ଏହି ଚାରୋଟି ଖାଦ୍ୟ ଖାଇବା ପରେ ତୁରନ୍ତ ପାଣି ପିଅନ୍ତୁ ନାହିଁ। ନଚେତ ଭୟଙ୍କର କ୍ଷତି ସହିବାକୁ ପଡିବ

ଶରୀରକୁ ସୁସ୍ଥ ରଖିବା ପାଇଁ ଖାଦ୍ୟର ନିତ୍ୟାନ୍ତ ଆବଶ୍ୟକ ଅଟେ। ଖାଦ୍ୟ ଖାଇବା ଦ୍ୱାରା ଶରୀର ଶକ୍ତିଶାଳୀ ହୋଇଥାଏ ଯାହା ଆମକୁ ରୋଗ ସହିତ ଲ-ଢ଼ି-ବା ପାଇଁ ଶକ୍ତି ଦେଇଥାଏ। ଖାଦ୍ୟ ଖାଇବା ସହ ପାଣିର ମଧ୍ୟ ଆବଶ୍ୟକ ରହିଛି କାରଣ ପାଣି ଆମ ଶରୀରକୁ ହାଇଡ୍ରେଟ କରେ ଏବଂ ସାଙ୍ଗରେ ଶରୀରରୁ ବିଶେଷ ଉପାଦାନ ବାହାର କରେଇବାରେ ସାହାଯ୍ୟ କରିଥାଏ। ଡାକ୍ତର ଦିନକୁ ୮ ଗିଲାସ ପାଣି ପିଇବା ପାଇଁ ଉପଦେଶ ଦେଇଥାନ୍ତି। କିନ୍ତୁ ଆପଣ ଜାଣିଛନ୍ତି କି କିଛି ଖାଦ୍ୟ ଅଛି ଯାହାକୁ ସେବନ କରିବା ପରେ ଆମେ ତୁରନ୍ତ ପାଣି ପିଇବା ଅନୁଚିତ। ନଚେତ ଏହା ତୁମ ଶରୀରକୁ କ୍ଷତି ପହଞ୍ଚାଇ ଥାଏ।

ଫଳ:-

ଫଳ ଖାଇବା ଆମ ଶରୀର ପାଇଁ ଲାଭ ଦାୟକ ହୋଇଥାଏ। ଏଥିସହ ଭିନ୍ନ ଭିନ୍ନ ଫଳ ଖାଇବା ଦ୍ଵାରା ଆମ ଶରୀରର କୁ ପ୍ରୋଟିନ ଦେଇଥାଏ। କିନ୍ତୁ ଆମେ ଫଳ ସେବନ କରିବା ପରେ ହିଁ ସଙ୍ଗେ ସଙ୍ଗେ ପାଣି ପିଇବା ଅଭ୍ୟାସକୁ ଏଡେଇବାକୁ ପଡିବ। କାରଣ ଫଳରେ ହିଁ ପ୍ରଥମରୁ ୯୦ ପ୍ରତିଶତ ପାଣି ରହିଥାଏ। ଯଦି ଆପଣ ଫଳ ଖାଇବା ପରେ ପାଣି ପିଇଅନ୍ତି ତେବେ କାଶ, ତଣ୍ଟି ଖରାପ ହେବା ଏବଂ ପେଟ ଖରାପ ହେବା ଆଦି ସମସ୍ୟା ଦେଖା ଯାଇଥାଏ।

ଚିନାବାଦାମ:-

ଗରମ ହେଉ ଅବା ଶୀତ ଲୋକ ମାନଙ୍କୁ ଚିନାବାଦାମ ଖାଇବା ସର୍ବଦା ଭଲ ଲାଗିଥାଏ। ଯଦି ଆପଣ ଚିନାବାଦାମ ଖାଇବା ପରେ ହିଁ ତୁରନ୍ତ ପାଣି ପିଉଛନ୍ତି ତେବେ ତୁମକୁ ଏପରି କରିବାରୁ ନିଜକୁ ରକ୍ଷା କରିବା ଦରକାର। ନଚେତ କାଶ ହେବା, ଶରୀର କୁଣ୍ଡେଇ ହେବା ଏବଂ ତଣ୍ଟି ଖରାପ ହେବା ଆଦି ସମସ୍ୟା ଉପୁଜି ଥାଏ।

ଆଇସିକ୍ରିମ:-

ଆଇସିକ୍ରିମ ସମସ୍ତଙ୍କର ପସନ୍ଦ ହୋଇଥାଏ। କିନ୍ତୁ ଅଧିକାଂଶ ଲୋକମାନେ ଏହାକୁ ସେବନ କରିବା ପରେ ତୁରନ୍ତ ପାଣି ପିଅନ୍ତି। କିନ୍ତୁ ସେମାନେ ଏହା ଅବଗତ ନାହାଁନ୍ତି ଯେ ଆଇସିକ୍ରିମ ପରେ ପାଣି ପିଇବା ଦ୍ୱାରା ଥଣ୍ଡା ଗରମ ହୋଇଥାଏ ଏବଂ ଆପଣଙ୍କୁ ଏସିଡିଟି, କାଶ, ଥଣ୍ଡା ଭଳି ଆସୁବିଧା ସାମ୍ନା କରିବାକୁ ପଡି ପାରେ।

ଚଣା:-

ଲୋକମାନେ ଅନେକ ଉପାୟରେ ଚଣା ସେବନ କରନ୍ତି। କିଛି ଲୋକ ଏହାକୁ ପାଣିରେ ସିଝାଇ ଖାଆନ୍ତି ତ ଆଉ କିଛି ଲୋକ ଚାଟ ପ୍ରସ୍ତୁତ କରି ଏହାକୁ ସେବନ କରନ୍ତି। ଯଦି ଆପଣ ଏହାକୁ ସେବନ କରୁଛନ୍ତି ତେବେ ତୁରନ୍ତ ହିଁ ପାଣି ପିଇଅନ୍ତୁ ନାହିଁ। କାରଣ ଚଣା ହଜମ ହେବା ପାଇଁ ଶକ୍ତିର ଆବଶ୍ୟକ ହୋଇଥାଏ, ଯଦି ଆମେ ପାଣି ପିଉଛେ ତେବେ ଏହା ହଜମ ଠିକ ଭାବେ ହୋଇ ପାରିବ ନାହିଁ। ପାଚନ କ୍ରିୟା ସମ୍ବଧିୟ ସମସ୍ୟା ଉପୁଜି ଥାଏ।

Leave a Reply

Your email address will not be published. Required fields are marked *