ସିନେମାମେକର ଯୁବରାଜ ସିଂହଙ୍କ ବାପାଙ୍କୁ ସିନେମାରୁ ବାହାର କରିଦେଇଛନ୍ତି, ଏମିତି କରିବା ପଛରେ ଜଣାଇଛନ୍ତି ଏହି ବଡ଼ କାରଣ।

ମୁମ୍ବାଇ: ପ୍ରସିଦ୍ଧ ସିନେମାମେକର ବିବେକ ଅଗ୍ନିହୋତ୍ରୀ (Vivek Agnihotri) ଯୁବରାଜ ସିଂହଙ୍କ ବାପା ଯୋଗରାଜ ସିଂହ (Yograj Singh) ଙ୍କୁ ନିଜ ସିନେମା ‘ଦ କଶ୍ମୀର ଫାଇଲସ’ (The Kashmir Files)ରୁ ବାହାର କରିଦେଇଛନ୍ତି। ବିବେକ ପ୍ରଥମେ ଯୋଗରାଜଙ୍କୁ ସିନେମାରେ ଏକ ମହତ୍ତ୍ୱପୂର୍ଣ୍ଣ ଚରିତ୍ର ପାଇଁ ବାଛିଥିଲେ, ଯାହାର ସୁଟିଂ ଲକଡାଉନ୍ ପୂର୍ବରୁ ମାର୍ଚ୍ଚ,୨୦୨୦ରେ ଆରମ୍ଭ ହେବାର ଥିଲା। ହେଲେ ଏବେ କୁହାଯାଉଛି କି ଏହି ଅବସ୍ଥାରେ କୃଷକ ଆନ୍ଦୋଳନ ସମୟରେ ଯୋଗରାଜ ମତ ଦେଇଛନ୍ତି,ଏହା‌ ଚାଲିଥିବା ସମୟରେ ବିବେକ ତାଙ୍କୁ ତାଙ୍କ ସିନେମାରୁ ବାହାର କରିଦେଇଛନ୍ତି।

ଏକ ଇଣ୍ଟରବ୍ୟୁରେ ବିବେକ ଅଗ୍ନିହୋତ୍ରୀ କହିଛନ୍ତି-ମୋର ଯୋଗରାଜ ସିଂହଙ୍କ ସହିତ ଲମ୍ବା କଥାବାର୍ତ୍ତା ହୋଇଥିଲା। ମୁଁ ତାଙ୍କୁ ମୋ ସିନେମା ‘ଦ କଶ୍ମୀର ଫାଇଲସ’ରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ପାଇଁ ବାଛିଥିଲି। ମୁଁ ଜାଣିଛି କି ଓଲଟା-ସିଧା ମତ ଦେବାରେ ତାଙ୍କର ପୁରୁଣା ରେକର୍ଡ ରହିଛି।ତାପରେ ବି ମୁଁ ଏହାକୁ ଅଣଦେଖା କରିଦେଇଥିଲି।କାରଣ ମୁଁ ବୋଧହୁଏ କଳା ଏବଂ କଳାକାରଙ୍କୁ ମିଶାଇ ଦିଏ ନାହିଁ। କିନ୍ତୁ ମୋତେ ଯେତେବେଳେ ତାଙ୍କ ବକୃତା ବିଷୟରେ ଜଣା ପଡିଥିଲା ତ ମୁଁ ଆଶ୍ଚର୍ଯ୍ୟ ହୋଇଯାଇଥିଲି।କାରଣ ମୁଁ ଏହା ସହ୍ୟ କରିପାରିବି ନାହିଁ କି କୈାଣସି ମହିଳାଙ୍କ ବିଷୟରେ କିଏ ଏମିତି କଥାବାର୍ତ୍ତା କରିବ। ଏହା କୈାଣସି ହିନ୍ଦୁ କିମ୍ବା ମୁସଲିମ ମହିଳାଙ୍କ ବିଷୟରେ ନୁହେଁ। ଏଠାରେ ସେହି ବିଷୟରେ କୁହାଯାଇଛି, ଯେଉଁଠାରେ ମହିଳାମାନଙ୍କ ବିଷୟରେ ଖରାପ କଥା କୁହାଯାଇଥିଲା।

ବିବେକ ଅଗ୍ନିହୋତ୍ରୀଙ୍କ ମୁତାବକ,ମୋ ସିନେମା କାଶ୍ମୀରରେ ହୋଇଥିବା ଅଳ୍ପସଂଖ୍ୟକ ନରସଂ‌ହାର ଉପରେ ଆଧାରିତ ହୋଇଛି। ମୁଁ ଏଥିରେ ଏମିତି କୈାଣସି ବ୍ୟକ୍ତିଙ୍କୁ ରଖିପାରିବି ନାହିଁ, ଯିଏ ଧର୍ମର ଆଧାରରେ ସମାଜକୁ ବାଣ୍ଟିବାକୁ ଚେଷ୍ଟା କରୁଛି। ଏଥିପାଇଁ ମୁଁ ତାଙ୍କୁ ଏକ ଚିଠି ପଠାଇ ଜଣାଇ ଦେଇଛି କି ସେ ଏବେ ମୋ ସିନେମାରେ କାମ କରିବେ ନାହିଁ। ବିବେକ ଆଗକୁ କହିଛନ୍ତି-ମୁଁ ଏମିତି ସିନେମା ପ୍ରସ୍ତୁତ କରୁଛି, ଯେଉଁଥିରେ ସତ୍ୟ ସାମ୍ନାକୁ ଆସିବ ଏବଂ ମୁଁ ଚାହୁଁନି କି ଏପରି ବ୍ୟକ୍ତି ଏହି ସତ୍ୟତାର ସଦସ୍ୟ ହୁଅନ୍ତୁ।

ପରିଶେଷରେ କଣ କହିଛନ୍ତି ଯୋଗରାଜ ସିଂହ:

ଯୋଗରାଜ ସିଂହ କୃଷକ ଆନ୍ଦୋଳନକୁ ସମର୍ଥନ କରିବା ସମୟରେ ହିନ୍ଦୁ ମାନଙ୍କ ପାଇଁ ଅଶୀଳ ଶବ୍ଦ ବ୍ୟବହାର କରି କହିଥିଲେ କି ସେମାନେ ୧୦୦ବର୍ଷ ପର୍ଯ୍ୟନ୍ତ ମୋଗଲମାନଙ୍କର ଗୋଲାମୀ କରିଥିଲେ। ତାଙ୍କର ନିଜ ମତରେ ସେ ମହିଳା ମାନଙ୍କ ପାଇଁ ବି ବହୁତ ଅଶୀଳ ଶବ୍ଦର ବ୍ୟବହାର କରିଥିଲେ। ସେଠାରେ ତାଙ୍କ ପୁଅ ଯୁବରାଜ ସିଂହ ନିଜେ ନିଜକୁ ବାପାଙ୍କ ମତରୁ ଅଲଗା କରି ନେଇଥିଲେ।ସେ ଶୋଶିଆଲ ମିଡ଼ିଆରେ ଏକ ପୋଷ୍ଟ ମାଧ୍ୟମରେ କହିଛନ୍ତି କି ଏହା ତାଙ୍କର ବ୍ୟକ୍ତିଗତ ମତ ହେବ ଏବଂ ସେ ତାଙ୍କ ବାପାଙ୍କ ଦ୍ଵାରା କୁହାଯାଇଥିବା କଥାରେ ବହୁତ ଦୁଃଖ ପ୍ରକାଶ କରିଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *