ବରମାଳା ପୂର୍ବରୁ କନିଆଁ , ବର ସାମ୍ନାରେ ରଖିଲା ଏପରି ଅଦ୍ଭୁତ ସର୍ତ୍ତ, ତାପରେ ହୋଇଗଲା ଏପରି କା-ଣ୍ଡ

ବିବାହ ସମସ୍ତଙ୍କ ପାଇଁ ଏକ ସ୍ୱତନ୍ତ୍ର ଏବଂ ଖାସ ମୁହୂର୍ତ୍ତ ହୋଇଥାଏ । ବର୍ଷ ବର୍ଷ ଧରି ପ୍ରସ୍ତୁତି ଏବଂ ଅନେକ ଆକାଂକ୍ଷା ନେଇ ଝିଅ ପୁଅ ଏବଂ ତାଙ୍କ ପରିଜନ ଏହି ଦିନର ଅପେକ୍ଷା କରନ୍ତି । କିନ୍ତୁ ଉତ୍ତରପ୍ରଦେଶର ମହୋବା ରୁ ଏକ ଏପରି ମା-ମ-ଲା ସାମ୍ନାକୁ ଆସିଛି , ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରି ଦେଇଛି ।

ତାହା ଏହିପରି ଯେ , ଶନିବାର ସନ୍ଧ୍ୟା ରେ ବର ନିଜର ବରଯାତ୍ରୀ ନେଇ ବିବାହ ମଣ୍ଡପ ରେ ପହଞ୍ଚି ଥିଲା । ସେଠାରେ ବିବାହର ସବୁ ଆୟୋଜନ ଶେ-ଷ ହୋଇଥିଲା । ସମସ୍ତେ ବରମାଳା ପାଇଁ ପ୍ରସ୍ତୁତ ଥିଲେ । ଏତିକି ସମୟରେ କନିଆ ଏକ ଅଦ୍ଭୁତ ସର୍ତ୍ତ ରଖିଦେଲା । କନିଆକୁ ତାଙ୍କର ଶୈକ୍ଷଣିକ ଯୋଗ୍ୟତା ଉପରେ ସନ୍ଦେହ ଥିଲା , ଏଥିପାଇଁ କନିଆ ଜୟମାଳା ପିନ୍ଧାଇବା ପୂର୍ବରୁ ବର କୁ ୨ ର ପଣିକିଆ ଶୁଣାଇବାକୁ କରିଦେଇ ଥିଲା ।

ତାପରେ କଣ ହୋଇଥାନ୍ତା , ସମସ୍ତଙ୍କର ଯେପରି ନିଶ୍ୱାସ ଅଟକି ଗଲା । ବର ପଣିକିଆ ଶୁଣାଇବା ରେ ଅଟକି ଗଲା ଏବଂ କହି ପାରି ନଥିଲା। ଯାହାପରେ ବିବାହ କୁ ଅଟକାଇ ଦିଆଯାଇଥିଲା । ପନୱାରୀ ଷ୍ଟେସନ ହାଉସ ଅଧିକାରୀ ବିନୋଦ କୁମାର କହିଛନ୍ତି ଯେ , ଏହା ଏକ ଏରେଞ୍ଜ ମ୍ୟାରେଜ ଥିଲା ଏବଂ ବର ମହୋବା ଜିଲ୍ଲାର ଧବାର ଗାଁ ର ଥିଲା । ବର କେବେବି ଭାବିନଥିଲା ଯେ ସାଧାରଣ ‘ ମେଥ ଟେଷ୍ଟ ‘ ରେ ଫେଲ ହେବା କାରଣରୁ ତାର ବିବାହ ଭାଙ୍ଗିଯିବ ।

ଏହାପରେ କଥା ବିଗିଡ଼ିବା କାରଣରୁ ଉଭୟ ପରିବାର ର ସଦସ୍ୟ ଏବଂ କିଛି ଗ୍ରାମୀଣ ବିବାହ ସ୍ଥଳରେ ଏକତ୍ର ହେଲେ । ସମସ୍ତେ ବିବାହ ବିଷୟରେ ଭାବୁଥିଲେ , ସେହି ସମୟରେ କନିଆ ବାହାରକୁ ବାହାରି ଆସି କହିଥିଲା ଯେ ସେ ଜଣେ ଏପରି ବ୍ୟକ୍ତିକୁ ବିବାହ କରି ପାରିବେ ନାହିଁ ଯାହାକୁ ଗଣିତର ମୂଳ କଥା ବି ଜଣା ନାହିଁ । ପୁଣି ସାଙ୍ଗ ସାଥି ଏବଂ ବନ୍ଧୁ ବାନ୍ଧବ ଝିଅକୁ ବୁଝାଇବାରେ ଅସଫଳ ହୋଇଥିଲେ ।

ଝିଅର ଭାଇ କହିଥିଲା ଯେ ‘ ମୁଁ ଏହା ଜାଣି ଚମକି ଗଲି ଯେ ବର ଅଶିକ୍ଷିତ ଥିଲା । ସେ କହିଥିଲା ଯେ ପୁଅର ଘର ଲୋକେ ତାଙ୍କୁ ଶିକ୍ଷା ବିଷୟରେ ଜଣାଇ ନଥିଲେ । ସେ ସ୍କୁଲ କୁ ମଧ୍ୟ ଯାଇ ନଥିବ । ପୁଅର ପରିବାର ଆମକୁ ଧୋକା ଦେଇଛି । କିନ୍ତୁ ମୋର ସାହସୀ ଭଉଣୀ ସାମାଜିକ ବର୍ଜନା ବିନା ବାହାରକୁ ଯାଇଛି । ‘

Leave a Reply

Your email address will not be published. Required fields are marked *