ଲାଇଭ ରିପୋର୍ଟିଙ୍ଗ ସମୟରେ ହ୍ରଦରେ ବୁଡିଗଲା କାର, ସୋସିଆଲ ମିଡିଆରେ ଭାଇରାଲ ହେଉଛି ଭିଡିଓ

ସୋସିଆଲ ମିଡିଆରେ ଲାଇଭ ରିପୋର୍ଟିଙ୍ଗ ସମୟରେ ଗୋଟିଏ କାରର ହ୍ରଦର ବୁଡି ଯିବାର ଭିଡିଓ ଜୋରରେ ଭାଇରାଲ ହେଉଛି। ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ WCISର ରିପୋର୍ଟର ଜ୍ୟାକବ ଇମର୍ସନ(Jakob Emerson) ଘଟଣା ସ୍ଥଳରେ ଥିଲେ ଏବଂ ସେ ଏଠାରେ ରିପୋର୍ଟିଙ୍ଗ କରୁଥିଲେ।

ପ୍ରାୟତଃ ଆମ କ୍ୟାମେରାରେ ଅନେକ ଥର ଏମିତି ଘଟଣା ବନ୍ଦି ହୋଇ ଯାଇଥାଏ, ଯାହା ବିଷୟରେ ଆମେ ଚିନ୍ତା କରି ପାରି ନଥାଉ। ଆଜ୍ଞା ହଁ, ବର୍ତ୍ତମାନ ଗୋଟିଏ ଏମିତି ହିଁ ଘଟଣା ଜଣେ ରିପୋର୍ଟରଙ୍କ ସହିତ ମଧ୍ୟ ଘଟିଛି। ବାସ୍ତବରେ ଯେଉଁ ସମୟରେ ରିପୋର୍ଟର ଲାଇଭ ରିପୋର୍ଟିଙ୍ଗ କରୁଥିଲେ ସେହି ସମୟରେ ଗୋଟିଏ କାର ହ୍ରଦରେ ପଡି ଯାଇଥିଲା। ସେହି ଘଟଣାକୁ ଦେଖି ରିପୋର୍ଟର ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ। ଏହି ଘଟଣା ସେତେବେଳେ ହୋଇଥିଲା ଯେତେବେଳେ WCISର ରିପୋର୍ଟର ଜ୍ୟାକବ ଇମର୍ସନ(Jakob Emerson) ଘଟଣା ସ୍ଥଳରେ ଥିଲେ ଏବଂ କ୍ଷେତ୍ରରେ ଅନ୍ୟ ଗୋଟିଏ କୃତ୍ରିମ ହ୍ରଦ ପ୍ରସ୍ତୁତ କରିବା ପାଇଁ ଗୋଟିଏ ପ୍ରସ୍ତାବିତ ପରିଯୋଜନା ଉପରେ ରିପୋର୍ଟିଙ୍ଗ କରୁଥିଲେ।

ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ ସ୍ପଷ୍ଟ ଭାବରେ ଦେଖା ଯାଉଛି କି ରିପୋର୍ଟର ଗ୍ରାଉଣ୍ଡରେ ଗୋଟିଏ କାରକୁ ତାର ପଛରେ ଥିବା ହ୍ରଦରେ ପଡି ଯାଉଥିବାର ଦେଖାଯାଇଛି। ଯେମିତି ହିଁ ରିପୋର୍ଟର ପଛର ଦୃଶ୍ୟକୁ ଦେଖିଥାନ୍ତି ତ ତାଙ୍କର ହୋଶ ଉଡି ଯାଇଥାଏ। ଏହି ଘଟଣାକୁ ଦେଖିବା ମାତ୍ରେ ହିଁ ରିପୋର୍ଟର ତୁରନ୍ତ ଫ୍ରେମରୁ ବାହାରି ଯାଇଥାନ୍ତି ଏବଂ କ୍ୟାମେରାମ୍ୟାନ ବୁଡି ଯାଉଥିବା କାର ଉପରେ କ୍ୟାମେରା ଫୋକସ କରିବା ପାଇଁ କହିଥିଲେ।ଏହି ଭିଡିଓରେ ସ୍ପଷ୍ଟ ଭାବରେ ଦେଖା ଯାଉଛି କି କାର ଅଳ୍ପ ସମୟରେ ହିଁ ପାଣିରେ ସଂପୂର୍ଣ୍ଣ ଭାବରେ ବୁଡି ଯାଇଥାଏ।

ଏଠାରେ ଦେଖନ୍ତୁ ଭିଡିଓ-

https://twitter.com/BrianMFloyd/status/1422757196585062400?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1422757196585062400%7Ctwgr%5E%7Ctwcon%5Es1_&ref_url=https%3A%2F%2Fwww.tv9hindi.com%2Ftrending%2Fcar-slides-and-sinks-into-a-lake-on-live-reporting-on-television-video-goes-viral-767969.html

ହେଲେ ଭାଗ୍ୟର କଥା ଏହା ଅଟେ କି ଯେତେବେଳେ କାର ବୁଡି ଯାଉଥିଲା ସେତେବେଳେ ତା ଭିତରେ କେହି ଉପସ୍ଥିତ ନଥିଲେ। ଏହି ଭିଡିଓକୁ ଫୁଟବଲ ଲେଖକ ବ୍ରାୟନ ଫ୍ଲାୟଡ ସୋସିଆଲ ମିଡିଆରେ ସେୟାର କରିଛନ୍ତି।”ଅଧିକାଂଶ ଘଟଣାରେ ଗାଡ଼ି ଧିରେଧିରେ ଖସି ଢଳିବାକୁ ଲାଗିଥାଏ, କିନ୍ତୁ ଏହି ଭିଡିଓରେ ଗାଡ଼ି ଜୋରରେ ହ୍ରଦରେ ପଡି ଯାଇଥିଲା। କୁହାଯାଉଛି କି ଏମିତି ଏଥିପାଇଁ ହୋଇଥିଲା କାରଣ ଚଟାଣ ଉପରେ ମୋଟା ଶିଉଳିର ପରସ୍ତ ଜମି ଯାଇଥିଲା। ଏଥିପାଇଁ ଗାଡ଼ି ଜୋରରେ ଖସି ହ୍ରଦରେ ବୁଡି ଯାଇଥିଲା।

ଏହି ଘଟଣା ବିଷୟରେ ସଙ୍ଗସୋନ କାଉଣ୍ଟି ଉଦ୍ଧାର ଦଳ ପୃଷ୍ଟି କରିବା ସମୟରେ କହିଛନ୍ତି କି ଯେତେବେଳେ ଗାଡ଼ି ବୁଡି ଯାଇଥିଲା ତ ତାହା ଖାଲି ଥିଲା।”କାଲି ରାତି, ଏସସୀଆରଏସ ଗୋଟିଏ ଜଳମଗ୍ନ ଯାନକୁ ବାହାର କରିବା ପାଇଁ ସ୍ପ୍ରିଙ୍ଗଫିଲ୍ଡ ହ୍ରଦ ଉପରେ ଉଦ୍ଧାର କାର୍ଯ୍ୟକ୍ରମ ଚଲା ଯାଇଥିଲା। ଏହି ଘଟଣାରେ କାହାର ହତାହତ ହେବାର କୈାଣସି ଖବର ନାହିଁ।”ଏହା ମଧ୍ୟରେ ଏହି ଭିଡିଓ ଭାଇରାଲ ହୋଇ ଯାଇଛି। ଭିଡିଓ ଦେଖିବା ପରେ ଜଣେ ୟୁଜର କହିଛନ୍ତି, “ସେ ପ୍ରଥମ ଥର କାରକୁ ଏହିପରି ଭାବରେ ବୁଡୁଥିବାର ଦେଖୁଛନ୍ତି।

Leave a Reply

Your email address will not be published. Required fields are marked *