କୁଆଁରା ପୁଅ ପିଲାଙ୍କ ପରିଶ୍ରା କାହିଁକି ଜମା କରୁଛି China ? ସ୍କୁଲ ମାନଙ୍କରେ ରଖା ଯାଇଛି ବାଲ୍ଟି : ଜାଣନ୍ତୁ ସମ୍ପୂର୍ଣ ଘଟଣା

ବସନ୍ତ ଋତୁର ଖାଆନ୍ତି ଭର୍ଜିନ ଏଗ :-

ଭର୍ଜିନ ଏଗ ନାମକ ଖାଦ୍ୟ ଚାଇନା ର ଜୋଜିୟାଙ୍ଗ ପ୍ରାନ୍ତ ରେ ଖୁବ ଲୋକପ୍ରିୟ ଅଟେ । ବସନ୍ତ ଋତୁ ଆରମ୍ଭ ହେବା ମାତ୍ରେ ହିଁ ଲୋକେ ଏହାକୁ ଖୁବ ସଉକ ରେ ଖାଇବାକୁ ପସନ୍ଦ କରନ୍ତି ।

ୟୁରିନ ରେ ବୁଡ଼ାଇ ଅଣ୍ଡା କୁ ରଖିଥାନ୍ତି :-

ଏହି ଡିସ ର ଖାସ କଥା ଏହିକି ଯେ ଏହାକୁ ବନାଇବା ପାଇଁ କୁଆଁରା ପୁଅ ପିଲାଙ୍କ ମୂତ୍ର ର ବ୍ୟବହାର କରାଯାଇଥାଏ । ଶୁଣିବାରେ ହୁଏତ ଟିକିଏ ଅଜବ ଲାଗୁଛି , କିନ୍ତୁ ଏହା ସତ୍ୟ ଅଟେ । ବ୍ୟଞ୍ଜନ ରେ ବ୍ୟବହୃତ ହେଉଥିବା ଅଣ୍ଡା କୁ ୟୁରିନ ରେ ବୁଡ଼ାଇ ରଖା ଯାଇଥାଏ । ଏବଂ ଏଥିପାଇଁ ଏହି ଅଣ୍ଡା କୁ ‘ ଭର୍ଜିନ ‘ କୁହାଯାଇଥାଏ ।

କିପରି ପ୍ରସ୍ତୁତ ହୋଇଥାଏ ଭର୍ଜିନ ଅଣ୍ଡା :-

ନ୍ୟୁୟର୍କ ଟାଇମସ ର ରିପୋର୍ଟ ଅନୁଯାୟୀ , ଭର୍ଜିନ ଅଣ୍ଡା କୁ ପ୍ରସ୍ତୁତ କରିବା ପାଇଁ ସର୍ବପ୍ରଥମେ ଅଣ୍ଡା କୁ କୁଆଁରା ପୁଅ ପିଲାଙ୍କ ୟୁରିନ ରେ ଫୁଟା ଯାଇଥାଏ, ଏହାପରେ ଅଣ୍ଡା ର ଖୋଳପା କୁ ବାହାର କରି ତାହାକୁ ପୁଣିଥରେ ଗରମ ୟୁରିନ ରେ ଫୁଟା ଯାଇଥାଏ । ଯାହାପରେ ଅଣ୍ଡା ରେ ୟୁରିନର ଫ୍ଲେବର ଆସି ପାରିବ ।

ସ୍କୁଲ ରେ ରଖା ଯାଇଥାଏ ବାଲ୍ଟି :-

ଏହି ଖାଦ୍ୟ କୁ ବନାଇବାର ପ୍ରସ୍ତୁତି ପୂର୍ବରୁ ହିଁ କରିବାକୁ ପଡ଼ିଥାଏ । କାରଣ ଏଥିପାଇଁ ଅଧିକ ୟୁରିନ ର ଅବଶ୍ୟକତା ପଡ଼ିଥାଏ । ୟୁରିନ କୁ ଜମା କରିବା ପାଇଁ ନିୟମିତ ସ୍କୁଲ ରେ ବାଲ୍ଟି ରଖା ଯାଇଥାଏ । ଯେଉଁଥିରେ ପିଲା ମାନେ ୟୁରିନ କରନ୍ତି । ତାପରେ ସେହି ୟୁରିନ କୁ ବଡ଼ ବଡ଼ ପାତ୍ରରେ ରଖାଯାଇ ଥାଏ ଏବଂ ଅଣ୍ଡା କୁ ଅଳ୍ପ ଆଞ୍ଚରେ ପୁରା ଦିନ ଗରମ କରାଯାଇଥାଏ ।

ସ୍ୱାସ୍ଥ୍ୟ ପାଇଁ ଲାଭଦାୟକ ହୋଇଥାଏ :-

ଏବେ ଏହି ଅଣ୍ଡା ଭଲ ଭାବରେ ଫୁଟି ଯାଏ ଏବଂ ଏହି ଅଣ୍ଡାକୁ ଭାଙ୍ଗି ରଖାଯାଏ । ସେଠାକାର ଲୋକେ ଏହି ଡିସକୁ ବେଶ ମଜାରେ ଖାଆନ୍ତି । ତାଙ୍କ ଅନୁସାରେ ଏହି ଡିସ ସ୍ୱାସ୍ଥ୍ୟ ପାଇଁ ଖୁବ ଲାଭଦାୟକ ହୋଇଥାଏ । ଏହି ଡିସ ର ସ୍ଥାନୀୟ ନାମ ତୌଗଞ୍ଜି ଡେନ ଅଟେ । ଯେଉଁଠି କିଛି ଲୋକ ଏହାକୁ ବୋୟ ଏଗ ନାମରେ ମଧ୍ୟ ଜଣା ଯାଇଥାଏ ।

Leave a Reply

Your email address will not be published. Required fields are marked *