ଜ୍ୱର ନହେଲେ କିପରି ଜାଣିବେ ଯେ କରୋନା ହୋଇଛି କି ନାହିଁ ? ଏହି ୧୦ ଟି ଲକ୍ଷଣ ହେଉଛି ବଡ଼ ସ-ଙ୍କେ-ତ

କରୋନା ଭୂତାଣୁ ର ଦ୍ୱିତୀୟ ପର୍ଯ୍ୟାୟ ସମଗ୍ର ଦେଶରେ ଧ୍ବଂସ ସୃଷ୍ଟି କରିଛି । ଏକ୍ସ-ପୋ-ର୍ଟ ମାନଙ୍କ ଅନୁସାରେ ଏହି ରୋଗର ପ୍ରାଥମିକ ଲକ୍ଷଣକୁ ଜାଣି ରୋଗୀଙ୍କ ଜୀବନ ବଞ୍ଚାଇ ହେବ । କୋଭିଡ଼-19 ରେ ଅଧିକାଂଶ ଲୋକଙ୍କୁ ପ୍ରାରମ୍ଭରେ ଜ୍ୱର ହୋଇଥାଏ । କିନ୍ତୁ ଅନେକ ମାମଲାରେ ଜ୍ୱର ନହୋଇ ମଧ୍ୟ ଲୋକେ ପୋଜିଟିଭ ଚିହ୍ନଟ ହୋଇଥାନ୍ତି । ଏମିତିରେ ଅନ୍ୟ ଲକ୍ଷଣ ଗୁଡ଼ିକୁ ଦେଖି ମଧ୍ୟ ଆପଣ ଏହି ରୋଗର ଚିହ୍ନଟ କରି ପାରିବେ ।

ହାଲୁକା ନାଲି ଆଖି :-

ନିକଟରେ ଚୀନ ରେ ହୋଇଥିବା ଏକ ରିସର୍ଚ୍ଚ ମୁତାବିକ ନୂଆ ଷ୍ଟ୍ରେନ ଉପରେ ଦୃଷ୍ଟି କରିବା ଦ୍ୱାରା କିଛି ଖାସ ଲକ୍ଷଣ ର ସନ୍ଧାନ କରାଯାଇଛି । ସଂକ୍ରମଣ ର ନୂଆ ଭେରୀଏଣ୍ଟ କାରଣରୁ ମଣିଷର ଆଖି ହାଲୁକା ନାଲି କିମ୍ବା ଗୋଲାପୀ ହୋଇପାରେ । ଆଖିରେ ନାଲିପଣ ବ୍ୟତୀତ , ଫୁଲିଯିବା ଏବଂ ଆଖିରୁ ପାଣି ଝରିବା ସମସ୍ୟା ମଧ୍ୟ ହୋଇପାରେ ।

ଲଗାତାର କାଶ :-

ଲଗାତାର କାଶ ହେବା ମଧ୍ୟ କରୋନା ଭୂତାଣୁ ସଂକ୍ରମଣ ର ଲକ୍ଷଣ ଅଟେ । କିନ୍ତୁ ଅନେକଥର ଧୂମ୍ରପାନ କିମ୍ବା ଭାଇରଲ ଫ୍ଲୁ ରେ ହେଉଥିବା କାଶ ଏବଂ କୋଭିଡ଼-19 ରେ ହେଉଥିବା କାଶ ମଧ୍ୟରେ ଚିହ୍ନିବା କଷ୍ଟକର ହୋଇଯାଏ । ଏକ୍ସ-ପୋ-ର୍ଟ ମାନଙ୍କ ମତ ଏହିକି ଯେ ଲଗାତାର ହେଉଥିବା କାଶ କୁ କରୋନା ଭାବି ହିଁ ଚିକିତ୍ସା କରନ୍ତୁ ।

ଶ୍ୱାସକ୍ରିୟା ରେ ସମସ୍ୟା :-

କରୋନା ର ଦ୍ୱିତୀୟ ପର୍ଯ୍ୟାୟରେ ଅନେକ ରୋଗୀଙ୍କୁ ଶ୍ୱାସକ୍ରିୟା ରେ ମଧ୍ୟ ସମସ୍ୟା ହୋଇଥାଏ । ଏମିତିରେ ଆସ୍ଥାମା ରେ ପୀଡ଼ିତ ରୋଗୀ ଙ୍କୁ ଅଧିକ ଧ୍ୟାନ ଦେବାର ଆବଶ୍ୟକତା ରହିଛି । ଯଦି ଆପଣଙ୍କୁ ମଧ୍ୟ ଶ୍ୱାସକ୍ରିୟା ରେ ସମସ୍ୟା ଅନୁଭୂତ ହେଉଛି ତେବେ ତୁ-ର-ନ୍ତ ଅକ୍ସିମିଟର ରେ ବ୍ଲଡ଼ ଅକ୍ସୀଜେନ ର ଯା-ଞ୍ଚ କରି ଏହା ୯୪ ରୁ ତଳକୁ ଗଲେ ଡାକ୍ତର ଙ୍କ ପରାମର୍ଶ କରନ୍ତୁ ।

ଛାତି ରେ ଯନ୍ତ୍ରଣା :-

ଛାତିରେ ଯନ୍ତ୍ରଣା ହେବା କରୋନା ର ଏକ ଘାତକ ଲକ୍ଷଣ ହୋଇଥାଏ । ଏହି ଲକ୍ଷଣ ଥିବା ଅଧିକାଂଶ ରୋଗୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଉଛି । ଯଦି ଆପଣ ମଧ୍ୟ ଛାତିରେ ଯନ୍ତ୍ରଣା ଅନୁଭବ କରୁଛନ୍ତି ତେବେ ବିଳମ୍ବ କରନ୍ତୁ ନାହିଁ ଏବଂ ଡାକ୍ତର ଙ୍କ ସହିତ ସମ୍ପର୍କ କରନ୍ତୁ ।

ସ୍ୱାଦ ଏବଂ ଘ୍ରାଣ ଶକ୍ତି ହରାଇବା :-

ଗନ୍ଧ ଏବଂ ସ୍ୱାଦ କ୍ଷମତା ଚାଲିଗଲେ , ଏହି ଉଭୟ ଲକ୍ଷଣ ହିଁ କୋଭିଡ଼-19 ର ଅସାମାନ୍ୟ ଲକ୍ଷଣ ଅଟେ । ଏହି ଲକ୍ଷଣ ଶରୀରରେ ଜ୍ୱର ହେବା ପୂର୍ବରୁ ଦେଖି ପାରିବେ । ଏହି ଲକ୍ଷଣ ଖୁବଶୀଘ୍ର ଜଣା ପଡ଼ିଥାଏ ଏବଂ ଏହା ଶରୀରରେ ଦୀର୍ଘ ସମୟ ପର୍ଯ୍ୟନ୍ତ ରହିଥାଏ । ଏମିତିକି ସୁସ୍ଥ ହେବା ପରେ ମଧ୍ୟ ରୋଗୀ ମାନେ ଏହାକୁ ଦୀର୍ଘ ସମୟ ପର୍ଯ୍ୟନ୍ତ ଅନୁଭବ କରି ପାରନ୍ତି ।

ଥକାପଣ :-

କାଶ ଏବଂ ଜ୍ୱର ବ୍ୟତୀତ କୋଭିଡ଼-19 ର ରୋଗୀ ଙ୍କୁ ପ୍ରାୟ ଅଧିକ ଥକାପଣ ଏବଂ ଦୁର୍ବଳତା ର ସମସ୍ୟା ହୋଇଥାଏ । କିନ୍ତୁ କୌଣସି ଅନ୍ୟ ଭୂତାଣୁ ସଂକ୍ରମଣ କାରଣରୁ ମଧ୍ୟ ଆପଣଙ୍କୁ ଥକାପଣ ଅନୁଭୂତ ହୋଇପାରେ । କିନ୍ତୁ କୋଭିଡ଼-19 ଥକାପଣ କୁ ସହ୍ୟ କରିବା କଷ୍ଟକର ହୋଇଥାଏ ।

ଗଳା ଯନ୍ତ୍ରଣା :-

କୋଭିଡ଼-19 ଏବଂ ଥଣ୍ଡା କିମ୍ବା ଫ୍ଲୁ କାରଣରୁ ହେଉଥିବା ଯନ୍ତ୍ରଣା ମଧ୍ୟରେ ଥିବା ଅନ୍ତର କୁ ବୁଝିବା ଲୋକଙ୍କୁ କଷ୍ଟକର ହୋଇଥାଏ । ଧ୍ୟାନ ରଖନ୍ତୁ ଯେ ଯଦି ଆପଣଙ୍କୁ ଜ୍ୱର କିମ୍ବା କାଶ ସହିତ ଗଳା ରେ ଯନ୍ତ୍ରଣାର ସମସ୍ୟା ରହିଛି ତେବେ ଏହା କୋଭିଡ଼-19 ର ଲକ୍ଷଣ ଅଟେ ।

ତରଳ ଝାଡ଼ା କିମ୍ବା ବାନ୍ତି ଲାଗିବା :-

କୋଭିଡ଼-19 ର କିଛି ରୋଗୀ ତରଳ ଝାଡ଼ା ଏବଂ ବାନ୍ତି ଲାଗିବା ଭଳି ଲକ୍ଷଣ କୁ ଅନୁଭୂତ କରିଛନ୍ତି ।ଏଥିରେ ରୋଗୀଙ୍କ ପେଟରେ ଗମ୍ଭୀର କୋଷ୍ଠକାଠିନ୍ୟ ଏବଂ ବାନ୍ତି ସମସ୍ୟା ହୋଇ ପାରେ ।

ମାଂସପେଶୀ ଏବଂ ଗଣ୍ଠି ବ୍ୟଥା :-

କରୋନା ର କିଛି ରୋଗୀଙ୍କ ଠାରେ ଖାସ କରି ବୟସ୍କ ଲୋକଙ୍କ ମାଂସପେଶୀ ଏବଂ ଗଣ୍ଠି ରେ ଯନ୍ତ୍ରଣା ସମସ୍ୟା ଦେଖା ଯାଉଛି । ଏକ ରି-ପୋ-ର୍ଟ ଅନୁଯାୟୀ ମାଂସପେଶୀ ରେ ସେତେବେଳେ ଯନ୍ତ୍ରଣା ହୋଇଥାଏ ଯେତେବେଳେ ଭୂତାଣୁ ଟିସୁ ଏବଂ ସେଲ ଉପରେ ପ୍ରଭାବ ପକାଇ ଥାଏ । କିନ୍ତୁ ଏହି ଲକ୍ଷଣ ଗମ୍ଭୀର ରୂପରେ ରୋଗାକ୍ରାନ୍ତ ହୋଇଥିବା ଲୋକଙ୍କ ଠାରେ ଦେଖା ଯାଉଛି ।

Leave a Reply

Your email address will not be published. Required fields are marked *