ମାତା ପିତା ଏବଂ ଦୁଇ ପିଲାଙ୍କ ସହ ନିଜେ ମଧ୍ୟ ସଂକ୍ରମିତ ଅଛନ୍ତି ଏହି ଡାକ୍ତର , କିନ୍ତୁ ସେ ହାର ମାନି ନାହାଁନ୍ତି ଏବଂ ସମସ୍ତଙ୍କ ଚିକିତ୍ସା କରୁଛନ୍ତି

ମହିଳାଙ୍କ ଭିତରେ ଅଦ୍ଭୁତ ଶକ୍ତି ଅଛି । ସେ ନିଜ ଘର ଏବଂ ଚାକିରିକୁ ଭଲ ଭାବରେ ନିୟନ୍ତ୍ରଣ କରନ୍ତି । ଯଦିଓ ମହିଳା ଜଣକ ମା ହୁଅନ୍ତି ତେବେ କାର୍ଯ୍ୟ-କ୍ଷମତା ଆହୁରି ବଢିଯାଏ । ଏହି କରୋନା ସମୟରେ କିଛି ମା ମାନେ ଏପରି ମଧ୍ୟ ଅଛନ୍ତି ଯେଉଁମାନେ ସ୍ୱାସ୍ଥ୍ୟ ବିଭାଗରେ ଥିବାରୁ କରୋନା ରୋଗୀମାନଙ୍କର ସେବା କରୁଛନ୍ତି । ଆଜି ଆମେ ଆପଣଙ୍କୁ ବିହାରର ପାଟନାରେ ରହୁଥିବା ଏକ ଡାକ୍ତରଙ୍କ ସହ ପରିଚିତ କରାଇବାକୁ ଯାଉଛୁ ଯିଏ ନିଜେ ଏବଂ ନିଜର ପରିବାର ଲୋକଙ୍କ କରୋନା ସଂକ୍ରମିତ ହେବା ସତ୍ତ୍ୱେ କୋଭିଡ -19 ରୋଗୀଙ୍କ ସାହାଯ୍ୟ କରୁଛନ୍ତି ।

ଇଏ ହେଉଛନ୍ତି ଡାକ୍ତର ସୋଲନ ସିଂ । 15 ଦିନ ପୂର୍ବରୁ ସେ କରୋନା ପଜେଟିଭ ହୋଇଯାଇଥିଲେ । ତାଙ୍କ 1 ବର୍ଷିୟ ଏବଂ 4 ବର୍ଷିୟ ପିଲାକୁ ମଧ୍ୟ କରୋନା ହୋଇଯାଇଛି । ଏହାପରେ ତାଙ୍କ ମାତା ପିତାଙ୍କୁ ମଧ୍ୟ କରୋନା ହୋଇଯାଇଥିଲା । ତାଙ୍କ ପରିବାରରେ କେବଳ ତାଙ୍କ ସ୍ୱାମୀ ଡାକ୍ତର ଅଖିଲେଶ ନେଗେଟିଭ ଅଛନ୍ତି । ଯଦିଓ ସମସ୍ତ ପରିବାର ସଂକ୍ରମିତ ହୋଇଥିବା ସତ୍ତ୍ୱେ ସେ ମଧ୍ୟ ହାର ମାନି ନାହାଁନ୍ତି । ସେ କେବଳ ନିଜ ପରିବାରର ଯତ୍ନ ନେଉ ନାହାଁନ୍ତି ବରଂ କରୋନା ରୋଗୀମାନଙ୍କୁ ଫୋନରେ ଗାଇଡ଼ କରୁଛନ୍ତି । କେବଳ ଏତିକି ନୁହେଁ ସେ ଘରୁ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ରୋଗୀମାନଙ୍କ ତଦାରଖ ପାଇଁ କର୍ମଚାରିମାନଙ୍କୁ ମଧ୍ୟ ପରିଚାଳନା କରୁଛନ୍ତି ।

ସୋନଲ ଜଣେ ଚକ୍ଷୁ ସର୍ଜନ ଅଟନ୍ତି । କିନ୍ତୁ ଏହି ମହାମାରି ସମୟରେ ସେ ରୋଗୀମାନଙ୍କର ତଦାରଖ କରୁଛନ୍ତି । ସେ ନିଜ କାର୍ଯ୍ୟରୁ ସାହସ ଏବଂ ପ୍ରେରଣାର ଏକ ଉଦାହରଣ ଦେଇଛନ୍ତି । ସେ କହିଛନ୍ତି ଆପଣଙ୍କ ସାହସ ଏବଂ ବଞ୍ଚିବାର ଇଚ୍ଛା ଆଗରେ କରୋନାକୁ ହାର ମାନିବାକୁ ପଡିବ । ସେ ଏକ ବୃଦ୍ଧ ବ୍ୟକ୍ତିଙ୍କୁ କରୋନାରୁ ସୁସ୍ଥ ହେବାରେ ଦେଖିଛନ୍ତି । ତାଙ୍କ ବଞ୍ଚିବାର ଇଚ୍ଛା ଏବଂ ସାହସ ଆଗରେ କରୋନାକୁ ହାର ମାନିବାକୁ ପଡିଛି । ସେ ମଧ୍ୟ କରୋନାକୁ ଡ-ରି ନାହାଁନ୍ତି । ସେ ବୀରତ୍ବର ସହ ଲଢ଼ୁଛନ୍ତି ।

ସୋନଲ କହିଥିଲେ ଯେବେ ତାଙ୍କ ପିଲାଙ୍କୁ କରୋନା ହୋଇଥିଲା ସେ ଭୟ-ଭୀତ ହୋଇ ଯାଇଥିଲେ କିନ୍ତୁ ପରେ ସେ ସାହସ ଏବଂ ବୁଦ୍ଧିର ସହ କାର୍ଯ୍ୟ କରୁଛନ୍ତି । ସେ ନିଜ ସହ ନିଜ ପରିବାରର ମଧ୍ୟ ଯତ୍ନ ନେଉଛନ୍ତି । ସେହି ସମୟରେ ହସ୍ପିଟାଲରେ ଭର୍ତ୍ତି ରୋଗୀମାନଙ୍କ ସ୍ୱାସ୍ଥ୍ୟ ବିଷୟରେ ଫୋନରେ ମଧ୍ୟ ପଚାରନ୍ତି । ସେ ମଧ୍ୟ ଅବଶିଷ୍ଟ ରୋଗୀଙ୍କୁ କରୋନା ଠାରୁ ଭୟ-ଭୀତ ନ ହେବାକୁ କହିଛନ୍ତି । ଆପଣଙ୍କ ମନବଳ ଆପଣଙ୍କୁ କରୋନା ଠାରୁ ଜିତିବାର ସାହାଯ୍ୟ କରିବ ।

ଆଶା କରୁଛୁ ଆପଣଙ୍କୁ ସୋନଲଙ୍କର ଏହି ଭିଡ଼ିଓ ପସଦ ଆସିଥିବ । ଯଦି ହଁ ତେବେ ଏହାକୁ ଅନ୍ୟମାନଙ୍କ ସହ ସେୟାର କରିବାକୁ ଭୁଲିବେ ନାହିଁ । ଏହିପରି ଭାବରେ କୋଭିଡ -19 ରୋଗୀଙ୍କୁ ସହାୟତା ମିଳିବ ।

Leave a Reply

Your email address will not be published. Required fields are marked *