ଛୁଆଙ୍କୁ କୋରୋନା ହୋଇଯିବ ତାହେଲେ କେମିତି ନେବେ ତାଙ୍କର ଯତ୍ନ? ପ୍ରଥମ ଥର ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଜାରି କରିଛନ୍ତି ଗାଇଡଲାଇନ

କୋରୋନା ଭାଇରସର ଦ୍ଵିତୀୟ ଲହରୀ ପ୍ରଥମ ଥର ଠାରୁ ଅଧିକ ଭୟ-ଙ୍କର ବୋଲି ଜଣା ଯାଉଛି। ଗତ ୨୪ଘଣ୍ଟାରେ ୪ଲକ୍ଷରୁ ଅଧିକ ନୂଆ କେ-ସ ସାମ୍ନାକୁ ଆସିଛି। ଏଥର ଛୁଆ ମଧ୍ୟ ଏହି ଭାଇରସର କବଜାକୁ ଆସୁଛନ୍ତି।ଏଥିପାଇଁ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ଦ୍ବାରା ପ୍ରଥମ ଥର ଛୁଆଙ୍କ ପାଇଁ କୋଭିଡ-୧୯ର ଅଲଗା ଗାଇଡଲାଇନ୍ସ ପ୍ରସ୍ତୁତ କରାଯାଇଛି।

ଛୁଆମାନଙ୍କ ଠାରେ କୈାଣସି ଲକ୍ଷଣ ନଥାଏ ତାହେଲେ…

ଯଦି ଛୁଆ କୋରୋନା ପଜେଟିଭ ଅଟନ୍ତି କିନ୍ତୁ ତାଙ୍କ ଠାରେ କୈାଣସି ଲକ୍ଷଣ ଦେଖାଯାଉ ନାହିଁ ତାହେଲେ କୈାଣସି ପ୍ରକାର ଚିକିତ୍ସାର ଉପଦେଶ ଦିଆଯାଇ ନାହିଁ। କିନ୍ତୁ ସେହି ସମୟରେ ଆପଣଙ୍କୁ ତାଙ୍କ ସମ୍ଭବତଃ ଲକ୍ଷଣ ଉପରେ ନଜର ରଖିବାକୁ ପଡିବ।

ମାଇଲ୍ଡ(ହାଲ୍କା) ଇନ୍ଫେକ୍ଶନ ହୋଇଥାଏ ତାହେଲେ…

ଯଦି ଛୁଆଙ୍କ ଠାରେ ମାଇଲ୍ଡ ଲକ୍ଷଣ ଭଳି ଗଳା ଖରାପ, ଗଳାରେ ଯନ୍ତ୍ରଣା, କଫ ଦେଖାଯାଏ କିନ୍ତୁ ନିଶ୍ଵାସରେ କୈାଣସି ସମସ୍ୟା ହୁଏନାହିଁ ତାହେଲେ ତାଙ୍କୁ ହୋମ ଆଇସୋଲେଶନରେ ରଖିବା ଉଚିତ। ଛୁଆକୁ ଅଧିକରୁ ଅଧିକ ପାଣି ଏବଂ ଅନ୍ୟ ତରଳ ପଦାର୍ଥ ଦିଅନ୍ତୁ। ଜ୍ବର ଆସିବା ମାତ୍ରେ 10-15 mg ପ୍ୟରାସିଟାମୋଲ ଦିଆଯାଇ ପାରିବ। ଯଦି ଲକ୍ଷଣ ଅଧିକ ଭୟ-ଙ୍କର ଅଟେ ତାହେଲେ ଡାକ୍ତରଙ୍କ ସହିତ ସମ୍ପର୍କ କରନ୍ତୁ।

ମାଇଲ୍ଡ(ମଧ୍ୟମ) ଇନ୍ଫେକ୍ଶନ ହୋଇଥାଏ ତାହେଲେ…

ଏହି ଶ୍ରେଣୀରେ ସେହି ଛୁଆମାନେ ଆସିଥାନ୍ତି ଯେଉଁମାନଙ୍କ ଅକ୍ସିଜେନ ଲେବଲ କମ ଅଟେ, କିନ୍ତୁ ନିମୋନିଆର କୈାଣସି ଲକ୍ଷଣ ନଥାଏ। ଏହି ଛୁଆଙ୍କୁ କୋଭିଡ ହେଲ୍ଥ ସେଣ୍ଟରରେ ଏଡମିଟ କରାଯାଇପାରେ। ଏମାନଙ୍କୁ ଡିହାଇଡ୍ରେସନରୁ ବଞ୍ଚେଇବା ପାଇଁ ତରଳ ଖାଦ୍ୟ ଅଧିକ ଦିଅନ୍ତୁ, କିନ୍ତୁ ଓଭରହାଇଡ୍ରେସନ ନହୁଏ ଏଥିପାଇଁ ମଧ୍ୟ ଧ୍ୟାନ ରଖନ୍ତୁ। ଛୁଆଙ୍କୁ ଜ୍ୱର ଆସୁଛି ତାହେଲେ ପ୍ୟାରାସିଟାମୋଲ ଏବଂ ବ୍ୟାକ୍ଟେରିଆଲ ଇନ୍ଫେକ୍ଶନ ହେବାକୁ ନେଇ ଏମୋକ୍ସିସିଲିନ ଦିଆଯାଇପାରେ। ସେହି ଛୁଆଙ୍କ ଠାରେ ଅକ୍ସିଜେନ ସ୍ୟାଚୁରେସନ 94%ରୁ କମ ହେଲେ ସେମାନଙ୍କୁ ଅକ୍ସିଜେନ ଦିଆଯିବା ଉଚିତ।

ଗମ୍ଭୀର ଇନ୍ଫେକ୍ଶନ ହୋଇଥାଏ ତାହେଲେ…

ଏହା ସେହି ସ୍ତର ଅଟେ ଯେତେବେଳେ ଛୁଆଙ୍କୁ କୋରୋନା କାରଣରୁ ନିମୋନିଆ(Pneumonia), ରେସ୍ପିରେଟରୀ ଡିଷ୍ଟ୍ରେସ ସିଣ୍ଡ୍ରୋମ(ARDS), ମଲ୍ଟି ଅର୍ଗାନ ଇନ୍ଫେକ୍ଶନ ସିଣ୍ଡ୍ରୋମ(MODS) ଏବଂ ସେପ୍ଟିକ ଶକ ଭଳି ସିରିୟସ ଲକ୍ଷଣ ଦେଖା ଯିବାକୁ ଲାଗିଥାଏ।ଏହି ପ୍ରକାରର ଛୁଆଙ୍କୁ ସଙ୍ଗେସଙ୍ଗେ ଆଇସୀୟୁ କିମ୍ବା ଏଚଡୀୟୁ କରିବା ଉଚିତ। ସେହି ସମୟରେ ଛୁଆଙ୍କ କମ୍ପ୍ଲିଟ ବ୍ଲଡ଼ କାଉଣ୍ଟ,ଲିବର,ରୀନଲ ଫଂକ୍ଶନ ଟେଷ୍ଟ ଏବଂ ଚେଷ୍ଟ ଏକ୍ସ ରେ ମଧ୍ୟ କରିନେବା ଉଚିତ।

ଆଶା କରୁଛୁ କି ଆପଣଙ୍କୁ ଏହି ସୂଚନା ପସନ୍ଦ ଆସିଥିବ। ଦୟାକରି ଏହାକୁ ଅଧିକରୁ ଅଧିକ ଲୋକଙ୍କ ମଧ୍ୟରେ ସେୟାର କରନ୍ତୁ ଯାହାଦ୍ଵାରା ସେମାନେ ମଧ୍ୟ ନିଜ ଛୁଆକୁ ଏହି ଭାଇରସ ଦ୍ଵାରା ସଂକ୍ରମିତ ହେବାଦ୍ବାରା ସଠିକ କାର୍ଯ୍ୟ ଗ୍ରହଣ କରି ପାରିବେ।ଏହା ସହିତ ହିଁ ଯଥା ସମ୍ଭବ ଘରେ ରୁହନ୍ତୁ, ନିରାପଦ ରୁହନ୍ତୁ, ସୁରକ୍ଷିତ ରୁହନ୍ତୁ।

Leave a Reply

Your email address will not be published. Required fields are marked *