ଧାରଣାରେ ଆଉ ଜଣେ ବୋହୂ , ବ୍ରହ୍ମପୁର ପରେ କଟକରେ ଧାରଣା

ପାରିବାରିକ କଳହ ଯୋଗୁଁ ଆଜି କେତେ କେତେ ଘର ଓଜାଡ଼ି ହୋଇ ଯାଉଛି । କେତେ ଯେ ଲୋକ କ-ଷ୍ଟ ପାଉଛନ୍ତି । କିଏ ଆ-ତ୍ମହ-ତ୍ୟା କରୁଛି ତ ଆଉ କିଏ ଦୁଃ-ଖ କ-ଷ୍ଟରେ ଜୀବନ କାଟୁଛି । ତେବେ ଏହି ପାରିବାରିକ କଳ-ହର ଏକ ମୁଖ୍ୟ କାରଣ ଘରେ ଥିବା ଶାଶୁ ଏବଂ ନଣନ୍ଦ ମଧ୍ୟ ହୋଇ ଥାଇପାରନ୍ତି । ତେବେ ଏପରି ଏକ ଘଟ-ଣା ପୁଣିଥରେ ସାମ୍ନାକୁ ଆସିଅଛି ।

ବ୍ରହ୍ମପୁର , ପୁରୀ ଆଉ ତାପରେ କଟକ । ଗୋଟିଏ ପରେ ଗୋଟିଏ ଜିଲ୍ଲାରେ ଦେଖିବାକୁ ମିଳୁଛି ଏପରି ଘ-ଟଣା । ବର୍ତ୍ତମାନ କଟକରେ ନିଜ ଶାଶୁ ଘର ଆଗରେ ଧାରଣାରେ ବସିଛନ୍ତି ଆଉ ଜଣେ ମହିଳା ଆଉ ସେ ହେଉଛନ୍ତି ସୀମା । ୨୦୦୯ ମସିହାରେ ବିବାହ କରିଥିବା ସୀମା ବିବାହ ପରେ ବହୁତ ଖୁସିରେ ରହିଥିଲେ । ଆଉ ତାଙ୍କର ପୁଅଟିଏ ମଧ୍ୟ ହୋଇଥିଲା ।

ସେତେବେଳେ ତାଙ୍କ ସ୍ଵାମୀଙ୍କର ଆର୍ଥିକ ଅବସ୍ଥା ଏତେ ଭଲ ନଥିଲେ ମଧ୍ୟ ସେ ସ୍ୱାମୀଙ୍କ ସହିତ ସବୁବେଳେ ସାଥ ଦେଉଥିଲେ ଆଉ ତାଙ୍କର ସବୁ କଥା ମଧ୍ୟ ମାନୁଥିଲେ । ତେବେ ଜୀବନରେ ହଠାତ୍ ଝ-ଡ଼ ଆସିଥିଲା , ସୀମା ଯେତେବେଳେ ୨୦୨୧ ମସିହାରେ ନିଜ ବାପ ଘରକୁ ଚାଲି ଯାଇଥିଲେ , ତାପରେ ଶାଶୁ ଘର ଫେରିବା ପରେ ଆରମ୍ଭ ହୋଇଥିଲା ପାରିବାରିକ କ-ଳହ ।

ତାଙ୍କ ଶାଶୁ ଏବଂ ନଣନ୍ଦ ତାଙ୍କୁ ଘରେ ପଶିବାକୁ ଦେଇ ନଥିଲେ ଆଉ ତାଙ୍କ ସହିତ ରହିପାରିବେ ନାହିଁ ବୋଲି କହି ଥିଲେ । ତାଙ୍କ ସ୍ଵାମୀ ମଧ୍ୟ ତାଙ୍କ ସ୍ତ୍ରୀ ପକ୍ଷରେ ନଥିଲେ । ଆଉ ପୁରାପୁରି ସୀମା ଏକୁଟିଆ ହୋଇ ଯାଇଥିଲେ । ତେବେ ଏହି ମାମ-ଲା ଯେତେବେଳେ କୋର୍ଟରେ ପହଞ୍ଚିଥିଲା , ସେତେବେଳେ କାଉନସିଲିଂ ପାଇଁ ମଧ୍ୟ ସିମାଙ୍କ ସ୍ଵାମୀ ଯାଇ ନଥିଲେ । ତେଣୁ ଏବେ ବାଧ୍ୟ ହୋଇ ସୀମା ଶାଶୁ ଘର ଆଗରେ ଧାର-ଣା ଦେଇଛନ୍ତି ।

Leave a Reply

Your email address will not be published. Required fields are marked *