କଣ ଆପଣ ଧନତେରସ ଏବଂ ଦୀପାବଳୀ ଅବସରରେ ଅଳଙ୍କାର କିଣୁଛନ୍ତି କି ? କିଣିବା ପୂର୍ବରୁ ଜାଣି ନିଅନ୍ତୁ କିଛି ଟିପ୍ସ

ଧନତେରାସ ଏବଂ ଦୀପାବଳି ଅବସରରେ ସୁନା ଗହଣାର କିଣିବା ହାର ବୃଦ୍ଧି ପାଇଯାଏ | ଲୋକମାନେ ଏହି ପୂଜା ଅବସରକୁ ଶୁଭ ବୋଲି ଭାବି ସୁନା ଅଳଙ୍କାର କିଣିଥାନ୍ତି | କିନ୍ତୁ ଗହଣା କିଣିବାରେ କିଛି ସାବଧାନତା ଅବଲମ୍ବନ କରିବା ମଧ୍ୟ ଜରୁରୀ ହୋଇଥାଏ | ଗହଣା କିଣିବା ପୂର୍ବରୁ ଏହି ଟିପ୍ସ ଆପଣଙ୍କ ପାଇଁ ବହୁତ କାମରେ ଆସିବ-

ହଲମାର୍କ ଦେଖି କିଣିଥିବା ଗହଣା:

Bureau of Indian Standards’ New Campaign Emphasises Hallmarking in Guaranteeing Gold Purity

ହଲମାର୍କ ଗହଣା ସୁନାର ଶୁଦ୍ଧତାର ଚିହ୍ନ ଅଟେ | ଭିନ୍ନ ଭିନ୍ନ କ୍ୟାରେଟ ସୁନାର ଗହଣାରେ ସୁନାର ମାତ୍ରା ମଧ୍ୟ ଭିନ୍ନ ଭିନ୍ନ ରହିଥାଏ | ୨୨ କ୍ୟାରେଟ ସୁନା ଅଳଙ୍କାରରେ ୯୧.୬ ପ୍ରତିଶତ ସୁନା ରହିଥାଏ ଆଉ ବଳକା ଏଥିରେ BIS (ବ୍ୟୁରୋ ଅଫ ଷ୍ଟାଣ୍ଡାର୍ଡ- ଯିଏ ହଲମାର୍କ ଦେଇଥାଏ) ନମ୍ବର ୯୧୬ ରହିଥାଏ | ସେହିପରି ୨୩ କ୍ୟାରେଟ ସୁନା ଗହଣାର ସୁନାର ମାତ୍ରା ୯୫.୮ ପ୍ରତିଶତ ରହିଥାଏ ଅର୍ଥାତ ଏହାର ନମ୍ବର ୯୫୮ ରହିଥାଏ | ଏହି ନମ୍ବର ଅଳଙ୍କାର ଉପରେ ଲେଖା ରହିଥାଏ |

ମେକିଙ୍ଗ ଚାର୍ଜ:

ମେକିଙ୍ଗ ଚାର୍ଜ ଅଳଙ୍କାର ସହିତ ଯୋଡି ରହିଥାଏ | ମେକିଙ୍ଗ ଚାର୍ଜ ସୁନା ଦ୍ୱାରା ହିସାବରେ ଯୋଡ଼ାଯାଏ | ଏଥିପାଇଁ ଆପଣ ସୁନା ଅଳଙ୍କାର କିଣିବା ସମୟରେ ନିର୍ଦ୍ଧାରିତ ଚାର୍ଜ ଉପରେ ଜୋର ଦିଅନ୍ତୁ | ଏହାଦ୍ୱାରା ଆପଣଙ୍କୁ ଗହଣାର କମ ଦାମ ଦେବାକୁ ପଡିଥାଏ |

ମ୍ୟାନ ମେଡ ବନାମ ମେସିନ ମେଡ:

ସାଧାରଣ ବ୍ୟବହାର ପାଇଁ ଗହଣା ମେସିନ ଦ୍ୱାରା ତିଆରି କରାଯାଇଥାଏ | ମାତ୍ର କିଛି ଅଳଙ୍କାର କାରିଗରଙ୍କର ପକ୍ଷରୁ ହାତରେ ତିଆରି କରାଯାଇଥାଏ | ମେସିନରେ ତିଆରୀ କରାଯାଇଥିବା ଗହଣା ତୁଳନାରେ କମ ହୋଇଥାଏ | ତେବେ ଏହା ସୁନିଶ୍ଚିତ କରି ନିଅନ୍ତୁ ଯେ ଅଳଙ୍କାର ହାତରେ ତିଆରୀ ହୋଇଛି ନା ମେସିନରେ ତିଆରୀ ହୋଇଛି | ଗହଣା ଦୋକାନୀ ସହିତ ଏହି ସମ୍ବନ୍ଧରେ କଥା ହୋଇ ଆପଣ ଏହା ଜାଣି ପାରିବେ | ଏହାଦ୍ୱାରା ଗହଣା କିଣିବାରେ କିଛି ସଞ୍ଚୟ କରାଯାଇ ପାରିବ |

ଓଜନ ପ୍ରତି ଧ୍ୟାନ ଦିଅନ୍ତୁ:

କିଛି ଗହଣା ଦୋକାନୀ ଷ୍ଟୋନ ଏବଂ ଗହଣାରେ ଲାଗିଥିବା ଅନ୍ୟ ଜିନିଷ ମଧ୍ୟ ଏଠି ସହିତ ଓଜନ କରିଦେଇଥାନ୍ତି | ଏହାଦ୍ୱାରା ଗହଣା ଭାରି ହୋଇଯାଇଥାଏ | ସୁନା ଗହଣା ପିନ୍ଧିବା ସମୟରେ ସବୁବେଳେ ଷ୍ଟୋନ କିମ୍ବା ଦାମୀ ପଥରକୁ ବାହାର କରି ଓଜନ କରନ୍ତୁ | ଗହଣା କିଣିବା ସମୟରେ ଏଥିପ୍ରତି ମଧ୍ୟ ବିଶେଷ ଧ୍ୟାନ ଦିଅନ୍ତୁ |

ବଡ ଏବଂ ବ୍ରାଣ୍ଡେଡ ଷ୍ଟୋରରୁ କିଣନ୍ତୁ ଗହଣା:

ଗହଣା ସବୁବେଳେ ପ୍ରତିଷ୍ଠିତ କିମ୍ବା ବ୍ରାଣ୍ଡେଡ ଷ୍ଟୋରରୁ ହିଁ କିଣନ୍ତୁ | ଛୋଟ ଛୋଟ ଗହଣା ଦୋକାନରୁ ସୁନା କିଣିବା ବହୁତ ରିସ୍କ ହୋଇପାରେ | ଏହି ଛୋଟ ଷ୍ଟୋର ଗୁଡିକରେ ଶୁଦ୍ଧ ସୁନା ହୁଏତ ମିଳି ନପାରେ | ଏଥିପାଇଁ ସବୁବେଳେ ବିଶ୍ୱାସଯୋଗ୍ୟ ଏବଂ ବଡ ବ୍ରାଣ୍ଡେଡ ଷ୍ଟୋରରୁ ହିଁ ସୁନା ଗହଣା କିଣିବାକୁ ପ୍ରାଥମିକତା ଦିଅନ୍ତୁ | ଏଠାକାର ସପିଙ୍ଗ ଉପରେ ଗ୍ୟାରେଣ୍ଟି ମିଳିଥାଏ |

Leave a Reply

Your email address will not be published. Required fields are marked *