ଅନଲାଇନ ଡେଟିଙ୍ଗ ପଡିଲା ମହଙ୍ଗା, କାର ଭିତରେ ବାଡେଇଲା ପ୍ରେମିକ, କହିଲା ଯେତିକି ଖର୍ଚ ହୋଇଛି ସେଥିପାଇଁ ତମେ ଯୋଗ୍ୟ ନୁହେଁ

ଡେଟିଙ୍ଗ ଜରିଆରେ ଝିଅଟି ଏକ ବନ୍ଧୁକୁ ଦେଖା କଲା। ଏବଂ ତା ସହ ଡେଟରେ ଗଲା। ଡେଟିଙ୍ଗ ସରିବା ପରେ ଯେତେବେଳେ ସେହି ଝିଅଟି ତାର ବନ୍ଧୁଙ୍କୁ କହିଲା କି ମୋତେ ଘରେ ନେଇ ଛାଡ଼ିଦିଅ, ତ ସେ କାର ବନ୍ଦ କରି ଝିଅଟିକୁ ମାରିଥିଲା। ଏ ଘଟଣାଟି ଆଟଲାଣ୍ଟିକ ସହରର। ପୁଲିସ ଆରୋପୀକୁ ଖୋଜୁଛି। ସେ ଫେରାର ହୋଇଯାଇଛି କିନ୍ତୁ ଝିଅଟିକୁ ମାରିବା ସମୟରେ କହୁଥିଲା କି ଯେତିକି ତୁ ଏଇ ଡେଟ ରେ ମୋତେ ଖର୍ଚ୍ଚ କରେଇଚୁ, ସେଥିପାଇଁ ଯୋଗ୍ୟ ନୁହେଁ ତୁମେ ଏଇଟା ଡେଟ ଥିଲା, ନା ତମେ |

ନିୟମିତ ମେଲ ରେ ପ୍ରକାଶ ପାଉଥିବା ଖବର ଅନୁସାରେ ବୁଧବାର ଦିନ ବ୍ରୀଟନି କୋରେରୀ ହିଞ ଡେଟିଙ୍ଗ ଜରିଆରେ ଏକ ବେନ ନାମକ ବନ୍ଧୁସହ ଦେଖା ହୋଇଥିଲା। ସେମାନେ ଡେଟିଙ୍ଗରେ ଯିବାପାଇଁ ବ୍ରିଟନୀକୁ ନିଜର ଧଳାରଙ୍ଗର କାରରେ ନେଇ ଆସିଥିଲା। ଦୁଇଜଣ ଡେଟିଙ୍ଗରେ ହାଇଡ ଲାଉଞ ଯାଇଥିଲେ। ସେଠାରେ ଖିଆପିଆ କରିଥିଲେ। ଡେଟ ସରିବା ପରେ ଯେତେବେଳେ ବ୍ରିଟନୀ ବେନକୁ କହିଲା ଏବେ ଘରକୁ ଯିବାକୁ ଚାହୁଁଛି ତ ସେତେବେଳେ ବେନ ତା କାରରେ ବନ୍ଦ କରି ମାରିଲା। କହିଲା ଯେତିକ ଏଇ ଡେଟିଙ୍ଗରେ ଖର୍ଚ୍ଚ ହୋଇଛି ନା ତା ପାଇଁ ତୁମେ ଯୋଗ୍ୟ, ନା ଏଇ ଡେଟ୍ ପାଇଁ। କେବଳ ଏତିକି ନୁହେଁ ତା ବନ୍ଧୁ ବନ୍ଧୁକ ବାହାର କରିକି ବ୍ରିଟନୀକୁ ଡରେଇ ଥିଲା ମଧ୍ୟ।

ଲାଉଞ ବାହାରେ ମହଜୁଦ ଥିବା ସିକ୍ୟୋରିଟୀ ଗାଡ଼ି ଭିତରୁ ବଞ୍ଚାଇବା ସମୟରେ ବେନ ସେଠାରୁ ଫେରାର ହୋଇଯାଇଥିଲା। ଏହାପରେ ବ୍ରିଟନୀ ତାର ପୂରା କାହାଣୀ ଆଉ ଫଟୋଚିତ୍ର ସବୁକୁ ଇନଷ୍ଟାଗ୍ରାମରେ ଦେଇଥିଲା। ସାଥିରେ ଏହା ବି କହିଥିଲା କି ଲୋକଙ୍କୁ ଅନଲାଇନ ଡେଟିଙ୍ଗ୍ ଜରିଆରେ ଦେଖା ହେଉଥିବା ଲୋକଙ୍କଠାରୁ ସାବଧାନ ରହିବା ଜରୁରୀ। କାରଣ ଆପଣ ତାଙ୍କ ବିଷୟରେ କିଛିବି ଜାଣି ନ ଥିବେ।ଏହା ବ୍ରିଟନୀର ପ୍ରଥମ ଅନଲାଇନ ଡେଟିଙ୍ଗର ଅନୁଭବ ଥିଲା। ଯାହା ବହୁତ କଷ୍ଟକର ଥିଲା।

ବ୍ରିଟନୀ କହିଥିଲା କି ବେନ ମୋତେ କାରରେ ବନ୍ଦ କରିକି ମୋର ମୁଣ୍ଡ,ମୋ ଗାଲ,ଗଳା, ମୁହଁ, ହାତ ସବୁ ଜାଗାକୁ ଜୋରରେ ମାରିଥିଲା। ବହୁତ ମାରିବା ସମୟରେ ଲଗାତାର କହୁଥିଲା କି ଯେତିକି ତୁମେ ଖର୍ଚ୍ଚ କରେଇଲ ତା ପାଇଁ ତୁମେ ଯୋଗ୍ୟ ନୁହେଁ। ଏହାପରେ ସେ ବନ୍ଧୁକ ବାହାର କଲେ। ମୋ ଆଡକୁ ଲକ୍ଷ ବି କରିଲେ ଏବଂ ମାରିବା ପାଇଁ ଧମକ ବି ଦେଲେ। କିନ୍ତୁ ସେତେବେଳକୁ ସିକ୍ୟୋରିଟୀ ଗାର୍ଡ ବାହାରକୁ ଆସିଗଲେ। ତାଙ୍କୁ ଦେଖି ବେନ ମୋତେ କାରରୁ ଧକ୍କା ଦେଇ ବାହାରକୁ ପକେଇ ଦେଲେ।

ସିକ୍ୟୋରିଟୀ ଗାର୍ଡ ମାନେ ବେନର ଫଟୋଚିତ୍ର ବି ନେଇଛନ୍ତି। ସେହି ଫଟୋ ପୁଲିସକୁ ଦିଆଯାଇଛି। ଏବେ ପୁଲିସ ବେନକୁ ଖୋଜୁଛନ୍ତି।ବ୍ରିଟନୀ କହିଥିଲେ କି ସିକ୍ୟୋରିଟୀ ଗାର୍ଡ ଏଠାକୁ ଆସିବା ତାଙ୍କ ପାଇଁ କୃପା ଥିଲା । ନହେଲେ ବେନ ମୋତେ ମାରିଦେଈଥାନ୍ତେ। ପୁଲିସ ପାଖରେ କାରର ଫୋଟୋ ଏବଂ ନମ୍ବର ଅଛି। ଏବେ ପୁଲିସ ଏହି ଆଧାରରେ ବି ବେନକୁ ଖୋଜୁଛି। ସାଥିରେ ଲାଉଞର ସିସିଟିଭି ଫୁଟେଜ କୁ ମଧ୍ୟ ଯାଞ୍ଚ କରୁଛନ୍ତି।

ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *