କମେଡିୟାନ ଭାରତୀ ସିଂହ ପାର୍କ ରେ ଝୁଲୁଥିଲେ ଦୋଳି , ସେତେବେଳେ ପଡ଼ିଗଲେ ଏପରି :-

ଭାରତୀ ସିଂହ ଙ୍କର ଏହି ଭିଡ଼ିଓ ସୋସିଆଲ ମିଡିଆରେ ଭାଇରଲ ହେଉଛି । ଭିଡ଼ିଓ ରେ ଅନେକ ପ୍ରତିକ୍ରିୟା ମଧ୍ୟ ଆସୁଛି ।

କମେଡି କ୍ୱିନ ଭାରତୀ ସିଂହ ପ୍ରାୟ ନିଜର ମଜାଦାର ଜୋକସ ଏବଂ ମଜାଳିଆ ଢଙ୍ଗ ପାଇଁ ଜଣା ଯାଆନ୍ତି । ସୋସିଆଲ ମିଡିଆରେ ଭାରତୀ ଙ୍କର ଭଲ ଫ୍ୟାନ ଫୋଲୋଇଂ ରହିଛି । ତାଙ୍କ ଭିଡ଼ିଓ ଦେଖି ଫ୍ୟାନ ମାନେ ହସିବା ରୁ ନିଜକୁ ଅଟକାଇ ପାରି ନାହାଁନ୍ତି । ପୁଣି ଏବେ ଭାରତୀ ସିଂହ ନିଜର ଅଫିସିୟଲ ଇନଷ୍ଟାଗ୍ରାମ ଆକାଉଣ୍ଟ ରେ ଏକ ଭିଡ଼ିଓ ସେୟାର କରିଛନ୍ତି । ଏହି ଭିଡ଼ିଓ କୁ ଦେଖି ଆପଣ ନିଜର ହସ ରୋକି ପାରିବେ ନାହିଁ । ସେଥିରେ ସେ ଦୋଳି ଝୁଲୁଥିବାର ଦେଖା ଯାଇଛି । କିନ୍ତୁ ଶେଷରେ କିଛି ଏପରି ହୋଇଛି ଯାହାକୁ ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ ।

 

View this post on Instagram

 

A post shared by Bharti Singh (@bharti.laughterqueen)

ବାସ୍ତବରେ ଭିଡ଼ିଓ ରେ ଦେଖାଯାଇ ପାରିବ ଯେ ଭାରତୀ ସିଂହ ଦୋଳି ଝୁଲିବାର ମଜା ନେଉଥିଲେ । ଏହି ଭିଡ଼ିଓ ରେ ଅନ୍ୟ ଜଣେ ମହିଳା ତାଙ୍କୁ
ଦୋଳି ଝୁଲିବାରେ ସାହାଯ୍ୟ କରିଛନ୍ତି । ସେହି ଦୋଳି ଝୁଲିବା ସମୟରେ ଭାରତୀ ସିଂହ ଅଧିକ ଉତ୍ସାହିତ ହୋଇ ଯାଇଛନ୍ତି ଏବଂ ଦୋଳି ରୁ ଖସି ପଡ଼ିଛନ୍ତି । ଭାରତୀ ସିଂହଙ୍କର ଏହି ଭିଡ଼ିଓ ରେ ଫ୍ୟାନ ମାନେ ଜବରଦସ୍ତ ପ୍ରତିକ୍ରିୟା ଦେଇଛନ୍ତି । ଭିଡ଼ିଓ କୁ ଦେଖି ଫ୍ୟାନ ମାନେ କମେଣ୍ଟ କରିବାରୁ ନିଜକୁ ରୋକି ପାରୁ ନାହାଁନ୍ତି । ଫ୍ୟାନ ମାନଙ୍କ ସହିତ ସେଲିବ୍ରିଟି ମାନେ ମଧ୍ୟ ଏହି ଭିଡ଼ିଓ ରେ ପ୍ରତିକ୍ରିୟା ଦେଉଛନ୍ତି । ୟୁଜର ମାନଙ୍କର ଫନି କମେଣ୍ଟ ଦେଖି ଆପଣ ମଧ୍ୟ ହସିବେ । ଏହି ଭିଡ଼ିଓ କୁ ସେୟାର କରିବା ସହିତ ଭାରତୀ ସିଂହ ଏହି କ୍ୟାପଶନ ଦେଇଛନ୍ତି ଯେ – ‘ ହେପୀ ସନଡେ , ଗିର ଗିର କେ ସମ୍ଭାଲା ଯାତା ହେ , କମର ତ ଗେୟି । ‘

 

View this post on Instagram

 

A post shared by Bharti Singh (@bharti.laughterqueen)

କହିରଖୁଛୁ ଯେ ଭାରତୀ ସିଂହ କଲରସ ର ଲୋକପ୍ରିୟ ଶୋ ଡାନ୍ସ ଦିୱାନେ ର ସେଟ ରେ ନଜର ଆସୁଛନ୍ତି । ପୁଣି ନକଟରେ ଆସିଥିବା ଏପିସଡ଼ ରେ ଭାରତୀ ନିଜ ମନର କଥା କହି କାନ୍ଦିବାରେ ଲାଗିଛନ୍ତି । ସେ କହିଛନ୍ତି ଯେ ଏହି ପରିସ୍ଥିତି ରେ ସେ ଖୁବ ଡରି ଯାଇଛନ୍ତି । ପରିସ୍ଥିତିକୁ ଦେଖି ସେ ପିଲା ବିଷୟରେ ଭାବିବାକୁ ଚାହୁଁ ନାହାଁନ୍ତି । ସେ କହିଛନ୍ତି ଯେ ଅନେକ ସମୟରୁ ସେ ସନ୍ତାନ ପାଇଁ ପ୍ଲାନ କରୁଛନ୍ତି , କିନ୍ତୁ ସ୍ଥିତି ଖରାପ ରହିଛି । ଛୋଟ ପିଲାଙ୍କୁ ମଧ୍ୟ କରୋନା ହେଉଛି । ମୁଁ ଏତିକି ବି ସକ୍ଷମ ନୁହେଁ ଯେ ସନ୍ତାନ ହରାଇ ସେହି ଦୁଃଖକୁ ସହି ପାରିବି । ଭାରତୀ ଙ୍କର ଏହି କଥାରେ ସମସ୍ତେ ଦୁଃଖୀ ହୋଇ ଯାଆନ୍ତି ।

Leave a Reply

Your email address will not be published. Required fields are marked *