୩୦ବର୍ଷ ପୂର୍ବରୁ ଅକ୍ଷୟ କୁମାରଙ୍କ ସହିତ କରିଥିଲେ ଡେବ୍ୟୁ, ଏବେ କେଉଁଠାରେ ଅଛନ୍ତି ଅଭିନେତ୍ରୀ ଶାନ୍ତିପ୍ରିୟା?

ବଲିଉଡ ସୁପରଷ୍ଟାର ଅକ୍ଷୟ କୁମାର ବଲିଉଡ ଇଣ୍ଡଷ୍ଟ୍ରିରେ ୩୦ବର୍ଷ ପୂରଣ କରିସାରିଛନ୍ତି। ଅଭିନେତା ଏହା ମଧ୍ୟରେ ବହୁସାରା ଅଭିନେତ୍ରୀଙ୍କ ସହିତ କାମ କରିଛନ୍ତି। ଶିଲ୍ପା ଶେଠ୍ଠୀଙ୍କ ଠାରୁ ନେଇ ରବୀନା ଟଣ୍ଡନ, କରୀନା କପୂର ଖାନଙ୍କ ଠାରୁ ନେଇ କଟରୀନା କୈଫ, ଅକ୍ଷୟ କୁମାର ଇଣ୍ଡଷ୍ଟ୍ରିର କେତେ ଟପ ଅଭିନେତ୍ରୀଙ୍କ ସହିତ କାମ କରି ସାରିଛନ୍ତି। କିନ୍ତୁ କଣ ଆପଣ ସେହି ଅଭିନେତ୍ରୀଙ୍କ ବିଷୟରେ ଜାଣିଛନ୍ତି ଯାହାଙ୍କ ସହିତ ଆଜିର ୩୦ବର୍ଷ ପୂର୍ବରୁ ଅକ୍ଷୟ କୁମାର ନିଜ କ୍ୟାରିୟରର ଆରମ୍ଭ କରିଥିଲେ।

ଅକ୍ଷୟ କୁମାର ୩୦ବର୍ଷ ପୂର୍ବରୁ ଅଥବା ୨୫ଜାନୁଆରୀ,୧୯୯୧ରେ ସିନେମା ସୌଗନ୍ଧରୁ ନିଜ ବଲିଉଡ କ୍ୟାରିୟରର ଆରମ୍ଭ କରିଥିଲେ। ଏହି ସିନେମାରେ ସେ ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କ ସହିତ ନଜର ଆସିଥିଲେ। ଶାନ୍ତିପ୍ରିୟାଙ୍କର 90s ସମୟରେ ନାମୀଦାମୀ ନାମ ଥିଲା। ଆସନ୍ତୁ ଜାଣିବା ଅଭିନେତ୍ରୀଙ୍କ କ୍ୟାରିୟର ଏବଂ ବ୍ୟକ୍ତିଗତ ଜୀବନ ବିଷୟରେ।

ଅଭିନେତ୍ରୀ ଶାନ୍ତିପ୍ରିୟାଙ୍କ ଜନ୍ମ, ୨୨ସେପ୍ଟେମ୍ବର,୧୯୬୯ରେ ଆନ୍ଧ୍ର ପ୍ରଦେଶରେ ହୋଇଥିଲା। ଅଭିନେତ୍ରୀ ସିଦ୍ଧାର୍ଥ ରାୟଙ୍କ ସହ ବର୍ଷ ୧୯୯୫ରେ ବାହା ହୋଇଥିଲେ। କିନ୍ତୁ ଦୁଃଖର କଥା ହେଉଛି କି ବର୍ଷ ୨୦୦୪ରେ ସିଦ୍ଧାର୍ଥ ରାୟଙ୍କର ମୃତ୍ୟୁ ହୋଇଯାଇଥିଲା।

ଅଭିନେତ୍ରୀଙ୍କ କାର୍ଯ୍ୟକ୍ଷେତ୍ରର କଥା କହିବା ତ ସେ ତାଙ୍କ କ୍ୟାରିୟରର ଆରମ୍ଭ ବର୍ଷ ୧୯୮୭ରେ ସାଉଥ ସିନେମାରୁ କରିଥିଲେ। ୪ବର୍ଷ ସାଉଥ ସିନେମାରେ ନଜର ଆସିବା ପରେ ବର୍ଷ୧୯୯୧ ରେ ସେ ଅକ୍ଷୟ କୁମାରଙ୍କ ସିନେମା ସହିତ ହିଁ ସେ ନିଜେ ବଲିଉଡରେ ଡେବ୍ୟୁ କରିଥିଲେ।

କିନ୍ତୁ ଦୁଇ ଷ୍ଟାରଙ୍କ କାହାଣୀ ଅଲଗା-ଅଲଗା ଥିଲା। ଅକ୍ଷୟ କୁମାର ଧିରେଧିରେ ଯେଉଁଠାରେ ସଫଳତାର ସିଡି ଚଢ଼ିବାକୁ ଲାଗିଥିଲେ ସେଠାର ଦ୍ଵିତୀୟ ପାର୍ଶ୍ଵରେ ଶାନ୍ତିପ୍ରିୟା ସିନେମାରେ କମ ସମୟ ପାଇଁ ହିଁ କାମ କରିଥିଲେ।

ବର୍ଷ ୧୯୯୪ରେ ସେ ସିନେମା ଠାରୁ ଦୂରେଇ ଯାଇଥିଲେ ଏବଂ ବର୍ଷ ୧୯୯୫ରେ ସେ ବାଜୀଗରର ମୁଖ୍ୟ ଅଭିନେତା ସିଦ୍ଧାର୍ଥ ରାୟଙ୍କ ସହ ବାହା ହୋଇଥିଲେ ଏବଂ ବ୍ୟକ୍ତିଗତ ଜୀବନରେ ବ୍ୟସ୍ତ ହୋଇ ଯାଇଥିଲେ। ଏହାପରେ ସେ କେବେବି ସିନେମାରେ କାମ କରିନାହାନ୍ତି।

ହେଲେ ଏହାପରେ ସେ ଛୋଟ ପରଦାରେ ନଜର ଆସିଥିଲେ। ସେ ବିଶ୍ଵାମିତ୍ର, ଆର୍ଯମାନ, ମାତା କି ଚୌକି ଏବଂ ଦ୍ଵାରକାଧୀଶ ଭଳି ସିରିୟଲର ସଦସ୍ୟ ରହିଛନ୍ତି।

ଅଭିନେତ୍ରୀ ଶୋଶିଆଲ ମିଡ଼ିଆରେ ବହୁତ ଏକ୍ଟିଭ ରହୁଛନ୍ତି ଏବଂ ନିଜ ବ୍ୟକ୍ତିଗତ ଜୀବନ ସହିତ ଯୋଡି ହୋଇଥିବା ଫୋଟକୁ ଶେୟାର କରୁଛନ୍ତି। ସିଦ୍ଧାର୍ଥଙ୍କ ସହିତ ବାହାଘର ପରେ ତାଙ୍କର ଦୁଇପୁଅ ଶୁଭମ ଏବଂ ଶିଷ୍ୟ ଅଛନ୍ତି। ଦୁଇଜଣ ଏବେ ବଡ଼ ହୋଇଗଲେଣି ଏବଂ ମାଆ ଶାନ୍ତିପ୍ରିୟାଙ୍କ ସହିତ ଫଟୋରେ ମଧ୍ୟ ନଜର ଆସୁଛନ୍ତି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *