ବୁଢ଼ା ବାପାଙ୍କ ସହିତ ସବୁଦିନ ସମୟ ବିତେଇ ପାରିବେ ଏଥିପାଇଁ ଡାକ୍ତରଖାନାରେ ଚାକିରି କରିବାକୁ ଲାଗିଥିଲେ ଝିଅ, ଷ୍ଟୋରି କନ୍ଦେଇ ଦେବ ଆପଣଙ୍କୁ

ଗୋଟିଏ ଛୁଆ ନିଜ ମାଆବାପାଙ୍କୁ ସବୁଠାରୁ ଅଧିକ ଭଲ ପାଇଥାନ୍ତି। ସେ ତାଙ୍କ ପାଇଁ କିଛି ବି କରିପାରନ୍ତି। ନିଜ ମାଆବାପାଙ୍କୁ ହରେଇ ଦେବାର କଥା ଚିନ୍ତା କରିବା ମାତ୍ରେ ହିଁ ତାଙ୍କ ହୃଦୟ ଉଦାସ ହୋଇ ଯାଇଥାଏ। ଏହି କରୋନା କାଳରେ ଅନେକ ଲୋକ ନିଜେ ଭଲପାଉଥିବା ଲୋକଙ୍କୁ ହରେଇ ବସିଛନ୍ତି। ଏହି ଭାଇରସ ଏମିତି ଅଟେ କି ବହୁତ ଲୋକ ଡାକ୍ତରଖାନାରେ ମୃ-ତ୍ୟୁ ବରଣ କରିଛନ୍ତି କିନ୍ତୁ ତାଙ୍କୁ ଦେଖିବା ପାଇଁ ଶେଷ ସମୟରେ କେହି ଉପସ୍ଥିତ ହୋଇପାରୁ ନଥିଲେ। ଆଜି ମଧ୍ୟ ଯେତେବେଳେ କରୋନାର କୈାଣସି ରୋଗୀ ଡାକ୍ତରଖାନାରେ ଭର୍ତ୍ତି ହେଉଛନ୍ତି ତ ତାଙ୍କ ପରିବାର ସଦସ୍ୟଙ୍କ ଏଣ୍ଟ୍ରି ଉପରେ ପ୍ରତିବନ୍ଧକ ଲାଗି ଯାଇଥାଏ।

ଏମିତି Lisa Racine ନାମକ ଜଣେ ମହିଳା ନିଜ ୮୭ବର୍ଷିୟ ବାପାଙ୍କୁ ଦେଖିବା ପାଇଁ ଡାକ୍ତରଖାନାରେ ପାର୍ଟ ଟାଇମ ଚାକିରି କରିବା ଆରମ୍ଭ କରି ଦେଇଛନ୍ତି। ଏହି ମହିଳା ଜଣଙ୍କ ଗୋଟିଏ ପ୍ରିଟିଙ୍ଗ କଂପାନୀର ପ୍ରୋଜେକ୍ଟ ମ୍ୟାନେଜର ଅଟନ୍ତି। କିନ୍ତୁ ବର୍ତ୍ତମାନ ସେ Minnesotaର Stillwater Facilityରେ ପାର୍ଟ ଟାଇମ ଚାକିରି ଆରମ୍ଭ କରିଛନ୍ତି। ଏହି ମହିଳାଙ୍କ ୮୭ବର୍ଷିୟ ବାପା ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି। ସେ ତାଙ୍କ ସହିତ ସମୟ ବିତେଇବା ପାଇଁ ଚାହୁଁଛନ୍ତି।

ସେ କହିଛନ୍ତି କି ମୁଁ ସକାଳୁ ବହୁତ ଶୀଘ୍ର ନିଜ ନିତ୍ୟକର୍ମ ଆରମ୍ଭ କରି ଦେଉଛି। ମୁଁ ସମୟ ପୂର୍ବରୁ ଆସି ଯାଉଛି। ନିଜ ବାପାଙ୍କୁ ଦେଖୁଛି, ତାଙ୍କୁ ଖାଦ୍ୟ ଖାଇବାପାଇଁ ଦେଉଛି ଏବଂ ପୁଣିଥରେ ଯାଇ ତାଙ୍କୁ ଦେଖୁଛି। ଯେତେବେଳେ ମୋ ସିପ୍ଟ ଶେଷ ହୋଇ ଯାଉଛି ତ ପୁଣି ତାଙ୍କ ସହିତ ଦେଖା ହେଉଛି। ମହିଳାଙ୍କୁ ଡ଼ାକ୍ତରଖାନାରେ କପବୋର୍ଡସ ଏବଂ ରେଫ୍ରିଜରେଟରର ଷ୍ଟକ ଭରିବା, ବାସନ ଧୋଇବା, ଚଟାଣ ସଫା କରିବା, ଖାଦ୍ୟ ପରଷିବା, ଖାଦ୍ୟ ଖାଇବା ପରେ ଟେବୁଲ ସଫା କରିବା ଇତ୍ୟାଦି କାମ କରିବାକୁ ପଡ଼ିଥାଏ।

ମହିଳା ଜଣଙ୍କ ନିଜ ବାପାଙ୍କୁ ଦେଖିବା ଏବଂ ତାଙ୍କ ସହିତ ଅଧିକ ରୁ ଅଧିକ ସମୟ ବିତେଇବା ପାଇଁ ଏତେ ପରିଶ୍ରମ କରୁଛନ୍ତି। ଏହା ପୂର୍ବରୁ ସେ ପରିସ୍ଥିତିରେ ପଡି ଖିଡିକିକୁ ଝିଙ୍କି ବାପାଙ୍କୁ ଦେଖୁଥିଲେ। ଗୋଟିଏ ଝିଅ ନିଜ ବାପାକୁ କେତେ ଭଲପାଏ ଏହାର ଅନୁମାନ ଆମେ ଏହି କଥାରୁ କରି ପାରିବା। ଏହି ଷ୍ଟୋରି ସୋସିଆଲ ମିଡିଆରେ ବହୁ ମାତ୍ରାରେ ଭାଇ-ରାଲ ମଧ୍ୟ ହେଉଛି। ଯିଏ ମଧ୍ୟ ଏହି ବିଷୟରେ ପଢୁଛନ୍ତି ତାଙ୍କ ଆଖିରେ ଲୁହ ଆସି ଯାଉଛି।

ଗୌରବର କଥା ହେଉଛି କି ଏହି କୋଭିଡ-୧୯ ପରିସ୍ଥିତିରେ ବହୁତ ସାରା ଲୋକ ନିଜେ ଭଲପାଉଥିବା ଲୋକମାନଙ୍କୁ ଡାକ୍ତରଖାନାରେ ଦେଖାକରି ପାରୁନାହାଁନ୍ତି। ଅନେକ ଲୋକ ତ ଶେଷ ସମୟରେ ନିଜେ ଭଲପାଉଥିବା ଲୋକମାନଙ୍କର ମୁହଁ ମଧ୍ୟ ଦେଖି ପାରୁନାହାଁନ୍ତି। ଏହା ମଧ୍ୟରେ ଏହି ଝିଅ ଦ୍ଵାରା କରାଯାଇଥିବା କାମ ପ୍ରଶଂସାଯୋଗ୍ୟ ଅଟେ। ଏହାଛଡା ଏହି ପୂରା ଘ-ଟଣା ଉପରେ ଆପଣଙ୍କର କଣ ମତ ରହିଛି ଆମକୁ କମେଣ୍ଟ କରି ନିଶ୍ଚିତ ଜଣାନ୍ତୁ। କ’ଣ ଆପଣ ଏହା ପୂର୍ବରୁ କେବେ କୈାଣସି ଏମିତି ଷ୍ଟୋରି ପଢ଼ିଛନ୍ତି? କ’ଣ ଆପଣଙ୍କର କୈାଣସି ସମ୍ପର୍କିୟଙ୍କ ସହିତ ଏମିତି ହୋଇଛି।

Leave a Reply

Your email address will not be published. Required fields are marked *