ସଲମାନ ଖାନଙ୍କ ‘ସିଟି ମାର’ ଗୀତରେ ଡାକ୍ତର କଲେ ଜୋରଦାର ଡ୍ୟାନ୍ସ, ଦିଶା ପଟାନୀ ଦେଲେ ହୃଦୟ ଜିତିବା ଭଳି ପ୍ରତିକ୍ରିୟା

ଡାକ୍ତରଙ୍କ ଏହି ଡ୍ୟାନ୍ସ ଭିଡିଓକୁ ନିଜେ ଦିଶା ପଟାନୀଙ୍କ ଜଣେ ଫ୍ୟାନ କ୍ଲବ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି ଡାକ୍ତର ଗୋଟିଏ ଡାକ୍ତରଖାନାର କରିଡରରେ ‘ସିଟିମାର’ ଗୀତରେ ଜୋରଦାର ଡ୍ୟାନ୍ସ କରିଛନ୍ତି।

କୋରୋନା ଭାଇରସ(Coronavirus) ଭାରତରେ ହାହା-କାର ଖେଳାଇ ଦେଇଛି। ଗୋଟିଏ ପାଶ୍ୱର୍ରେ ଯେଉଁଠାରେ ପ୍ରତିଦିନ ହୃଦୟ ଭାଙ୍ଗିଯିବା ଭଳି ଫଟୋ ଏବଂ ଭିଡିଓ ଭାଇରାଲ ହେଉଛି। ସେଠାରେ ଏହି ଖରାପ ସମୟରେ କିଛି ଏମିତି ଭିଡିଓ ମଧ୍ୟ ମୁଖ୍ୟ ଖବର ପାଲଟିଛି। ଯାହାକୁ ଦେଖିବା ପରେ ଲୋକମାନଙ୍କୁ ସାହାସ ନିଶ୍ଚିତ ମିଳିଛି। ଏହା ମଧ୍ୟରେ ଗୋଟିଏ ଏମିତି ଭିଡିଓ ସାମ୍ନାକୁ ଆସିଛି, ଯାହା ପ୍ରତ୍ୟେକ ବ୍ୟକ୍ତିଙ୍କ ମୁହଁରେ ହସ ଖେଳେଇ ଦେବ। ଏହି ଭିଡିଓ ଡାକ୍ତରଙ୍କର ଅଟେ। ଯେଉଁଥିରେ ସେ ସଲମାନ ଖାନଙ୍କ ସିନେମା ରାଧେର ‘ସିଟି ମାର ଗୀତରେ ଡ୍ୟାନ୍ସ କରୁଥିବାର ଦେଖାଯାଇଛି।

ଡାକ୍ତରଙ୍କ ଏହି ଡ୍ୟାନ୍ସ ଭିଡିଓକୁ ନିଜେ ଦିଶା ପଟାନୀଙ୍କ ଜଣେ ଫ୍ୟାନ କ୍ଲବ ଇନଷ୍ଟାଗ୍ରାମରେ ସେୟାର କରିଥିଲେ। ଭାଇରାଲ ଭିଡିଓରେ ସ୍ପଷ୍ଟ ଦେଖାଯାଉଛି କି ଡାକ୍ତର ଗୋଟିଏ ଡାକ୍ତରଖାନାର କରିଡରରେ ‘ସିଟିମାର’ ଗୀତରେ ଜୋରଦାର ଡ୍ୟାନ୍ସ କରିଛନ୍ତି।ଡ୍ୟାନ୍ସ କରୁଥିବା ସବୁ ଡାକ୍ତର ମାସ୍କ ପିନ୍ଧି ସିଟି ମାର ଗୀତରେ ପୂରା ଜୋଶ ସହିତ ଝୁମିଛନ୍ତି। ବର୍ତମାନ ଏହି ଭିଡିଓ ଇଣ୍ଟରନେଟ ଦୁନିଆରେ ଧୁମ ନଚାଉଛି। ଏହି ଭିଡିଓ ଲୋକମାନଙ୍କୁ ବହୁତ ପସନ୍ଦ ଆସୁଛି।

 

View this post on Instagram

 

A post shared by Team Disha (@teamdishap)

ଦିଶା ପଟାନୀ ନିଜ ଇନଷ୍ଟାଗ୍ରାମ ଷ୍ଟୋରିରେ ଭିଡିଓ ସେୟାର କରିଛନ୍ତି ଏବଂ କହିଛନ୍ତି, “ବାଃ! ଆମ ଅସଲି ହିରୋ। ଏହି ଭିଡିଓକୁ ସୋସିଆଲ ମିଡିଆରେ ବହୁ ମାତ୍ରାରେ ସେୟାର କରାଯାଉଛି। ଅନେକ ଲୋକ ନିଜ ପ୍ରତିକ୍ରିୟା ମଧ୍ୟ ବ୍ୟକ୍ତ କରିଛନ୍ତି। ଜଣେ ୟୁଜର ଲେଖିଛନ୍ତି, “ଡାକ୍ତରଙ୍କ ଏହି ଡ୍ୟାନ୍ସ ସତରେ ବହୁତ ସୁନ୍ଦର ଅଟେ।”ସେଠାରେ ଅନ୍ୟ ଜଣେ ୟୁଜର ଲେଖିଛନ୍ତି, “ଏମିତି କଠିନ ସମୟରେ ଏହି ଭିଡିଓ ବହୁତ ସୁନ୍ଦର ଅଟେ।” ଯେତେବେଳେ କି ଜଣେ ଅନ୍ୟ ବ୍ୟକ୍ତି ଡାକ୍ତରଙ୍କ ପ୍ରଶଂସା କରିବା ସମୟରେ କହିଥିଲେ, “ଏମାନଙ୍କ ଚିନ୍ତା ଧାରାକୁ ହୃଦୟରୁ ସଲାମ ଅଟେ।”

ଏହି ଭିଡିଓ ବହୁତ ଜୋରରେ ସୋସିଆଲ ମିଡିଆରେ ଭାଇରାଲ ହୋଇ ଯାଇଛି ଏବଂ ଅନେକ ୟୁଜର କମେଣ୍ଟ ସେକସନରେ ଦିଲ କରି ନିଜ ପ୍ରେମକୁ ମଧ୍ୟ ଜାହିର କରିଛନ୍ତି।’ସିଟି ମାର’ ରେ ସଲମାନ ଖାନ ଏବଂ ୟୁଲିୟା ବନ୍ତୁର ନିଜ ସ୍ବର ଦେଇଛନ୍ତି। ଏହି ଗୀତକୁ ରକଷ୍ଟାର ଡୀଏସପୀ(ଦେବୀ ଶ୍ରୀ ପ୍ରସାଦ) କମ୍ପୋଜ କରିଥିଲେ। କୋରୋନା ମହାମାରୀ ସମୟରେ ଡାକ୍ତର ନିଜର ଅଧିକରୁ ଅଧିକ ସମୟ ରୋଗୀମାନଙ୍କ ଦେଖାଶୁଣା କରିବାରେ ଲଗାଉଛନ୍ତି। ଏଥିପାଇଁ ଏହି ଭିଡିଓ ଲୋକମାନଙ୍କ ମଧ୍ୟରେ ଚର୍ଚ୍ଚାର ବିଷୟ ପାଲଟି ଯାଇଛି। ଏହି ଭିଡିଓ ଡାକ୍ତରଖାନା ଭିତରେ ହିଁ ପ୍ରସ୍ତୁତ କରାଯାଇଛି।

Leave a Reply

Your email address will not be published. Required fields are marked *