପ୍ରଥମ ଥର ପାଇଁ ନିଜ ସ୍ୱାମୀକୁ ଦେଖୁଛି ଓ ସ୍ୱାମୀକୁ ଦେଖି ମନ ଭିତରେ ଉଦାସର କଳା ବାଦଲ ଛାଇ ହୋଇଗଲା। କନ୍ୟାଟି ବହୁତ ସୁନ୍ଦର ଅଟେ ଏବଂ ବରର ସୁନ୍ଦରତା ଆପଣ ଭିଡ଼ିଓ ଦେଖିଲେ ହିଁ ଜାଣିପାରିବେ। ତେବେ ଏହି ଭିଡ଼ିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି।

ତେବେ ଏହି ଭିଡ଼ିଓକୁ ଇଂଷ୍ଟାଗ୍ରାମର funtap ନାମକ ଏକ ଆକାଉଣ୍ଟରେ ସେୟାର କରାଯାଇଛି। ସେୟାର କରିବା ପରେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଥିଲା। ଏହି ଭିଡ଼ିଓକୁ ନେଇ ଲୋକମାନେ ନିଜ ନିଜର ଭିନ୍ନ ଭିନ୍ନ ମତାମତ ଦେବାରେ ଲାଗିଛନ୍ତି। ଅନେକ ୟୁଜର ମାନଙ୍କ କହିବାନୁଯାୟୀ ଏହି ବିବାହ କେବଳ ସରକାରୀ ଚାକିରୀ ପାଇଁ ସମ୍ଭବ ହୋଇ ପାରିଲା। ୟୁଜର ମାନେ ମଜାଦାର ମତ ଦେବା ସହ ଖୁବ ମାତ୍ରାରେ ସେୟାର ମଧ୍ୟ କରୁଛନ୍ତି।

Leave a Reply

Your email address will not be published. Required fields are marked *