ଆପଣ ବି ଚା ପିଉଛନ୍ତି କି ? କ୍ୟାନସର ର କାରଣ ହୋଇପାରେ , ନିଶ୍ଚିତ ଭାବରେ ଜାଣି ରଖନ୍ତୁ :-

ଆମ ଦେଶ କଥା କହିବାକୁ ଗଲେ ପ୍ରାୟତଃ ୮୦ ପ୍ରତିଶତ ଲୋକ ଚା ପିଇଥାନ୍ତି । ସେଥିମଧ୍ୟରୁ କିଛି ପ୍ରତିଶତ ଲୋକଙ୍କ ପାଇଁ ଚା ଏକ ସାଧାରଣ ପାନୀୟ ଅର୍ଥାତ ପାଣି ଭଳି ବ୍ୟବହାର କରିଥାନ୍ତି । କିଛି ଲୋକ ଦିନରେ ୮ ରୁ ୧୦ ଥର ଚା ପିଇଥାନ୍ତି । ଭାରତରେ ବ୍ୟତୀତ ଚୀନ ରେ ମଧ୍ୟ ଅଧିକାଂଶ ଲୋକ ଚା ପ୍ରିୟ । ସବୁ ଦେଶ ତୁଳନାରେ କହିବାକୁ ଗଲେ ଚା ପିଇବା କୁ ନେଇ ସମଗ୍ର ପୃଥିବୀରେ ଭାରତ ଦ୍ୱିତୀୟ ରେ ରହିଛି ।

ତେବେ ଏହାତ ଗଲା ଲୋକଙ୍କ ଚା ପ୍ରତି ଥିବା ପସନ୍ଦ କଥା । କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଯେ କିପରି ଭାବରେ ଏହି ଚା ମାରାତ୍ମକ ରୋଗର କାରଣ ହୋଇଥାଏ । ଏହାତ ଆପଣ ମାନେ ଜାଣିଥିବେ ଯେ ଚା ଭଲ କି ନାହିଁ ତାହା କେଉଁଥିରୁ ଜଣା ପଡ଼ିଥାଏ ? ତାହା ସାଧରଣ ଭାବରେ ଚା ପତ୍ରର ଶୁଦ୍ଧତା ଏବଂ ରଙ୍ଗ ରୁ ହିଁ ଜଣା ପଡ଼ିଥାଏ । କିନ୍ତୁ ଆଜିକାଲି ଖରାପ ଚା ପତ୍ରକୁ ବି ବିଭିନ୍ନ କେମିକାଲ ଏବଂ ରଙ୍ଗ ଦେଇ ଚାଲାଣ କରାଯାଉଛି ଯାହାଦ୍ୱାରା ଏହା ଶରୀର ପାଇଁ ନିଶ୍ଚିତ ଭାବରେ କ୍ଷତିକାରକ ଅଟେ ।

ଏହାବ୍ୟତୀତ ଅପମିଶ୍ରିତ କ୍ଷୀର ମଧ୍ୟ ରୋଗ ର କାରଣ ହୋଇଥାଏ । ଲୋକେ ଅପମିଶ୍ରିତ କ୍ଷୀର ରେ ଚା ପ୍ରସ୍ତୁତ କରି ପିଉଛନ୍ତି ଯାହା ମାରାତ୍ମକ ରୋଗର କାରଣ ହେବ । କିନ୍ତୁ ଏବେ ସମୟ ଅନୁସାରେ ଅପମିଶ୍ରିତ କ୍ଷୀର ସହିତ ଅପମିଶ୍ରିତ ଚା କାରଣରୁ ରୋଗ ହେଉଛି ଯାହାକୁ ଚା ନିଗମ ସତର୍କ କରିଛି । ଅନେକ ପ୍ରକାରର ସିନଥେଟିକ ରଙ୍ଗ ଏବଂ ଭିନ୍ନ ଭିନ୍ନ କେମିକାଲ କାରଣରୁ ଲୋକଙ୍କ ଜୀବନ ଉପରେ ଅଧିକ ବିପଦ ରହିଛି । ଚା ପତ୍ରକୁ ବଜାରକୁ ଛଡ଼ାଯିବା ପୂର୍ବରୁ ଏହାକୁ ୩୪ ପ୍ରକାରର ପରୀକ୍ଷଣ ପାସ କରିବାକୁ ପଡ଼ିଥାଏ ।

ସାଧରଣତଃ ଯେଉଁ ଲୋକ ମାନେ ଅଧିକ ଚା ପିଉଛନ୍ତି ସେହି କାରଣରୁ ତାଙ୍କର ଲିଭର ଏବଂ କିଡନୀ ଅକାମି ହେବାର ସମ୍ଭାବନା ଥାଏ ଏବଂ ଅଧିକ ଚା ପିଇବା କାରଣରୁ କ୍ୟାନସର ହେବାର ମଧ୍ୟ ସମ୍ଭାବନା ଥାଏ । ତେଣୁ ବେଳ ଥାଉ ଥାଉ ଲୋକେ ଚା ପିଇବା ପ୍ରତି ସାବଧାନତା ଅବଲମ୍ବନ କରିବା ଉଚିତ ।

Leave a Reply

Your email address will not be published. Required fields are marked *