ଶାହରୁଖ ଖାନ ବଙ୍ଗଳାରେ ଗୋଟିଏ ଦିନ ରହିବା ପାଇଁ ଚାହୁଁଛନ୍ତି କି ? ଏ ସୁଯୋଗ ଆପଣଙ୍କର ବି ହୋଇପାରେ

ଶାହରୁଖ ଖାନ ଏବଂ ଗୌରୀ ଖାନ ତାଙ୍କର ଦିଲ୍ଲୀରେ ଥିବା ଘରକୁ ବହୁତ ପସନ୍ଦ କରନ୍ତି ଏବଂ ଏଥିପାଇଁ ଏହି ଯୋଡି ତାଙ୍କ ଘରକୁ ଫ୍ୟାନ୍ସ ଙ୍କ ସାଥିରେ ଶେୟାର କରିବା ପାଇଁ ନିଷ୍ପତ୍ତି ନେଇଛନ୍ତି। ଶାହରୁଖ-ଗୌରୀ ନିଜର ଘରକୁ Airbnbଙ୍କ ସାଥିରେ ପାର୍ଟନରଶିପ କରି ଫ୍ୟାନ୍ସ ଙ୍କୁ ଏଥିରେ ରହିବାପାଇଁ ସୁଯୋଗ ଦେଇଛନ୍ତି।

ଆରେ ନାହିଁ ଆମେ ମଜାକ୍ କରୁନାହୁଁ । ଶାହରୁଖ ଖାନ୍ ସତରେ ତାଙ୍କର ପଞ୍ଚଶୀଳ ସ୍ଥିତଘରେ ନିଜର ଫ୍ୟାନ୍ସକୁ ରହିବା ପାଇଁ ସୁଯୋଗ ଦେଇଛନ୍ତି। Airbnbଙ୍କୁ #HomewithOpenarmsଙ୍କ ସାଥିରେ ଫ୍ୟାନ୍ସଙ୍କୁ ଏକ ରାତ୍ରି ତାଙ୍କ ଦିଲ୍ଲୀରେ ଥିବା ଘରେ ବିତେଇବା ପାଇଁ ସୁଯୋଗ ଦେଇଛନ୍ତି।

ଏହି ଜୀବନରେ ଗୋଟେଥର ଆସିଥିବା ସୁଯୋଗ ପାଇବା ପାଇଁ ଆପଣଙ୍କୁ ଏକ କନେଷ୍ଟେ୍ ଭାବେ ଯୋଗ୍ୟ ହେବାକୁ ପଡିବ। ଜିତିବା ପାଇଁ ହେଲେ ଆପଣଙ୍କୁ ଏକ ସାଥି ସହିତ ୧୩ ଫେବୃଆରୀ ୨୦୨୧ କୁ ସାଉଥ୍ ଦିଲ୍ଲୀର ପଞ୍ଚଶୀଳ ପାର୍କସ୍ଥିତ ଏହି ଘରେ ଏକ ରାତ୍ରି ରହିବାର ସୁଯୋଗ ମିଳିବ।

ଶାହରୁଖଙ୍କ ଘରେ ଏକ ରାତ୍ରି ବିତାଇବା ପାଇଁ ହେଲେ ଆପଣଙ୍କୁ ଏକ କନେଷ୍ଟେ୍ ରେ ଯୋଗ୍ୟ ହେବାକୁ ପଡିବ। ଏଥିପାଇଁ ଆପଣଙ୍କୁ ଏକ ଦରଖାସ୍ତ ଫର୍ମ ଭରିବାକୁ ହେବ। ଫର୍ମରେ ଆପଣଙ୍କୁ କହିବାକୁ ପଡ଼ିବକି Open Arm Welcome ଆପଣଙ୍କ ହିସାବରେ କଣ ହୋଇଥାଏ। ଏହି କଥା ଶାହରୁଖ ଖାନଙ୍କୁ ଆଇକୋନିକ୍ ଓପନ୍ ଆର୍ମ ପୋଜ୍ କୁ ଧ୍ୟାନରେ ରଖିକି ପଚରା ଯାଇଥିଲା।

ଜଣାଯାଉଛିକି ଶାହରୁଖ ଖାନ ନିଜେ ଏଇ ସୁଯୋଗର ଘୋଷଣା ଇନଷ୍ଟାଗ୍ରାମରେ କରିଥିଲେ। ସେ କହିଥିଲେ କି ତାଙ୍କ ପତ୍ନୀ ଗୌରୀ ଖାନ ନିଜେ ତାଙ୍କର ଦିଲ୍ଲୀରେ ଥିବା ଘରର ସାଜସଜ୍ଜ୍ଯା କରିଥିଲେ ଏବଂ ଏବେ ଲୋକମାନଙ୍କୁ ଏହି ଘରେ ରହିବାର ମୌକା ଦେଇଛନ୍ତି।

 

View this post on Instagram

 

A post shared by Shah Rukh Khan (@iamsrk)

ଗୌରୀ ଖାନଙ୍କ କଥା କହିବା ତ ସେ ବହୁତ ଭଲ ଡିଜାଇନର ଅଟନ୍ତି। ସେ ଆଜି ପର୍ଯ୍ୟନ୍ତ ଯେକୌଣସି ଘରକୁ ନିଜର କାମ ଅନୁସାରେ ଖୁବ ସୁନ୍ଦର କରିଛନ୍ତି। ଷ୍ଟାର୍ ଭଳି ଶାହିଦ କପୁର ଏବଂ ମୀରା କପୁର ସହିତ ଅନ୍ୟମାନେ ନିଜର ଘରକୁ ଗୌରୀଙ୍କ ଦ୍ଵାରା ଡିଜାଇନ କରିଛନ୍ତି। ଏବେ ସେ ନିଜର ଏବଂ ଦିଲ୍ଲୀରେ ଥିବା ଘରକୁ ଏକ ନୂଆ ରୂପ ଦେଇଛନ୍ତି।

ନିଜ ହାତରେ ଏହି ଘରକୁ ସଜାଇ ଥିବା ଗୌରୀ ଖାନଙ୍କ ପତି ଶାହରୁଖ ଖାନଙ୍କ ସହ ଛୁଆଙ୍କ ଫଟୋକୁ ଘରେ ଲଗାଇଛନ୍ତି। ଏତିକି ନୁହେଁ ଶାହରୁଖ ଏବଂ ଗୌରୀ ଖାନଙ୍କୁ ଏ ପର୍ଯ୍ୟନ୍ତ ସବୁ ଆନ୍ତର୍ଜାତିୟ ଟ୍ରିପ୍ ସହ ଯୋଡା ସ୍ମୃତି ବି ଏହି ଘରେ ଦେଖିବାକୁ ମିଳିବ । ଏହି ଘରର ଫୋଟ ଶୋଶିଆଲ ମିଡ଼ିଆରେ ଭାଇରାଲ୍ ହେଉଅଛି।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *