ଦିଲବର ଗାର୍ଲ ନିଜକୁ ଗିଫ୍ଟ କରିଛନ୍ତି BMW, କେତେବେଳେ ସେ କେବଳ ୫ହଜାର ଟଙ୍କା ନେଇ ଭାରତକୁ ଆସିଥିଲେ

ମୁମ୍ବାଇ।ଜନ ଆବ୍ରାହମଙ୍କର ସିନେମା ‘ସତ୍ୟମେବ ଜୟତେ’ (Satyamev Jayte)ର ଗୀତ ‘ଦିଲବର ଦିଲବର’ (Dilbar Dilbar)ରେ ଡ୍ୟାନ୍ସ କରି ପ୍ରସିଦ୍ଧ ହୋଇଥିବା ଅଭିନେତ୍ରୀ ଏବଂ ଡ୍ୟାନ୍ସର ନୋରା ଫତେହୀ (nora fatehi) ନିଜକୁ ଦାମୀ କାର ଗିଫ୍ଟ କରିଛନ୍ତି। ରିପୋର୍ଟ ମୁତାବକ,ନୋରା ଏବେ BMW 5 ଶ୍ରେଣୀର କାର କିଣିଛନ୍ତି। ଭାରତରେ ଏହି କାରର ଏକ୍ସଶୋରୁମ ମୂଲ୍ୟ ୫୫ଲକ୍ଷରୁ ଆରମ୍ଭ ହୋଇଥାଏ ଏବଂ ଏହାର ସର୍ବାଧିକ ମୂଲ୍ୟ ୬୮ଲକ୍ଷ ପର୍ଯ୍ୟନ୍ତ ମିଳିଥାଏ। ହେଲେ ଏ ପର୍ଯ୍ୟନ୍ତ ଏହା ସ୍ପଷ୍ଟ ହୋଇନାହିଁ କି ନୋରା ଫତେହୀ କେଉଁ ମଡେଲର କାର କିଣିଛନ୍ତି। କେତେବେଳେ କେବଳ ୫ହଜାର ଟଙ୍କା ନେଇ ଆସିଥିଲେ ଇଣ୍ଡିଆ..

ନୋରା ପୂର୍ବ ବର୍ଷ ଏକ ଇଣ୍ଟରବ୍ୟୁରେ ଜଣାଇଥିଲେ କି ଯେତେବେଳେ ସେ କାନାଡାରୁ ଭାରତକୁ ଆସିଥିଲେ ତ ତାଙ୍କ ପାଖରେ କେବଳ ୫ହଜାର ଟଙ୍କା ଥିଲା।ନୋରା କହିଥିଲେ- ‘ମୁଁ କେବଳ ୫୦୦୦ ଟଙ୍କା ନେଇ ହିନ୍ଦୁସ୍ଥାନକୁ ଆସିଥିଲି କିନ୍ତୁ ମୁଁ ଯେଉଁ ଏଜେନ୍ସିରେ କାମ କରୁଥିଲି, ସେଠାରୁ ପ୍ରତି ସପ୍ତାହରେ ମୋତେ ୩ଟଙ୍କା ମିଳିଥାଏ।

ନୋରାଙ୍କ ମୁତାବକ, ଏତିକି ପଇସାରେ ଡେଲି ରୁଟିନ ଏବଂ ମାସିକ ଖର୍ଚ୍ଚ ଚଳେଇବା କଷ୍ଟକର ହୋଇଯାଉଥିଲା। କିନ୍ତୁ ମୁଁ ସବୁକିଛି ବହୁତ ବୁଝିସୁଝି ମ୍ୟାନେଜ କରୁଥିଲି ଏବଂ ଏହି କାରଣରୁ ସପ୍ତାହ କିମ୍ବା ମାସ ଶେଷ ହେବା ପରେ ବି ମୋର ପୂରା ପଇସା ଖର୍ଚ୍ଚ ହୋଇନଥାଏ।

କାନାଡାରେ ଜନ୍ମ ହୋଇଥିବା ନୋରା ଫତେହୀ କିଛି ସାଉଥ ଇଣ୍ଡିଆନ ସିନେମାରେ ବି ସ୍ବତନ୍ତ୍ର ପ୍ରତିଭା ଦେଖାଇଛନ୍ତି।ଏହା ମଧ୍ୟରେ ‘ବାହୁବଳୀ:ଦ ବିଗନିଙ୍ଗ’ (ତେଲୁଗୁ) ବି ସାମିଲ ଅଛି। ସିନେମାରେ ଆଇଟମ ନମ୍ବର ‘ମନୋହାରୀ’ ରେ ସେ ନଜର ଆସିଥିଲେ।ଏହାଛଡା,ନୋରାଙ୍କୁ ପ୍ରକୃତ ପରିଚୟ ରିୟିଲିଟୀ ଶୋ ‘ବିଗ ବସ ୯’ରେ କଣ୍ଟେସ୍ଟେଣ୍ଟ ଭାବରେ ସାମିଲ ହେବା ପରେ ହିଁ ମିଳିଥିଲା।

କାର୍ଯ୍ୟ କ୍ଷେତ୍ରର କଥା କହିବା ତ ନୋରା ବହୁତ ଶୀଘ୍ର ଅଜୟ ଦେବଗଣଙ୍କ ସିନେମା ‘ଭୁଜ ଦ ଫ୍ରାଇଡ ଅଫ ଇଣ୍ଡିଆ’ରେ ଭାରତୀୟ ଗୁପ୍ତଚର ଚରିତ୍ରରେ ଅଭିନୟ କରୁଥିବାର ନଜର ଆସିବେ।ନୋରା ଏହି ଚରିତ୍ର ପାଇଁ ବହୁତ ପରିଶ୍ରମ କରିଛନ୍ତି।ସେ ଏଥିପାଇଁ ମାର୍ଶଲ ଆର୍ଟସର ଟ୍ରେନିଂ ବି ନେଇଛନ୍ତି।

ନୋରାଙ୍କ ଟ୍ରେନିଂ ଇଷ୍ଟ୍ରକ୍ଟର ମହେନ୍ଦ୍ର ମୋହନ ଏକ ଇଣ୍ଟରବ୍ୟୁରେ କହିଥିଲେ କି ସେ ବହୁତ ପରିଶ୍ରମୀ ଅଟନ୍ତି।ସେ ପ୍ରତିଦିନ ନିୟମିତ ଭାବେ ୪ଘଣ୍ଟା ଅଭ୍ୟାସ କରିଥାନ୍ତି ଏବଂ ଏହି କାରଣରୁ ତାଙ୍କୁ ଟ୍ରେନିଂ ସମୟରେ କୈାଣସି ପ୍ରକାର ଅସୁବିଧାକୁ ସାମ୍ନା କରିବାକୁ ପଡି ନଥାଏ।

ନୋରା ଫତେହୀଙ୍କୁ ଶେଷ ଥର ବଡ଼ ପରଦାର ‘ଷ୍ଟ୍ରୀଟ ଡ୍ୟାନ୍ସର 3ଡୀ’ ରେ ଦେଖିବାକୁ ମିଳିଥିଲା।ରେମୋ ଡିସୁଜାଙ୍କ ନିର୍ଦେଶନାରେ ନିର୍ମିତ ଏହି ସିନେମାରେ ବରୁଣ ଧବନ ଏବଂ ଶ୍ରଦ୍ଧା କପୂର ମୁଖ୍ୟ ଚରିତ୍ରରେ ଥିଲେ।ନୋରା କେବଳ ଏହି ସିନେମାରେ ଅଭିନେତ୍ରୀ ଭାବେ କାମ କରି ନଥିଲେ, ବରଂ ସିନେମାର ଗୀତ ‘ଗର୍ମୀ’ରେ ଜବରଦସ୍ତ ଡ୍ୟାନ୍ସ ମୁଭ ମଧ୍ୟ ଦେଖାଇ ଥିଲେ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସାଙ୍ଗ ସାଥୀଙ୍କ ସହ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ୱାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *