ଡାକ୍ତରଖାନା ବେଡ଼ରେ ବାବୁସାନଙ୍କୁ ଦେଖି ତୃପ୍ତି ଭୁଲିଗଲେ ସବୁ ରାଗ, କାନ୍ଦି କାନ୍ଦି ପହଁଚିଲେ ହସ୍ପିଟାଲ….

ତୃପ୍ତି ଭୁଲି ଗଲେ ସବୁ ରାଗ ସବୁ ଅଭିମାନ। ବାବୁସାନ ଡାକ୍ତର ଖାନା ବେଡ଼ରେ ଅସୁସ୍ଥ ହୋଇ ଚିକିତ୍ସିତ ଖବର ପାଇବା ପରେ ଅତୀତରେ କଣ ଘଟିଥିଲା ସବୁକିଛି ଭୁଲି ତୃପ୍ତି ଧାଇଁ ଆସିଲେ ବାବୁସାନଙ୍କ ନିକଟକୁ ଆଉ ନିଜ ସ୍ୱାମୀଙ୍କୁ ହସ୍ପିଟାଲର ବେଡ଼ରେ ଦେଖି ଆଖିର ଲୁହକୁ ଚାପି ରଖି ପାରିଲେ ନାହିଁ। ଯେତେବେଳେ ତୃପ୍ତି ଶୁଣିବାକୁ ପାଇଥିଲେ ବାବୁସାନଙ୍କ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହେତୁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଆଉ ଏହି ଖବର ପାଇବା ମାତ୍ରେ ସେ କିପରି ତୁରନ୍ତ ଯାଇଁ ହସ୍ପିଟାଲରେ ପହଞ୍ଚି ତାଙ୍କ ବାବୁଙ୍କୁ ଦେଖା କରିବେ ସେହି କଥା ଭାବି ବେସ୍ତ ହୋଇ ଉଠିଥିଲେ ଆଉ ସମୟ ବିଳମ୍ବ ନକରି ତୃପ୍ତି ପହଞ୍ଚି ଥିଲେ ହସ୍ପିଟାଲରେ।

ଆଉ ପଚାରିଲେ ବାବୁ କେଉଁଠି ଅଛି ସେ କେମିତି ଅଛି ତାର କିଛି ହୋଇନି ତ। ତା ପରେ ଦେଖିଲେ ବାବୁସାନ ବେଡ଼ରେ ସୋଇ ରହିଛନ୍ତି ଆଉ ଏହା ଦେଖି ସବୁ ରାଗ ରୁଷା ମାନ ଅଭିମାନ କେଉଁ ଆଡେ ଉଭେଇ ଯାଇଥିଲା ବାବୁସାନଙ୍କୁ ଏପରି ଅବସ୍ଥାରେ ଦେଖି ତୃପ୍ତିଙ୍କ ହୃଦୟ କାନ୍ଦି ଉଠିଥିଲା। ଦର୍ଶକ ବନ୍ଧୁ ନିକଟରେ ନିଜ ସ୍ୱାମୀ ବାବୁସାନ ଓ ପ୍ରକୃତି ମିଶ୍ରଙ୍କୁ ନେଇ ତୃପି ଯେଉଁ କାର୍ଯ୍ୟ କରିଥିଲେ ସେହି କାର୍ଯ୍ୟକୁ ନେଇ ତାଙ୍କୁ ସାରା ଓଡିଶା ବାସୀ ପ୍ରସଂଶା କରିଥିଲେ।

ରାଜଧାନୀର ରାଜ ରାସ୍ତାରେ ନିଜ ଜୀବନ ସାଥି ଯାହାଙ୍କୁ ତୃପ୍ତି ଛୋଟ ଦିନରୁ ଭଲ ପାଇ ପ୍ରେମ ବିବାହ କରିଥିଲେ ବାବୁସାନଙ୍କୁ ପ୍ରକୃତିଙ୍କ ସାଥିରେ ରେଡ଼ ହ୍ୟାଣ୍ଡରେ ଧରିବା ପରେ ହୋଇଥିଲା ଏକ ହାଇ ଭୋଟେଜ ଡ୍ରାମା। ଏହା ପରେ ତୃପ୍ତି ରାଗି ଯାଇ ଦୁହିଁଙ୍କ ଗାଡି ଅଟକାଇ ଥିବା ବେଳେ ବାବୁସାନ ଅଟୋରେ ବସି ଖସି ଚାଲିଯାଇଥିଲେ। ଏହା ପରେ ପ୍ରକୃତି ମିଶ୍ରଙ୍କୁ ବାବୁସାନଙ୍କ ପତ୍ନୀ ତୃପ୍ତି ଧକ୍କା ମାରିଥିବା ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହୋଇଥିଲା।

ଆଉ ପରେ ବାବୁସାନ ଓ ପ୍ରକୃତି ମିଶ୍ର ଦୁହେଁ ମିଶି ଚେନାଇ ଚାଲିଯାଇଥିବ ଚର୍ଚ୍ଚା ହେଉଥିଲା। ତେବେ ଘଟଣା ପରେ ସାରା ଓଡ଼ିଶାରେ ଷ୍ଟାର ଘର କଳିକୁ ନେଇ ଚାଲିଲା ଚର୍ଚ୍ଚା ଆଲୋଚନା। ବାବୁସାନଙ୍କ ଘର ଆଗରେ ଧାରଣାରେ ବସିଲେ ଗଣମାଧ୍ୟମ। କାହିଁକି ଏପରି ଘଟିଲା ପ୍ରକୃତରେ ତୃପ୍ତି ଅଭିଯୋଗ ଆଣିଥିଲେ ସେଥିରେ କିଛି ସତ୍ୟତା ଥିଲା କି ନଥିଲା ଓ ବାବୁସାନ ଏବଂ ପ୍ରକୃତିଙ୍କ ମଧ୍ୟରେ କଣ ସମ୍ପର୍କ ସେ ନେଇ ଲୋକେ ଜାଣିବାକୁ ଚାହିଁଲେ। ତେବେ ସେହି ସମୟରେ ବାବୁସାନ ପ୍ରକୃତିଙ୍କ ଏକ ଅଡିଓ ମଧ୍ୟ ବେଶ ଭାଇରାଲ ହେବାରେ ଲାଗିଲା।

ତେବେ ଏତେ ସବୁ ଭିତରେ ତୃପ୍ତି ସେବେ ଠାରୁ ତାଙ୍କ ବାପାଙ୍କ ଘରେ ପୁଅ ଗୁଆନ ସାଥିରେ ରହି ଆସୁଥିଲେ। ତେବେ ସାରା ଓଡିଶା ବାସୀ ବେଶ ଭଲ ଭାବେ ଜାଣିଛନ୍ତି ତୃପ୍ତି ବାବୁସାନଙ୍କୁ କେତେ ଭଲ ପାଆନ୍ତି କାରଣ ବାବୁସାନ ଯେତେବେଳେ ପ୍ରକୃତିଙ୍କ ମିଳା ମିଶା କଲେ ନିଜ ଭଲ ପାଇବାକୁ ଅନ୍ୟ ସାଥୀରେ ଦେଖି ସହି ପାରିଲେ ନାହିଁ ତୃପ୍ତି ତେଣୁ ଭିଆଇ ଥିଲେ କାଣ୍ଡ। ଆଉ ଆଜି ଯେତେବେଳେ ବାବୁସାନ ହସ୍ପିଟାଲର ବେଡ଼ରେ ପଡିଛନ୍ତି ସେତେବେଳେ କେଉଁ ଭଳି ତୃପ୍ତି ନିଜ ଧର୍ଯ୍ୟ ଧରି ରହିପାରିଥାନ୍ତେ।

ସଂସାର ଅଛି ତ କେବେ କେବେ ଝଗଡା,କଳି, ମାନ, ଅଭିମାନ ମଧ୍ୟ ହୁଏ। ହେଲେ ତାହା ମାନେ ନୁହେଁ ଯିଏ ଯାହାକୁ ଏତେ ଭଲ ପାଆନ୍ତି ତାଙ୍କ ସ୍ୱାସ୍ଥ୍ୟ ଖରାପ ଥିଲେ ସେ କେବେ ଧର୍ଯ୍ୟ ଧରି ରହିପାରିବେ। ତେଣୁ ତୃପ୍ତି ମଧ୍ୟ ସବୁ ରାଗକୁ ପଛରେ ଫୋପାଡ଼ି ଧାଇଁ ଆସିଛନ୍ତି ବାବୁସାନଙ୍କ ନିକଟକୁ। ଯେଉଁ ଦିନକୁ ବାବୁସାନ ଅପେକ୍ଷା କରିଥିଲେ ଯେଉଁ ଦିନକୁ ଉତ୍ତମ ମହାନ୍ତି ଅପେକ୍ଷା କରିଥିଲେ ଆଉ ଯେଉଁ ଦିନକୁ ସାରା ଓଡିଶାବାସୀ ଅପେକ୍ଷା କରିଥିଲେ କି କେବେ ଫେରିବେ ବାବୁସାନଙ୍କ ପାଖକୁ ତାଙ୍କ ପତ୍ନୀ ଆଜି ସେହି ଅପେକ୍ଷାର ଅନ୍ତ ଘଟିଛି ତୃପ୍ତି ବାବୁସାନଙ୍କ ନିକଟକୁ ଫେରିଛନ୍ତି।

ଏବେ ହସ୍ପିଟାଲର ବେଡ଼ରେ ବାବୁସାନଙ୍କର ସମସ୍ତ ଯତ୍ନ ନେବା ସହିତ ଭଗବାନଙ୍କୁ ତୃପ୍ତି ପାର୍ଥନା କରୁଛନ୍ତି କି ତାଙ୍କ ସ୍ୱାମୀ ବାବୁସାନଙ୍କୁ ଭଗବାନ ଜଲ୍ଦି ଭଲ କରି ଦିଅନ୍ତୁ। ବାବୁ ସାନ ଭଲ ହୋଇଗଲା ପରେ ଆମେ ପୁଣି ଥରେ ଆରମ୍ଭ କରିବୁ ଆମ ସୁନାର ସଂସାର ଯେମିତି ଅନେକ ଦିନ ପୂର୍ବରୁ ତୃପ୍ତି ଓ ବାବୁସାନଙ୍କ ମଧ୍ୟରେ ଥିଲା ଅନାବିଳ ଭଲ ପାଇବା ଠିକ ସେହିପରି ଆମ ସମ୍ପର୍କକୁ ପୁଣି ଥରେ ଆରମ୍ଭ କରିବୁ।

ତେବେ ଦମନ ଫିଲ୍ମ ର ସୁଟିଙ୍ଗ ପାଇଁ ଯିବା ସମୟରେ ବାଇକ ଚଳାଇ ତାଙ୍କର ଅକ୍ସୀଜେନ ଲେବୁଲ କମ ହୋଇଯାଇଥିଲା ଆଉ ଏହି ସମୟରେ ତାଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ଏକ ଡାକ୍ତରୀ ଦଳ ବାବୁସାନଙ୍କ ଚିକିତ୍ସା କରୁଥିବା ବେଳେ ହସ୍ପିଟାଲରେ ବାବୁସାନଙ୍କ ପତ୍ନୀ ତୃପ୍ତିଙ୍କ ସହିତ ପରିବାର ଲୋକେ ଓ ସମ୍ପର୍କୀୟ ମଧ୍ୟ ଉପସ୍ଥିତ ଅଛନ୍ତି।

Leave a Reply

Your email address will not be published. Required fields are marked *