ଧନକୁ ଚୁମ୍ବକ ପରି ଟାଣି ଥାଏ ଏହି ଗଛ। ଜାଣନ୍ତୁ ଘରେ କେଉଁଠି ଲଗେଇଲେ ଧନ ବୃଦ୍ଧି ହୁଏ

ବନ୍ଧୁଗଣ ପ୍ରତ୍ୟକ ବ୍ୟକ୍ତି ଚାହିଁଥାନ୍ତି କି ନିଜର ଏକ ସୁନ୍ଦର ବଗିଚାଟିଏ ହେଉ ବୋଲି। ଅନେକ ପ୍ରକାରର ଗଛ ଲତାରେ ସଜାଇବା ପାଇଁ ପସନ୍ଦ କରିଥାନ୍ତି। କିନ୍ତୁ ବାସ୍ତୁଶାସ୍ତ୍ର ଅନୁସାରେ ଅନେକ ଗଛ ଘର ପାଇଁ ଅଶୁଭ ହୋଇଥାଏ। ଏମିତିକି ଅନେକ ପ୍ରକାରର ବିପଦ ମଧ୍ୟ ଆଣିଥାଏ ଏବଂ ଆହୁରି ଅନେକ ଗଛଲତା ମାନ ଅଛି ଯାହାକି ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଘରେ ଧନ ବୃଦ୍ଧି କରାଇଥାଏ। ଜୀବନରେ ଉନ୍ନତି ଆଣିଥାଏ। ସମସ୍ତ ପ୍ରକାରର ବିପଦ ଆପଦରୁ ରକ୍ଷା କରିଥାଏ। ଘରୁ ବାସ୍ତୁଦୋଷ ଦୂର କରିବା ସହିତ ବାସ୍ତୁଦୋଷ ହେବାକୁ ଦେଇ ନଥାଏ। ତେବେ ବନ୍ଧୁଗଣ ଆସନ୍ତୁ ଜାଣିନେବା କେଉଁ ସବୁ ଗଛ ଘର ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ସେଥିପାଇଁ ପୋଷ୍ଟଟିକୁ ଶେଷ ପର୍ଯ୍ୟନ୍ତ ପଢ଼ନ୍ତୁ।

ତୁଳସୀ ଗଛ। ହିନ୍ଦୁଧର୍ମରେ ତୁଳସୀ ଗଛକୁ ମା ଲକ୍ଷ୍ମୀଙ୍କର ସ୍ୱରୂପ ବୋଲି ମାନିଥାନ୍ତି। କୁହାଯାଏ କି ଯେଉଁ ଘରେ ତୁଳସୀର ଗଛକୁ ପୂଜାର୍ଚ୍ଚନା କରାଯାଏ ସେହି ଘର ପ୍ରତି ଭଗବାନ ଶ୍ରୀ ବିଷ୍ଣୁଙ୍କର ସର୍ବଦା କୃପାଦୃଷ୍ଟି ରହିଥାଏ। ଆପଣଙ୍କର ଘରେ ଥିବା ସମସ୍ତ ପ୍ରକାରର ନକାରାତ୍ମକ ଉର୍ଜାକୁ ଦୂର କରିବାର କ୍ଷମତା ରଖିଥାଏ।କିନ୍ତୁ ବନ୍ଧୁଗଣ ଧ୍ୟାନ ଦେବେକି ଏହି ତୁଳସୀ ଗଛକୁ କେବେବି ଦକ୍ଷିଣ ଦିଗରେ ଲଗାଇବେ ନାହିଁ। କାହିଁକିନା ଏହା ଉନ୍ନତି ବଦଳରେ ଅନେକ କ୍ଷତି ପହଂଚାଇଥାଏ।

ଏହି ଗଛକୁ ସର୍ବଦା ପୂର୍ବ ଐଶ୍ଵନ୍ୟ କୋଣରେ ଲଗାଇବା ଉଚିତ। ସମସ୍ତ ମନୁଷ୍ୟ ସକାଳୁ ସ୍ନାନ ସାରି ତୁଳସୀ ମୂଳରେ ପାଣି ଦେବା ଶୁଭ କାର୍ଯ୍ୟ ହୋଇଥାଏ। କୁହାଯାଏ କି ପ୍ରତି ଗୁରୁବାର ଦିନ ତୁଳସୀ ଗଛରେ କ୍ଷୀର ଛିଞ୍ଚିବା ଦ୍ୱାରା ଏବଂ ପ୍ରତିଦିନ ସନ୍ଧ୍ୟାରେ ଦେଶୀ ଗାଈ ଘିଅର ଦୀପ କିମ୍ବା ସଞ୍ଜ ସଳିତା ଜାଳିବା ଦ୍ୱାରା ସେହି ଘରେ ମା ଲକ୍ଷ୍ମୀ ସର୍ବଦା ପ୍ରସନ୍ନ ଚିତରେ ବାସ କରିଥାନ୍ତି।

ବେଲ ଗଛ। ଭଗବାନ ଶିବଙ୍କର ବେଲ ଗଛ ଅତ୍ୟନ୍ତ ପ୍ରିୟ ହୋଇଥାଏ। ମାନ୍ୟତା ଅଛିକି ଏହି ବେଲ ଗଛରେ ସ୍ୱୟଂ ଭଗବାନ ଶିବ ବାସ କରିଥାନ୍ତି। ଭଗବାନ ଶିବଙ୍କର ଅତି ପ୍ରିୟ ବେଲ ଗଛ ଅଟେ। ଯେଉଁ ଘରେ ଏହି ବେଲ ଗଛ ରହିଥାଏ ସେହି ଘରେ ଧନ ସମ୍ପତ୍ତିର ଦେବୀ ମା ଲକ୍ଷ୍ମୀ ଅନେକ ଦିନ ପର୍ଯ୍ୟନ୍ତ ବାସ କରିଥାନ୍ତି। ଏହାକୁ ଘରେ ଲଗାଇବା ଦ୍ୱାରା ଧନର ଦେବୀ ମା ଲକ୍ଷ୍ମୀ ଅତ୍ୟନ୍ତ ପ୍ରସନ୍ନ ହୋଇଥାନ୍ତି। ଏହା ସହିତ ସମସ୍ତ ପ୍ରକାରର ବିପଦ ଆପଦ ଦୂର ହୋଇଥାଏ।

ସବୁଦିନ ବେଲ ଗଛ ମୂଳରେ ପାଣି ଦେଲେ ପିତୃପୁରୁଷ ମାନେ ମଧ୍ୟ ତୃପ୍ତ ହୋଇଥାନ୍ତି। ଏହା ମଧ୍ୟ ମାନ୍ୟତା ଅଛି କି ବେଲ ଗଛ ସହିତ ଶ୍ୱେତ ଅରଖ ଗଛକୁ ଏକାଠି ରଖି ପୂଜା କଲେ ମା ଲକ୍ଷ୍ମୀ ସର୍ବଦା ବାସ କରିଥାନ୍ତି। ବେଲ ଗଛକୁ ସକାଳେ ଏବଂ ସନ୍ଧ୍ୟାରେ ଅବଶ୍ୟ ଦର୍ଶନ କରନ୍ତୁ। ଏପରି କରିବା ଦ୍ୱାରା ଅନେକ ପାପ ନଷ୍ଟ ହୋଇଥାଏ। ବେଲ ଗଛ ଘରେ ଲଗାଇବା ଦ୍ୱାରା ବଂଶ ବୃଦ୍ଧି ମଧ୍ୟ ହୋଇଥାଏ। ଏବଂ ଏହାକୁ ନଷ୍ଟ କଲେ ମଣିଷ ଘୋର ପାପର ଭାଗୀ ହୋଇଥାଏ।

ସମୀ ଗଛ। ଏହି ଗଛ ଘରେ ରହିବା ମଧ୍ୟ ବହୁତ ଶୁଭ ବୋଲି ମାନିଥାନ୍ତି। ଏହି ସମୀ ଗଛ ଘରର ମୁଖ୍ୟ ଦ୍ଵାରର ବାମ ପାର୍ଶ୍ଵରେ ଲଗାଇବା ଉଚିତ। ଏହି ଗଛର ମୂଳରେ ସକାଳେ ଏବଂ ସନ୍ଧ୍ୟାରେ ସୋରିଷ ତେଲ କିମ୍ବା ରାଶି ତେଲରେ ଦୀପ ଲଗାଇବା ଦ୍ୱାରା ଶନିଦୋଷା ଶନି ପ୍ରକୋପରୁ ରକ୍ଷା ମିଳିଥାଏ ଏବଂ ଶନିଦେବ ଅତ୍ୟନ୍ତ ପ୍ରସନ୍ନ ହୋଇଥାଆନ୍ତି। ବିଜୟ ଦଶମୀ ଦିନ ଏହି ସମୀ ଗଛର ପୂଜା ଅତି ଧୂମ ଧାମରେ କରିବା ଦ୍ୱାରା ସେହି ଘରେ କେବେବି ଧନ ଧାନ୍ୟର ଅଭାବ ରହିନଥାଏ। ଏହି ଗଛଟିକୁ ଘରର କିଛି ଦୂରରେ ଏପରି ଲଗାନ୍ତୁ ଯେପରି ଘରୁ ବାହାରି ସମୟରେ ଏହି ସମିଗଛଟି ଡାହାଣ ପଟେ ରହୁଥିବ।

ଅଶ୍ୱଗନ୍ଧା ଗଛ। ଏହି ଗଛକୁ ମଧ୍ୟ ଅତ୍ୟନ୍ତ ଶୁଭ ଗଛ ବୋଲି ମାନାଯାଇଥାଏ। ଏହାକୁ ଘରେ ଲଗାଇବା ଦ୍ୱାରା ଘରର ସମସ୍ତ ପ୍ରକାରର ବାସ୍ତୁଦୋଷ ଦୂର ହୋଇଥାଏ। ଏହି ଅଶ୍ୱଗନ୍ଧାର ଗଛ ଜୀବନରେ ଶୁଭତାକୁ ବଢ଼ାଇଥାଏ। ଜୀବନକୁ ଆହୁରି ସୁଖମୟ କରିଥାଏ। ଏହା ମଧ୍ୟ ଅତ୍ୟନ୍ତ ଲୋକପ୍ରିୟ ଏବଂ ଓଷଧିୟ ଗୁଣ ବିଶିଷ୍ଟ ଗଛ ଅଟେ।

ଅଁଳା ଗଛ। ଯଦି ଘରେ ଏହି ଗଛ ଲାଗିଥାଏ ଏବଂ ତାହା ପୁଣି ଉତ୍ତର ଦିଗ କିମ୍ବା ପୂର୍ବ ଦିଗରେ ତେବେ ଏହା ଅତ୍ୟନ୍ତ ଲାଭଦାୟକ ହୋଇଥାଏ। ଏହା ଆପଣଙ୍କ କଷ୍ଟକୁ ନିବାରଣ କରିଥାଏ। ଅଁଳା ଗଛକୁ ସବୁଦିନ ପୂଜା କଲେ ସମସ୍ତ ମନସ୍କାମନାପୂରଣ ହୋଇଥାଏ। ଏହାକୁ ପ୍ରତିଦିନ ପୂଜାର୍ଚ୍ଚନା କରିବା ଦ୍ୱାରା ମଧ୍ୟ ସମସ୍ତ ପାପ ମୋଚନ ହୋଇଥାଏ। ଧାର୍ମିକ ମାନ୍ୟତା ଅନୁସାରେ ଅଁଳା ଗଛରେ ସମସ୍ତ ଦେବତା ବାସ କରିଥାନ୍ତି।

ଏହା ସହିତ ଅଁଳା ଗଛର ଫଳଟି ଭଗବାନ ଶ୍ରୀହରିବିଷ୍ଣୁଙ୍କର ଅତି ପ୍ରିୟ ହୋଇଥାଏ। ପୁରାଣଶାସ୍ତ୍ର ଅନୁସାରେ ପୁଣ୍ୟର ମାସ କାର୍ତ୍ତିକ ମାସରେ ଭଗବାନ ଲକ୍ଷ୍ମୀନାରାୟଣ ପ୍ରତ୍ୟକ୍ଷ ବାସ କରିଥାନ୍ତି। ଏହା ମଧ୍ୟ ମାନ୍ୟତା ଅଛିକି ଯେଉଁ ଘରର ଉତ୍ତର ଦିଗରେ ଏହି ଅଁଳା ଗଛଟି ରହିଥାଏ ସେହି ଘରେ ଭଗବାନ ଶ୍ରୀହରିବିଷ୍ଣୁଙ୍କର କୃପାରୁ ଧନ ଧାନ୍ୟ ସୁଖ ସମୃଦ୍ଧି ବୃଦ୍ଧି ହୋଇଥାଏ। ଶାସ୍ତ୍ରରେ ଏହା ମଧ୍ୟ ବର୍ଣ୍ଣିତ ଅଛିକି ଯେଉଁ ବ୍ୟକ୍ତି ଗୋଟେ ଅଁଳା ଗଛଟିଏ ଲଗାଇ ତାହାର ଯତ୍ନ ନେଇଥାଏ ତାଙ୍କୁ ରାଜସ୍ୱି ଯଜ୍ଞର ଫଳ ପ୍ରାପ୍ତି ହୋଇଥାଏ। ବାସ୍ତୁ ଶାସ୍ତ୍ର ଅନୁସାରେ ଘରେ ଏହି ଗଛ ଲଗାଇବା ଦ୍ୱାରା ଅତ୍ୟନ୍ତ ଶୁଭ ହୋଇଥାଏ। ଏଥିପାଇଁ ଯଦି ଆପଣଙ୍କର ଜୀବନରେ ମନବାଂଛିତ ଫଳ ପାଇବା ପାଇଁ ଚାହୁଁଛନ୍ତି ତେବେ ଏହି ଗଛ ଲଗାଇ ତାର ସେବା କରନ୍ତୁ

ଅଶୋକ ଗଛ। ହିନ୍ଦୁଧର୍ମରେ ଅଶୋକ ଗଛକୁ ବହୁତ ଶୁଭ ଏବଂ ଲାଭକାରୀ ବୋଲି ମାନିଥାନ୍ତି। ଅଶୋକର ଅର୍ଥ ହେଉଛି ଯେଉଁଠି ଶୋକ ନଥାଏ ଅର୍ଥାତ ଦୁଃଖ ହୀନ ସ୍ଥାନ। ଏହି ଅଶୋକ ଗଛଟି ଶୋକ ନାଶ କରି ସୁଖଶାନ୍ତି ଦେଇଥାଏ। ଏହି ଗଛ ଥିବା ଘରେ ସ୍ନେହ ଶ୍ରଦ୍ଧା ସହାନୁଭୂତି ବଢିଥାଏ। ମାନ୍ୟତା ଅଛିକି ଅଶୋକ ଗଛକୁ ଘରେ ଲଗାଇବା ଦ୍ୱାରା ଘରେ ସୁଖ ଧନ ସମ୍ପତ୍ତି ଏବଂ ସମୃଦ୍ଧିର ବାସ ହୋଇଥାଏ।ଏବଂ ସେହି ପରିବାରରେ କାହାରି ଅକାଳ ମୃତ୍ୟୁ ହୋଇନଥାଏ।

ଶ୍ୱେତ ଅରଖ ଗଛ। ଏହି ଗଛରେ ହଳଦୀ ଅରୁଆ ଚାଉଳ ଏବଂ ଗଙ୍ଗା ଜଳ ଦ୍ୱାରା ପୂଜା କଲେ ଏହି ଶ୍ୱେତ ଅରଖ ଗଛଟି ଯେତେ ଯେତେ ବଢିଥାଏ ସେହି ଘରେ ରହିଥିବା ଲୋକମାନଙ୍କୁ ସୁଖ ଶାନ୍ତି ପ୍ରାପ୍ତି ହୋଇଥାଏ।ଏହା ମଧ୍ୟ ମାନ୍ୟତା ଅଛିକି ଯେଉଁ ଘର ପାଖରେ ଶ୍ୱେତ ଅରଖ ଗଛର ଫୁଲ ଏବଂ ଫଳ ଭରି ଯାଇଥାଏ ସେହି ଘର ସର୍ବଦା ଉନ୍ନତି ହୋଇଥାଏ।ଏବଂ ସେହି ଘରେ ଗୁପ୍ତ ଧନ ରହିଥାଏ ଅବା ସେହି ଗୃହର ସ୍ୱାମୀଙ୍କୁ ଆକସ୍ମିକ ଧନପ୍ରାପ୍ତି ହୋଇଥାଏ।

ମନ୍ଦାର ଗଛ। ଏହି ଗଛକୁ ଘରେ କୌଣସି ବି ସ୍ଥାନରେ ଲଗାଇ ପାରିବେ। କିନ୍ତୁ ଧ୍ୟାନ ଦେବେକି ତାହାକୁ ପ୍ରଜାପ୍ତ କିରଣ ଆବଶ୍ୟକତା ହୋଇଥାଏ। ଏଣୁ ଏହି ମନ୍ଦାର ଗଛକୁ ସୂର୍ଯ୍ୟ କିରଣ ପଡୁଥିବା ସ୍ଥାନରେ ଲଗାଇବା ଉଚିତ। ଏହି ମନ୍ଦାର ଫୁଲକୁ ପାଣିରେ ପକାଇ ସୂର୍ଯ୍ୟଙ୍କୁ ଜଳ ଅର୍ପଣ କଲେ ଆଖି ରୋଗ ଅସ୍ତି ରୋଗ ଦୂର ହୋଇଥାଏ ଏବଂ ନାମ ଖ୍ୟାତି ହୋଇଥାଏ। ମଙ୍ଗଳ ଗ୍ରହର ସମସ୍ୟା ସମ୍ପତି ବାଧା ଆଇନଗତ ସମସ୍ୟା ଥିଲେ ପ୍ରତି ମଙ୍ଗଳବାର ଦିନ ହନୁମାନଙ୍କୁ ମନ୍ଦାର ଫୁଲ ଅର୍ପଣ କରିବା ଉଚିତ ହୋଇଥାଏ। ମା ଦୁର୍ଗାଙ୍କୁ ପ୍ରତିଦିନ ମନ୍ଦାର ଫୁଲ ଅର୍ପଣ କଲେ ସମସ୍ତ ପ୍ରକାରର ସମସ୍ୟା ଦୂର ହୋଇଥାଏ।

ନଡ଼ିଆ ଗଛ। ଏହି ଗଛ ମଧ୍ୟ ଶୁଭ ହୋଇଥାଏ। କୁହାଯାଏକି ଯେଉଁ ଘରେ ନଡ଼ିଆ ଗଛ ରହିଥାଏ ସେହି ଘରେ ମାନ ସମ୍ମାନ ବଢିଥାଏ।

ନିମ୍ବ ଗଛ। ଘରର ଉତ୍ତର ପଶ୍ଚିମ କୋଣରେ ଏହି ନିମ୍ବ ଗଛ ରହିବା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ସକାରାତ୍ମକ ଉର୍ଜା ସହିତ ଅନେକ ପ୍ରକାରର କଲ୍ୟାଣ କରିଥାଏ। ଧର୍ମଶାସ୍ତ୍ର ଅନୁସାରେ ଯେଉଁ ପ୍ରାଣୀ ଏହି ସବୁ ଗଛକୁ ଘରେ ଲଗାଇ ଥାଏ ତାହାକୁ ମୃତ୍ୟୁ ପରେ ଶିବ ଲୋକ ବା ସୂର୍ଯ୍ୟ ଲୋକ ପ୍ରାପ୍ତି ହୋଇଥାଏ।

କଦଳୀ ଗଛ। ଏହି ଗଛଟି ମଧ୍ୟ ଧାର୍ମିକ ମାନ୍ୟତା ଅନୁସାରେ ଅତ୍ୟନ୍ତ ଶୁଭ ଗଛ ହୋଇଥାଏ। ଗୁରୁବାର ଦିନ ଏହାର ପୂଜା କରାଯାଇଥାଏ।ଏହା ଐଶ୍ଵନ୍ୟ କୋଣ କିମ୍ବା ଉତ୍ତର ପୂର୍ବ ଦିଗରେ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ବୃହସ୍ପତି କାରକ ହୋଇଥିବାରୁ ଏହାକୁ ଐଶ୍ଵନ୍ୟ କୋଣରେ ଲଗାଇବା ଦ୍ୱାରା ଧନ ସମ୍ପତ୍ତିର ବୃଦ୍ଧି ହୋଇଥାଏ। କଦଳୀ ଗଛ ମୂଳରେ ଯଦି ତୁଳସୀ ଗଛ ରହିଥାଏ ତେବେ ଏହା ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଦ୍ୱାରା ଲକ୍ଷ୍ମୀନାରାୟଣଙ୍କର କୃପା ପ୍ରାପ୍ତି ହୋଇଥାଏ। କୁହାଯାଏ କି ଏହି କଦଳୀ ଗଛର ଛାଇରେ ପାଠ ପଢିଲେ ସ୍ମରଣ ଶକ୍ତି ବଢିଥାଏ।

ଡାଳିମ୍ବ ଗଛ। ଏହି ଗଛ ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ। ଏବଂ ଏହା ସୁଖ ସମୃଦ୍ଧି ମଧ୍ୟ ପ୍ରଦାନ କରିଥାଏ।ବଂଶ ବୃଦ୍ଧି କରାଇଥାଏ।ଏହା ଅଗ୍ନି କୋଣ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ। ଏହା ଛଡା ମୁଖ୍ୟ ଦ୍ୱାରରେ ଡାଳିମ୍ବ ଗଛ ଲଗାଇବା ଅତ୍ୟନ୍ତ ଶୁଭ ଫଳଦାୟକ ହୋଇଥାଏ।

ବନ୍ଧୁଗଣ ଯେଉଁ ଘରର ପୂର୍ବ ଉତ୍ତର ପଶ୍ଚିମ କିମ୍ବା ଐଶ୍ଵନ୍ୟ କୋଣରେ ବଗିଚା ରହିଥାଏ ସେହି ଘରେ ଧନ ଯଶ ଏବଂ ଧର୍ମର ବୃଦ୍ଧି ହୋଇଥାଏ। ଏହାର ବିପରୀତ ଦିଗରେ ବଗିଚା ରଖିବା ଦ୍ୱାରା ଧନ ଏବଂ ସନ୍ତାନ ହାନି ହୋଇଥାଏ। ଅଳ୍ପ ଆୟୁଷ ଏବଂ ରୋଗ ବୃଦ୍ଧି ହୋଇଥାଏ। ଏବଂ ପାପ ମଧ୍ୟ ବଢିଥାଏ।

Leave a Reply

Your email address will not be published. Required fields are marked *