ଏହି ସ୍ଥାନରେ ୫୦ ହଜାର ଟଙ୍କାରେ କିଣନ୍ତୁ ୫ ଲକ୍ଷ ଟଙ୍କାର କାର, ଗାଡି କ୍ରେତା ମାନଙ୍କର ଦିନସାରା ଲାଗି ରହୁଛି ଭିଡ଼

କଣ ଆପଣ ଶସ୍ତା ଏବଂ ଜବରଦସ୍ତ ଅଫର ସହିତ କାର କିଣିବାକୁ ଭାବୁଛନ୍ତି କି | ତାହା ମଧ୍ୟ ସେହି ସମୟରେ ଯେତେବେଳେ ସର୍ବସାଧାରଣରେ ଯାତ୍ରା କରିବା ବିପଦ ମୁକ୍ତ ନୁହେଁ | କରୋନା ମହାମାରୀରେ ଅଧିକାଂଶ ଲୋକ ନିଜ ବାହାନ ହିଁ ଚଳାଇବା ପସନ୍ଦ କରୁଛନ୍ତି | ଏହା କାରଣ ଅଟେ ଯେ ଗତ ୨ ମାସ ହେବ ଅଟୋ ବିକ୍ରି ମଧ୍ୟ ତୀବ୍ରତାର ସହିତ ବଢୁଛି | ଯେଉଁ ଲୋକଙ୍କର ବଜେଟ କମ ରହିଛି ସେମାନେ ସେକେଣ୍ଡ ହ୍ୟାଣ୍ଡ କାର କିଣିବାକୁ ପସନ୍ଦ କରୁଛନ୍ତି | ଦେଶରେ ଦିଲ୍ଲୀ, ମୁମ୍ବାଇ, କୋଲକାତା, ଚେନ୍ନାଇ ପରି ମହାନଗରକୁ ଛାଡିଲେ ଅନେକ ସହରରେ ସେକେଣ୍ଡ ହ୍ୟାଣ୍ଡ କାରର ବଡ ମାର୍କେଟ ରହିଛି | ତେବେ ଦିଲ୍ଲୀର କରୋଲବାଗ ସ୍ଥିତ ବଜାରରେ କାର ଅନେକ ଗୁଣା ଶସ୍ତା ଦରରେ ମିଳିଯାଉଛି | ତେବେ ଆମେ ଆପଣଙ୍କୁ କହିବୁ କିପରି ଆପଣ ୫ ଲକ୍ଷ ଟଙ୍କାର କାର ମାତ୍ର ୫୦ ହଜାର ଟଙ୍କାରେ କିଣି ପାରିବେ |

କରୋଲବାଗ (ଦିଲ୍ଲୀ) ମାର୍କେଟରେ ସେକେଣ୍ଡ ହ୍ୟାଣ୍ଡ ମାରୁତି ୱାଗନରକୁ କେବଳ ୫୦ରୁ ୬୦ ହଜାର ଟଙ୍କାରେ କିଣି ପାରିବା | କହିରଖୁଛୁ ଯେ ନୂତନ ୱାଗନର ୧୦ ବର୍ଷ ବେଳକୁ ପୁରୁଣା ହୋଇଯାଇପାରେ | ନୂତନ ୱାଗନରର ଏକ୍ସ-ଶୋ’ରୁମ ମୂଲ୍ୟ ୪.୪୫ ଲକ୍ଷ ଟଙ୍କାରୁ ଆରମ୍ଭ ହେଉଛି | ସେହିପରି ଅନରୋଡ଼ ଏହାର ମୂଲ୍ୟ ପ୍ରାୟ ୫.୫୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ହୋଇଯାଇଥାଏ |

ଦେଖିବା ପାଇଁ ଏହି କାରର ଅବସ୍ଥା ଉନ୍ନତ ରହିଛି | ଅର୍ଥାତ ଏହା ଉପରେ କୌଣସି ପ୍ରକାରର ଡେଣ୍ଟ ରହି ନଥାଏ ଏବଂ ଏହା ଚମକୁଥିବାର ଦେଖାଯାଇଥାଏ | କାର ଉପରେ କୌଣସି ପ୍ରକାରର ଡେଣ୍ଟ କିମ୍ବା ଅନ୍ୟ ଚିହ୍ନ ରହିଥାଏ ତେବେ ଏହାକୁ ଠିକ କରିଦିଆଯାଇଥାଏ | କାରର ମଡେଲ ଯେତେ ପୁରୁଣା ହେବ ତା’ର ସେତେ ଅଧିକ ମୂଲ୍ୟ କମ ହୋଇଯିବ | ଯେମିତିକି ଏଠାରେ ୨୦୦୫ ମଡେଲର ମାରୁତି ୱାଗନରକୁ ୫୦ ହଜାର ଟଙ୍କାରେ କିଣାଯାଇ ପାରିବ |

ଦିଲ୍ଲୀରେ ୧୫ ବର୍ଷ ପୁରୁଣା କାରକୁ ଚଳାଇବା ପାଇଁ ଅନୁମତି ନଥାଏ | ଏମିତିରେ ଲୋକମାନେ ଏତେ ପୁରୁଣା କାର ବହୁତ ଶସ୍ତାରେ ବିକ୍ରି କରି ଦେଇଥାନ୍ତି | ସୂଚନାଯୋଗ୍ୟ ଯେ ଏହି କାର ଗୁଡିକୁ ଦିଲ୍ଲୀ ବାହାରେ ବିକ୍ରି କରିଦିଆଯାଇଥାଏ | ଅନେକ ରାଜ୍ୟରେ କାର ୨୦ ବର୍ଷ ପାଇଁ ଚଳାଇବାର ଅନୁମତି ରହିଛି | ତେବେ ପ୍ରରମ୍ଭିକ ସ୍ତରରେ RTO ପକ୍ଷରୁ କାରର ରେଜିଷ୍ଟ୍ରେସନ ୧୫ ବର୍ଷର ରହିଥାଏ | ପରେ କାରର ସ୍ଥିତିକୁ ଦେଖି ୫ ବର୍ଷ ପାଇଁ ରିନ୍ୟୁ କରିଦିଆଯାଇଥାଏ |

କାରକୁ ଫାଇନାନ୍ସ କରାଇବାର ସୁବିଧା ମଧ୍ୟ ମିଳିବ:

ସେକେଣ୍ଡ ହ୍ୟାଣ୍ଡ କାର ମାର୍କେଟର ଡିଲର ଏସଏସଏସ ଜୀ କାର ବାଇକ ଏଣ୍ଡ ପ୍ରୋପର୍ଟି କହିଲେ ଯେ ଏଠାରେ ସେକେଣ୍ଡ ହ୍ୟାଣ୍ଡ କାର ୫୦ ରୁ ୬୦ ହଜାର ଟଙ୍କାରୁ ମିଳିବା ଆରମ୍ଭ ହୋଇଯାଇଥାଏ | ଗ୍ରାହକ କାରର ମୂଲ୍ୟର ସମ୍ପୂର୍ଣ୍ଣ ଏମାଉଣ୍ଟ ଫାଇନାନ୍ସ ମଧ୍ୟ କରି ପାରିବେ | ଏଥିପାଇଁ ଏମାନଙ୍କୁ କିଛି ଜରୁରୀ କାଗଜପତ୍ର ଦେବାକୁ ପଡିଥାଏ |

ଏହି କାର ସହିତ ଏହାର ରେଜିଷ୍ଟ୍ରେସନ ସାର୍ଟିଫିକେଟ ମଧ୍ୟ ଦିଆଯାଇଥାଏ | ଏହି ସାର୍ଟିଫିକେଟ ଆଧାରରେ ଆପଣ ମଧ୍ୟ କାରର ଲାଇଫ, ଇଞ୍ଜିନ, ରଙ୍ଗ ପରି ଜରୁରୀ ଜିନିଷ ଜାଣି ପାରିବେ | ଆପଣ ଚାହିଁଲେ ସମସ୍ତ ଏମାଉଣ୍ଟ ନଗଦ ଟଙ୍କା ଦେଇ ମଧ୍ୟ କିଣି ପାରିବେ |

ଏହି ଜିନିଷ ଗୁଡିକର ରଖିବେ ବିଶେଷ ଧ୍ୟାନ:

ଆପଣ କୌଣସି ମଧ୍ୟ ମାର୍କେଟରୁ ସେକେଣ୍ଡ ହ୍ୟାଣ୍ଡ କାର କିଣୁଛନ୍ତି ତେବେ ଡିଲର ସହିତ କାରର ମୂଲ୍ୟକୁ ନେଇ ଭଲ ଭାବରେ କଥା ହୋଇଯାଆନ୍ତୁ |

ଯେଉଁ କାରକୁ ଫାଇନାଲ କରିବାକୁ ଯାଉଛନ୍ତି ତା’ର ଏକ୍ସିଲିଟର ଭଲ ଭାବରେ ନିରୀକ୍ଷଣ କରି ନିଅନ୍ତୁ | କାରରେ କୌଣସି ପ୍ରକାରର ଡେଣ୍ଟ ଅଛି କି ନାହିଁ ମଧ୍ୟ ଦେଖି ନିଅନ୍ତୁ | ଚାରୋଟି ଟାୟାର ସହିତ ଷ୍ଟେପିନ ଠିକ ଅଛି କି ନାହିଁ ତାହା ମଧ୍ୟ ଦେଖନ୍ତୁ | ବ୍ୟାଟେରୀକୁ ପରୀକ୍ଷଣ କରିବା ଭୁଲନ୍ତୁ ନାହିଁ |

କାର ସହ ଜଡିତ ସମସ୍ତ ଜରୁରୀ କାଗଜପତ୍ରକୁ ମାଗି ରଖନ୍ତୁ | ଏଥିରେ କାରର ସର୍ଭିସ ରେକର୍ଡ, ରେଜିଷ୍ଟ୍ରେସନ, ଇନ୍ସ୍ୟୁରାନ୍ସ ଆଦି ଶାମିଲ ରହିଛି | ଏସବୁ କାଗଜପତ୍ରର ଅରଜିନାଲ କପି ହିଁ ନିଅନ୍ତୁ | କାର କିଣିବା ପରେ ଡିଲରଙ୍କ ଠାରୁ ତା’ର ବିଲ ନିଶ୍ଚିନ୍ତ ଭାବରେ ମାଗି ନିଅନ୍ତୁ |

Leave a Reply

Your email address will not be published. Required fields are marked *