ଚାକିରୀ ପାଇଁ ଚିନ୍ତା କରନ୍ତୁନାହିଁ ! ଏହି ବ୍ୟବସାୟକୁ ଆରମ୍ଭ କରି ମାସକୁ 40000 ପର୍ଯ୍ୟନ୍ତ ରୋଜଗାର କରିପାରିବେ, ଶୀଘ୍ର ଆବେଦନ କରନ୍ତୁ :-

କରୋନା ଭାଇରସ ସଂକ୍ରମଣ ସମୟରେ ସାଧାରଣ ଲୋକମାନଙ୍କ ଠାରୁ ଆରମ୍ଭ କରି ବ୍ୟବସାୟ ଜଗତ ପର୍ଯ୍ୟନ୍ତ ଏକ ବଡ଼ ଅର୍ଥନୈତିକ କ୍ଷତି ଘଟିଛି। ଖର୍ଚ୍ଚ ଚଲାଇବା ପାଇଁ ଲୋକମାନେ ଅର୍ଥ ଅଭାବର ସମ୍ମୁଖୀନ ହେଉଛନ୍ତି। କେନ୍ଦ୍ର ଏବଂ ରାଜ୍ୟ ସରକାର ଲୋକମାନଙ୍କ ସାହାଯ୍ୟ ପାଇଁ ହାତ ବଢ଼ାଇଛି, କିନ୍ତୁ କାମ ନମିଳିବାରୁ ଅସୁବିଧା ଆହୁରି ବଢିବାକୁ ଲାଗୁଛି ।

ଯଦି ଆପଣ କୌଣସି ଛୋଟ ବ୍ୟବସାୟ ଆରମ୍ଭ କରିବାକୁ ଚାହୁଁଛନ୍ତି ତେବେ ଏହା ଆପଣଙ୍କ ପାଇଁ ବଡ଼ କାର୍ଯ୍ୟକାରୀ ଅଟେ । ବ୍ୟବସାୟ ଏପରି ଯେ ଆପଣଙ୍କୁ ଅଧିକ ଟଙ୍କା ବିନିଯୋଗ କରିବାକୁ ପଡ଼ିନାହିଁ କିନ୍ତୁ ଆପଣ ଅଧିକ ଟଙ୍କା ରୋଜଗାର କରିପାରିବେ।

ଆମ୍ଭେ ବିସ୍କୁଟ କଥା କହୁଛୁ ଯାହାର ସର୍ବଦା ଚାହିଦା ରହୁଛି । ଲକଡାଉନ ସମୟରେ ଯେତେବେଳେ ସବୁ ଶିଳ୍ପ ଖରାପ ପ୍ରଭାବିତ ହୋଇଥିବା ବେଳେ parle-G ବିସ୍କୁଟ ଏତେ ମାତ୍ରାରେ ବିକ୍ରି ହୋଇଥିଲା ଯେ ଗତ 82 ବର୍ଷର ରେକର୍ଡ ଭାଙ୍ଗିଥିଲା । ଏହି ସମୟରେ ବେକେରୀ ଉତ୍ପାଦ ତିଆରି ୟୁନିଟ ସ୍ଥାପନ କରିବା ଏକ ଉତ୍ତମ ବିକଳ୍ପ ହୋଇପାରେ।

ଯଦି ଆପଣ ବେକେରୀ indrustry ଖୋଲିବାକୁ ଚାହୁଁଛନ୍ତି ତେବେ ଏଥିପାଇଁ ମୋଦି ସରକାର ମଧ୍ୟ ସହାୟତା କରୁଛନ୍ତି। ମୁଦ୍ରା ସ୍କିମ ଅନୁସାରେ ବ୍ୟବସାୟ ଆରମ୍ଭ କରିବାପାଇଁ ଆପଣଙ୍କୁ କେବଳ 1 ଲକ୍ଷ ଟଙ୍କା ବିନିଯୋଗ କରିବାକୁ ପଡିବ।

ମୋଟ ଖର୍ଚ୍ଚର 80 ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ସରକାର ପ୍ରଦାନ କରିବେ । ଏଥିପାଇଁ ସରକାର ନିଜେ ଏକ ପ୍ରୋଜେକ୍ଟ ରିପୋର୍ଟ ପ୍ରସ୍ତୁତ କରିଛି । ଏହି ବ୍ୟବସାୟରେ ଆପଣ ମାସକୁ 40000 ରୁ ଅଧିକ ରୋଜଗାର କରିପାରିବେ ।

ବ୍ୟବସାୟରେ ଏତିକି ଟଙ୍କା ଖର୍ଚ୍ଚ ହେବ :

ପ୍ରୋଜେକ୍ଟ ସ୍ଥାପନ ପାଇଁ ମୋଟ ଖର୍ଚ୍ଚ : 5.36 ଲକ୍ଷ ଟଙ୍କା ଏଥିରେ ଆପଣଙ୍କୁ ନିଜ ତରଫରୁ 1 ଲକ୍ଷ ଟଙ୍କା ଲଗାଇବାକୁ ହେବ। ଯଦି ମୁଦ୍ରା ସ୍କିମ ଅନୁସାରେ ଆପଣଙ୍କ ସିଲେକ୍ସନ ହୋଇଥାଆନ୍ତା ତେବେ ବ୍ୟାଙ୍କର ଟର୍ମ ଲୋନ 2.87 ଲକ୍ଷ ଏବଂ working କ୍ୟାପିଟାଲ ଲୋନ 1.49 ଲକ୍ଷ ଟଙ୍କା ମିଳିଯିବ।

ପ୍ରୋଜେକ୍ଟ ଅନୁସାରେ ଆପଣଙ୍କ ପାଖରେ 500 ଫୁଟ ବର୍ଗ ପର୍ଯ୍ୟନ୍ତ ସ୍ଥାନ ରହିବା ଆବଶ୍ୟକ । ଯଦି ନାହିଁ ତେବେ ଏହାକୁ ରେଣ୍ଟରେ ନେଇ ପ୍ରୋଜେକ୍ଟ ଫାଇଲ ସହ ଦେଖାଇବାକୁ ପଡିବ। ଏହିପରି ମୋଟ ବାର୍ଷିକ ଉତ୍ପାଦନ ଏବଂ ବିକ୍ରୟ 5.36 ଲକ୍ଷ ହେବ ବୋଲି ଆକଳନ କରାଯାଇଛି।

ଆବେଦନ ପାଇଁ ସର୍ତ୍ତ :

ଏଥିପାଇଁ ଆପଣ ପ୍ରଧାନମନ୍ତ୍ରୀ ମୁଦ୍ରା ଯୋଜନା ଅନୁସାରେ କୌଣସି ବ୍ୟାଙ୍କରେ ଆବେଦନ କରିପାରିବେ । ଆପଣଙ୍କୁ ଏକ ଫର୍ମ ଭରିବାକୁ ପଡିବ , ଯେଉଁଥିରେ ଏହି ବିବରଣୀ ଦେବାକୁ ପଡିବ । ନାମ, ସ୍ଥାନ, ବ୍ୟବସାୟ ଠିକଣା, ଶିକ୍ଷା, ସମ୍ପ୍ରତିକ ଆୟ ଏବଂ କେତେ ଲୋନ ଆବଶ୍ୟକ । ଏଥିରେ କୌଣସି processing fee କିମ୍ବା gurantee fee ଦେବାକୁ ପଡିବନାହିଁ । ଲୋନ ଟଙ୍କା 5 ବର୍ଷରେ ଫେରସ୍ତ କରିପାରିବେ ।

Leave a Reply

Your email address will not be published. Required fields are marked *