୮୪ବର୍ଷର ଧର୍ମେନ୍ଦ୍ର ଏପର୍ଯ୍ୟନ୍ତ ଦେଖିପାରିଲେ ନାହିଁ ନାତୁଣୀଙ୍କ ଚେହେରା ; ପତ୍ନୀ ହେମା ମାଳିନୀ କହିଲେ ଏହି କଥା

ମୁମ୍ବାଇ: ସମସ୍ତେ ଜାଣନ୍ତି ଯେ ନିକଟରେ ଧର୍ମେନ୍ଦ୍ର ଏବଂ ହେମା ମାଳିନୀ ପୁଣି ଜେଜେବାପା ଓ ଜେଜେମା ହେଇଗଲେ ବୋଲି।ଅହାନା ଦେଓଲ ଯାଆଁଳା ସନ୍ତାନ ଜନ୍ମ ଦେଇଛନ୍ତି।ହେମା ନାତି ନାତୁଣୀଙ୍କ ଚେହେରା ଦେଖିଛନ୍ତି ହେଲେ ଧର୍ମେନ୍ଦ୍ର ଏପର୍ଯ୍ୟନ୍ତ ନାତି ନାତୁଣୀଙ୍କୁ ଭେଟିବା ପାଇଁ ତାଙ୍କ ପାଖେ ପହଞ୍ଚି ପାରିଲେନାହିଁ।ବାସ୍ତବରେ, କରୋନା କାଳରେ ଧର୍ମେନ୍ଦ୍ର ଜାଣନ୍ତି ଯେ ପିଲାମାନଙ୍କ ପ୍ରତି ଅଧିକ ଯତ୍ନବାନ ହେବା ଆବଶ୍ୟକ।ସେ ପରିଣତ ବୟସ୍କ ଲୋକ, ତେଣୁ ସେ ଡାକ୍ତରଖାନା ଯିବାକୁ ଉଚିତ ବୋଲି ଭାବିନଥିଲେ। କିନ୍ତୁ ଫୋଟରେ ସେ ଶିଶୁମାନଙ୍କୁ ଦେଖି ଖୁସି ହୋଇଥିଲେ।

ଖାଲି ଧର୍ମେନ୍ଦ୍ର ନୁହନ୍ତି, ଅହାନାଙ୍କ ଶାଶୁ ଶ୍ୱଶୁର ମାନେ ମଧ୍ୟ ଫୋଟୋରେ ସେମାନଙ୍କୁ ଦେଖିଥିଲେ। ଚତୁର୍ଥ ଥର ପାଇଁ ଜେଜେମା ହେବା ଅଭିଜ୍ଞତାକୁ ହେମା ଏକ ସାକ୍ଷାତକାର ମାଧ୍ୟମରେ ସେୟାର୍ କରିଥିଲେ। ଅହାନା ୨୬ ନଭେମ୍ବର ୨୦୨୦ ରେ ହିନ୍ଦୁଜା ହସ୍ପିଟାଲରେ ଯାଆଁଳା ଶିଶୁକୁ ଜନ୍ମ ଦେଇଥିଲେ। ନିଜ ଦୁଇ ଝିଅର ନାମ ଅସ୍ତ୍ରୀୟା ଏବଂ ଆଦିୟା ଦେଇଥିଲେ।

ହେମା ଚତୁର୍ଥ ଥର ପାଇଁ ETimes କୁ ଦିଆଯାଇଥିବା ଏକ ସାକ୍ଷାତକାରରେ ନାନୀ ହେବା ବିଷୟରେ କହିଛନ୍ତି। ଝିଅ ଆହନାଙ୍କର ପ୍ରସବ ବିଷୟରେ ହେମା କହିଛନ୍ତି- ହିନ୍ଦୁଜା ସ୍ୱାସ୍ଥ୍ୟସେବା ସର୍ଜିକାଲ ହସ୍ପିଟାଲରେ ଅତି ସୁରୁଖୁରରେ ହୋଇଥିଲା। ମୋର ସମସ୍ତ ପାଞ୍ଚ ନାତି ଡାକ୍ତର କିରଣ କୋଲହୋଙ୍କ ତତ୍ତ୍ଵାବଧାନରେ ଏହି ଡାକ୍ତରଖାନାରେ ଜନ୍ମ ହୋଇଥିଲେ। ଡାକ୍ତର ଏବଂ ଏହି ଡାକ୍ତରଖାନା ଉପରେ ଆମର ସମ୍ପୂର୍ଣ୍ଣ ବିଶ୍ୱାସ ଅଛି, କିନ୍ତୁ ହଁ, ଅହାନାର ପୁରା ଗର୍ଭଧାରଣ ସମୟରେ କରୋନା ହେତୁ ଆମକୁ ଅଧିକ ସତର୍କତା ଅବଲମ୍ବନ କରିବାକୁ ପଡିଲା।

ହେମା ଆହୁରି କହିଛନ୍ତି- ଅହାନା ଏବଂ ବୈଭବ ପୂର୍ବରୁ କିଛି ନାମ ଚିନ୍ତା କରି ରଖିଥିଲେ, ଯେଉଁମାନଙ୍କ ମଧ୍ୟରୁ କେତେକଙ୍କ ଝିଅ ନାମ ଏବଂ କେତେକଙ୍କ ପୁଅ ନାମ ଥିଲା। ମୁଁ ସେମାନଙ୍କ ପସନ୍ଦରେ ହସ୍ତକ୍ଷେପ କରେ ନାହିଁ, ଏମିତିକି ଇଶା ଏବଂ ଭାରତ ବିଷୟରେ ମଧ୍ୟ ନୁହେଁ। ପରିବାରର ଖୁସିରେ ମୁଁ ବି ଖୁସି। ଧରମଜୀ ଦିନେ କିମ୍ବା ଦୁଇ ଦିନରେ ୱର୍ଲିରେ ଥିବା ଅହାନାଙ୍କ ଘରେ ପିଲାମାନଙ୍କୁ ଦେଖିବାକୁ ଯିବେ।

ହେମା କହିଛନ୍ତି ଏହା ଖୁସିର ଫଳ ଅଟେ। ଧରମଜୀ ବହୁତ ଆଗ୍ରହୀ ଅଛନ୍ତି। ଯେବେ ଆମେ ଦୁହେଁ ପରସ୍ପର ଭଲପାଇ ପ୍ରେମ ବିବାହ କରିଥିଲୁ କେବେ ବି ଭାବିନଥିଲୁ କି ଆମର ପରିବାର ଏତେ ବଡ଼ ହେଇଯିବ। ଦେରୀୟନ୍ ଅବିକଳ ବୈଭବ ଏବଂ ଅହନାଙ୍କ ପରି ଦିଶୁଥିଲା।

ସେହି ସ୍ପୋଟବୟଙ୍କ ସହ କଥାବାର୍ତ୍ତା ସମୟରେ ହେମା କହିଛନ୍ତି – ଏତେ ବର୍ଷ ପରେ ପରିବାରରେ ଶିଶୁଙ୍କ ଆଗମନ ଏକ ଆଶୀର୍ବାଦ। ସେ କହିଥିଲେ ଯେ ମୋ ଝିଅ ଇଶା ଏବଂ ଅହାନାଙ୍କ ଜନ୍ମ ପରେ ବହୁତ ଲମ୍ବା ବ୍ୟବଧାନ ଥିଲା ଯେତେବେଳେ ଆମର କୌଣସି ସନ୍ତାନ ନଥିଲେ। ଯେତେବେଳେ ଇଶା ଏବଂ ଅହାନା ବଡ ହେଲେ, ସେମାନଙ୍କର ବିବାହ ହେଲା ଓ ସେମାନେ ଯେତେବେଳେ ବାହାରକୁ ଚାଲିଗଲେ, ତେଣୁ ମୁଁ ଏବଂ ଧରମଜୀ ମାତାପିତା ହେବା ପାଇଁ ପ୍ରାର୍ଥନା କରିଥିଲୁ।

ହେମା କହିଛନ୍ତି- ଅହାନା ଗର୍ଭବତୀ ହେବା ପରଠାରୁ ମୁଁ ନିଜ ଏବଂ ତାଙ୍କ ଘରକୁ ଯିବା ଆସିବା କରୁଛି।କରୋନା ମହାମାରୀ ସମୟରେ ଏହା ମୋର ଏକମାତ୍ର ଆଉଟିଂ। ଯେହେତୁ ଅହାନାଙ୍କର ବର୍ତ୍ତମାନ ତିନୋଟି ପିଲା ଅଛନ୍ତି, ସେମାନଙ୍କର ଘରେ ଦେଖା ଚାହାଁ କରିବା ପାଇଁ ମୁଁ ତାଙ୍କ ସହିତ ଅଧିକ ସମୟ ଅତିବାହିତ କରିବି।

ହେମା ଏବଂ ଧର୍ମେନ୍ଦ୍ର ଦୁଇଜଣ ନିଜ ପରିବାରର ଛୋଟ ଅତିଥିମାନଙ୍କର ଆଗମନ ପାଇଁ ଅତ୍ୟନ୍ତ ଉତ୍ସାହିତ।ହେମା ଏହା ବିଷୟରେ କହିଥିଲେ ଯେ ଧରମଜୀ କୁହନ୍ତି ଯେ ଆମର ଫୁଲୱାରୀ ବଡ ହେଉଛି।ଇଶାଙ୍କ ଦୁଇ ଝିଅ ଏବଂ ଅହାନାର ତିନି ସନ୍ତାନ ପରେ ମୁଁ ଆଉ କିଛି ମାଗି ପାରିବି ନାହିଁ ।

ଏହି ଖୁସି ପାଇଁ ଉତ୍ସବ ମନାଇବା ଉଦ୍ଦେଶ୍ୟରେ ସୂଚନା ଦେଇ ହେମା କହିଛନ୍ତି ଆମେ ଏହି ଯାଆଁଳା ପିଲାମାନଙ୍କ ପାଇଁ ଜନ୍ମର ଏକାଦଶ ଦିନରେ ଏକ ନାମାଙ୍କନ ସମାରୋହ ଆୟୋଜନ କରିବୁ। ଏହା ସଂପୂର୍ଣ୍ଣ ଭାବେ ଏକ ପାରିବାରିକ କାର୍ଯ୍ୟ ହେବ, ଯେଉଁଥିରେ ଆମେ ଏବଂ ଅହାନାଙ୍କ ଶାଶୁ ଶ୍ୱଶୁର ଉପସ୍ଥିତ ରହିବେ। ଆସନ୍ତା ବର୍ଷ, ଆମର ଆଶା ଅଛି ଯେ ପରିସ୍ଥିତି ପୁଣି ସ୍ୱାଭାବିକ ହେଇଯିବ, ଏବଂ ତା’ପରେ ଯାଆଁଳା ଶିଶୁଙ୍କ ପ୍ରଥମ ଜନ୍ମଦିନରେ ଏକ ବଡ଼ ପାର୍ଟିର ଆୟୋଜନ କରାଯିବ।

Leave a Reply

Your email address will not be published. Required fields are marked *