ମହିଳା ପ୍ରଥମେ ନିଜକୁ ସଜେଇ, ପିଲା ମାନଙ୍କ ସହ ନିଜେ ମଧ୍ୟ ଫାସି ଲଗେଇଲେ

ମଧ୍ୟ୍ୟପ୍ରଦେଶର ବିଦିଶାରୁ ଏକ ଜନ୍ତ୍ରଣାଦାୟକ ଘଟଣା ସାମ୍ମନାକୁ ଆସିଛି । ଯେଉଁଠି ଜଣେ ମହିଳା ତାର ଦୁଇ ପିଲାଙ୍କ ସହିତ ଆତ୍ମହତ୍ୟା କରିଛି। କୁହାଯାଉଛି କି ମହିଳା ଜଣଙ୍କ ମାନସିକ ରୂପରେ ବହୁତ ଚିନ୍ତିତ ଥିଲେ। ଯାହାପାଇଁ ସେ ଏହି କାମ କରିଛନ୍ତି।

ମଧ୍ୟ୍ୟପ୍ରଦେଶର ବିଦିଶା ଜିଲ୍ଲାର ଥାନା ନଟେରନ ର ଗାଁ ସେମରୀ ଅହରୀରୁ ଏକ ଜନ୍ତ୍ରଣାଦାୟକ ଘଟଣା ସାମ୍ମନାକୁ ଆସିଛି। ଯେଉଁଠି ଜଣେ ମହିଳା ନିଜ ଦୁଇ ନିରିହ ପିଲାଙ୍କ ସହିତ ଫାସି ଲଗେଇ ଆତ୍ମହତ୍ୟା କରିଛନ୍ତି। ୨୮ ବର୍ଷିୟ ରୂପବତୀ ଅଙ୍ଗନଓ୍ବାଡିରେ ସହଯୋଗୀ କାମ କରୁଥିଲେ। କୁହାଯାଉଛି କି ତାକୁ ଝିଅ ୬ ବର୍ଷର ଏବଂ ପୁଅ ୩ ବର୍ଷ ବୟସର ଥିଲା। ପୋଲିସ ଶବକୁ ଜବତ କରି ଜାଞ୍ଚ ଆରମ୍ଭ କରି ଦେଇଛନ୍ତି।

ଦେଖିଥିବା ଲୋକମାନେ କହୁଛନ୍ତି କି ସେ ଆତ୍ମହତ୍ୟା କରିବା ପୂର୍ବରୁ ନିଜକୁ ସଜେଇ ଥିଲେ କାରଣ ସେ ଜଣେ ସଧବା ମହିଳା ଥିଲେ, ସଧବା ବେଶରେ ସେ ଦୁନିଆ ଛାଡି ପାରିବେ। ଏହି ଘଟଣା ପରେ ସାରା ଇଲାକାରେ ଆତଙ୍କ ଖେଳି ଯାଇଛି। ପୋଲିସ ଆତ୍ମହତ୍ୟା କାରଣର ସଂନ୍ଧାନ କରୁଛି।

ମହିଳା ଦୁଇ ପିଲାଙ୍କ ସହ କଲେ ଆତ୍ମହତ୍ୟା।

Google

ପୋଲିସଙ୍କର କହିବା ଏହାକି ସେହି ମହିଳାଙ୍କର ୪ମାସ ପୂର୍ବରୁ ଡେଲିଭରି ହୋଇଥିଲା। ସେହି ପିଲା ଦୁଇ ମାସ ବଞ୍ଚି ରହିଥିଲା। ପରିବାର ଲୋକ ପୋଲିସଙ୍କୁ କହିଥିଲେ କି ସେ ପିଲାର ମରିବା ପରେ ସେ ଅନ୍ୟମନସ୍କ ରହୁଥିଲା। ଅଜବ ଅଜବ କାମ କରେ। ସେହି ମହିଳାଙ୍କ ସ୍ବାମୀ ଜଣେ ଡ୍ରାଇଭର ଅଟନ୍ତି। ଏହି ଘଟଣା ସମୟରେ ମଧ୍ୟ ତାଙ୍କ ସ୍ୱାମୀ ଗାଁରେ ଉପସ୍ଥିତ ଥିଲେ।

ପୋଷ୍ଟମର୍ଟମ ପରେ ଶବକୁ ପରିବାର ଲୋକମାନଙ୍କୁ ଦିଆ ଯାଇଥିଲା। ପୋଲିସ ଏହି ଘଟଣା ବିଷୟରେ ସ୍ବାମୀ , ପରିବାର ଲୋକ ଏବଂ ଆଖପାଖ ପଡୋଷୀ ମାନଙ୍କୁ ପଚରା ଉଚରା କରି ଜାଞ୍ଚ କରୁଛି। ଏହି ଘଟଣା ରବିବାର ସନ୍ଧ୍ୟା ସମୟରେ ଯେତେବେଳେ ମହିଳା ଜଣଙ୍କ ନିଜ ପିଲା ମାନଙ୍କ ସହିତ ଏକ ବିବାହ ସମାରୋହରୁ ଫେରିଲା ପରେ ଘଟିଛି।

Leave a Reply

Your email address will not be published. Required fields are marked *