କମେଡିୟନ କପିଳ ଶର୍ମା ଦ୍ଵିତୀୟ ଥର ହେଲେ ବାପା, ସ୍ତ୍ରୀ ଗିନ୍ନୀ ଦେଲେ ପୁଅକୁ ଜନ୍ମ।

କମେଡିୟନ କପିଳ ଶର୍ମା ଫ୍ୟାନ୍ସଙ୍କ ପାଇଁ ଶୁଭ ଖବର ରହିଛି। କପିଳ ଶର୍ମା ଦୁଇଥର ବାପା ହୋଇ ସାରିଛନ୍ତି। ତାଙ୍କ ସ୍ତ୍ରୀ ଗିନ୍ନୀ ଚତରଥ ଆଜି ସକାଳ (୧ ଫେବୃଆରୀ)ରେ ପୁଅକୁ ଜନ୍ମ ଦେଇଛନ୍ତି। ଶୋଶିଆଲ ମିଡ଼ିଆରେ କପିଳ ନିଜେ ଏହି ଖବର ଦେଇଛନ୍ତି।

କପିଳ ଶର୍ମା ଟୁଇଟ କରି ଲେଖିଛନ୍ତି- ନମସ୍କାର, ଆଜି ସକାଳେ ଆମ ଘରେ ପୁଅଟିଏ ଜନ୍ମ ହୋଇଛି। ଭଗବାନଙ୍କ କୃପାରୁ ଛୁଆ ଏବଂ ମାଆ ଦୁଇଜଣ ଠିକ ଅଛନ୍ତି। ଆପଣ ସମସ୍ତଙ୍କ ଭଲପାଇବା ପାଇଁ ବହୁତ-ବହୁତ ଧନ୍ୟବାଦ। ଆର୍ଶୀବାଦ ଏବଂ ପ୍ରାର୍ଥନା। ଆଇ ଲଭ ୟୁ ସମସ୍ତଙ୍କୁ। ଗିନ୍ନୀ ଏବଂ କପିଳ gratitude 🙏

କିଛିଦିନ ପୂର୍ବରୁ ହିଁ କପିଳ ଗିନ୍ନୀଙ୍କ ଦ୍ଵିତୀୟଥର ଗର୍ଭବତୀ ହେବାର ଖବର ଫ୍ୟାନ୍ସଙ୍କ ସହିତ ଶେୟାର କରିଥିଲେ। ଟୁଇଟରରେ #AskKapil ସମୟରେ କମେଡିୟନଙ୍କୁ ଫ୍ୟାନ ପଚାରିଥିଲେ-କପିଳ ଶର୍ମା,ଏଇବର୍ଷ ଶୋ କଣପାଇଁ ଅଫ କରୁଛନ୍ତି? ଏହାର ଜବାବରେ କପିଳ ଶର୍ମା କହିଥିଲେ, “କାରଣ ମୋର ଦ୍ଵିତୀୟ ଛୁଆର ଆଗମନ ପାଇଁ ନିଜ ସ୍ତ୍ରୀ ସହିତ ରହିବାକୁ ପଡିବ।”

ଜଣା ଯାଉଛି କି କପିଳ ଶର୍ମା ଏକ ଝିଅର ବାପା ଅଟନ୍ତି। ତାଙ୍କ ଝିଅର ନାମ ଅନାୟରା ଅଟେ। ଶୋଶିଆଲ ମିଡ଼ିଆରେ କପିଳ ଅନାୟରାଙ୍କ ଫଟୋ ଏବଂ ଭିଡିଓ ଶେୟାର କରୁଛନ୍ତି।

କାର୍ଯ୍ୟ କ୍ଷେତ୍ରରେ, କପିଳ ଶର୍ମା ବହୁତ ଶୀଘ୍ର ନେଟପ୍ଲିକ୍ସରେ ନଜର ଆସିବାକୁ ଯାଉଛନ୍ତି। ସେ ଏକ ଭିଡିଓ ମାଧ୍ୟମରେ ଏହି କଥାର ଘୋଷଣା କରିଥିଲେ।

ସେହି କପିଳ ଶର୍ମା ଶୋର କଥା କହିବା ତ କିଛିଦିନ ପୂର୍ବରୁ ଖବର ଆସିଥିଲା କି କପିଳ ଶର୍ମାଙ୍କ କମେଡି ଶୋ ବନ୍ଦ ହେବାକୁ ଯାଉଛି। ହେଲେ ଚ୍ୟାନେଲ ତରଫରୁ ଏହି ବିଷୟରେ କୈାଣସି ସୂଚନା ଦିଆଯାଇନଥିଲା।

କିଛିଦିନ ପୂର୍ବରୁ କପିଳ ନିଜ ୟୁଟ୍ୟୁବ ଚ୍ୟାନେଲରେ Behind The Jokes with Kapil ନାମର ସିରିଜକୁ ମଧ୍ୟ ଆରମ୍ଭ କରିଛନ୍ତି।

ବ୍ୟକ୍ତିଗତ ଜୀବନରେ ଡିସେମ୍ବର ୨୦୧୮ରେ କପିଳ ଏବଂ ଗିନ୍ନୀ ବାହାଘର ବନ୍ଧନରେ ବାନ୍ଧି ହୋଇଥିଲେ। ଦୁଇଜଣଙ୍କ ବାହାଘରର ଫଟୋ ଶୋଶିଆଲ ମିଡ଼ିଆରେ ବହୁତ ଭାଇରାଲ ହୋଇଥିଲା। କପିଳ ବାହାଘରକୁ ନେଇ ଜବରଦସ୍ତ ଖବର ଶୁଣିବାକୁ ମିଳିଥିଲା।

Leave a Reply

Your email address will not be published. Required fields are marked *