ଅଭିନେତ୍ରୀ ବର୍ଷା ଦୁଇ ଥର ନକଲି ଡକୁମେଣ୍ଟ ଦାଖଲ କରି ଏବେ ଫସିଯିବେ କି ?

ଅଭିନେତ୍ରୀ ବର୍ଷାଙ୍କ ନାମରେ ଆସିଲା ସାଙ୍ଘାତିକ ଅଭିଯୋଗ। ଅଭିନେତ୍ରୀ ବର୍ଷା କୁଆଡେ ହାଇକୋର୍ଟରେ ଦାଖଲ କରିଥିଲେ ନକଲି ଡକୁମେଣ୍ଟ। ଏହା ଥରେ ମାତ୍ର ନୁହେଁ ଦୁଇ ଦୁଇ ଥର ବର୍ଷା ନକଲି ଡକୁମେଣ୍ଟ ହାଇକୋର୍ଟରେ ଦାଖଲ କରିଥିବା ଅଭିଯୋଗ ହୋଇଛି।ଆଜି ଏଭଳି କିଛି ଘଟଣା ସାମ୍ନାକୁ ଆସୁଥିବା ବେଳେ ପ୍ରଶ୍ନ ଉଠୁଛି ବର୍ଷା ଜଜ୍ ଙ୍କୁ କାହିଁକି ଦୁଇ ଦୁଇ ଥର ଦେଇଥିଲେ ନକଲି ତଥ୍ୟ ଦେଲେ। ବର୍ଷା କଣ ଚାହୁଁଥିଲେ କି ସତ ମିଛ ଘଟଣାରେ ଅନୁଭବଙ୍କୁ ଫସାଇବା ପାଇଁ। ସେପଟେ ଲୋକେ କହୁଛନ୍ତି କି କେବଳ ଅନୁଭବ ମହାନ୍ତିଙ୍କୁ ମାନସିକ ନିର୍ଯାତନା ଦେବା ପାଇଁ ବର୍ଷା କୁଆଡେ କିଛି ବି ସ୍ତରକୁ ଚାଲିଯାଉଛନ୍ତି। ତେବେ ଲୋକେ ଆହୁରି ମଧ୍ୟ କହୁଛନ୍ତି କି ବର୍ଷା ଦେଇଥିବା ନକଲି ତଥ୍ୟ ଧରା ପଡିଯିବା ଭୟରେ ବର୍ଷା ହାଇକୋର୍ଟରୁ କେଶ ପ୍ରତ୍ୟାହାର କରି ଆଣିଲେ।

ସେପଟେ ଯାହା ଚର୍ଚ୍ଚା ହେଉଛି କି ବର୍ଷା ମାନ୍ୟବର ହାଇକୋର୍ଟଙ୍କୁ ମିଛ ତଥ୍ୟ ଦେଇ ଥିବାରୁ ବର୍ଷା ଜେଲ ମଧ୍ୟ ଯାଇ ପାରନ୍ତି। ତେବେ ସମସ୍ତେ ଜାଣିଛନ୍ତି କି ବର୍ଷା ହାଇକୋର୍ଟରେ ଦାଖଲ କରିଥିବା ପିଟିସନକୁ ବୁଧବାର ପ୍ରତ୍ୟାହାର କରି ନେଇଥିଲେ। ତେବେ ବର୍ଷା ହାଇକୋର୍ଟରୁ ମାମଲା ପ୍ରତ୍ୟାହାର କରି ନେଲା ପରେ ଲୋକଙ୍କ ମନରେ ପ୍ରଶ୍ନ ଉଠିଥିଲା କାହିଁକି ହଟାତ ବର୍ଷା ମାମଲା ପ୍ରତ୍ୟାହାର କରି ନେଲେ କଣ ଥାଇ ପାରେ ଏହା ପଛର ପ୍ରକୃତ କାରଣ। ସେପଟେ ଅନୁଭବଙ୍କ ସମର୍ଥକ କହୁଛନ୍ତି କି ଏ ସବୁ ପଛରେ ବର୍ଷାଙ୍କର କେବଳ ଗୋଟିଏ ଉଦ୍ୟଶ କିପରି ଅନୁଭବ ଙ୍କୁ ହାରାସ କରିବେ। ସେପଟେ ଅନୁଭବଙ୍କ ଓକିଲଙ୍କ କହିବା ଅନୁଯାୟୀ ବର୍ଷା ସେତେବେଳେ ତାରିଖ ପରେ ତାରିଖ ଘୁଞ୍ଚାଉଥିଲେ ଯେତେବେଳେ କି ଅନୁଭବଙ୍କୁ ଜେରା କରାଯାଉଥିଲା।

ଆଉ ଏହା ପଛରେ ବର୍ଷାଙ୍କର ଗୋଟିଏ ଉଦ୍ୟଶ ଥିଲା କି କିପରି ସମୟ ଗଡି ଚାଲିବ। ଏମିତି କିଛି କଥା ଅନୁଭବଙ୍କ ଓକିଲ କୋର୍ଟଙ୍କୁ ଜଣାଇଥିଲେ। ଏହା ପରେ ଫ୍ୟାମିଲି କୋର୍ଟ ଅନୁଭବଙ୍କ ଜେରାକୁ ବନ୍ଦ କରିଥିଲେ। ତେବେ ସେହି ଅର୍ଡରକୁ ଚ୍ୟାଲେଞ୍ଜ କରି ବର୍ଷାଙ୍କ ଓକିଲ ସେହି ମାମଲାକୁ ହାଇକୋର୍ଟକୁ ନେଇ ଯାଇଥିଲେ। ହେଲେ ସେଥିରେ ଏକ ନକଲି ଡକୁମେଣ୍ଟ ଥିବା କୁହାଯାଉଛି। ଆଉ ଯେତେବେଳେ ଜଜ୍ ଏହି ନକଲି ଡକ୍ୟୁମେଣ୍ଟ ବିଷୟରେ ଜାଣିବାକୁ ପାଇଥିଲେ ସେତେବେଳେ ଜଜ୍ ଶୁଣାଣି ତାରିଖକୁ ଘୁଞ୍ଚାଇ ଦେଇଥିଲେ ବୋଲି କହିଛନ୍ତି ଅନୁଭବଙ୍କ ଓକିଲ।

ତେବେ ଲୋକେ ବର୍ତ୍ତମାନ କହିବା ଆରମ୍ଭ କରିଦେଲେଣି କି ବର୍ଷା ଅନୁଭବଙ୍କୁ ହାଇରାଣ କରିବାକୁ ଯେକୌଣସି ସ୍ତରକୁ ଯାଇ ଅନୁଭବ ଙ୍କ ନାମରେ ସତ ମିଛ ଅଭିଯୋଗ ଆଣୁଛନ୍ତି । ଆଉ ଅନୁଭବ ମହାନ୍ତିଙ୍କୁ ହାରାସ ମେଣ୍ଟ କରିବା ପାଇଁ ରଚୁଛନ୍ତି ନୂଆ ଯୋଜନା। ତେବେ ପାରିବାରିକ ବିବାଦକୁ ନେଇ ସବୁବେଳେ ଚର୍ଚ୍ଚାରେ ରହୁଥିବା ବର୍ଷା ଅନୁଭବଙ୍କ ମାମଲା ଦିନକୁ ଦିନ ନୂଆ ମୋଡ଼ ନେଉଛି।

କେତେବେଳେ ବର୍ଷା ଅନୁଭବଙ୍କ ନାମରେ ଅଭିଯୋଗ ଆଣୁଛନ୍ତି ତ ଆଉ କେତେବେଳେ ଅନୁଭବ ବର୍ଷାଙ୍କ ନାମରେ। ସେପଟେ ବୁଧବାର ଠାରୁ ବର୍ଷା ମାମଲା ହାଇକୋର୍ଟରୁ ପ୍ରତ୍ୟାହାର କରିବା ପରେ ଲୋକଙ୍କ ମନରେ ଯେଉଁ ବଡ଼ ପ୍ରଶ୍ନ ବାଚି ସୃଷ୍ଟି ହୋଇଥିଲା କି କାହିଁକି ବର୍ଷା ମାମଲା ପ୍ରତ୍ୟାହାର କରି ନେଲେ ତାକୁ ନେଇ ବର୍ଷାଙ୍କ ଓକିଲ ଏମିତି କିଛି ଖୁଲାସା କରିଛନ୍ତି। ତେବେ ଦେଖିବାକୁ ବାକି ରହିଲା ଏହି ମାମଲାରେ ଆଗକୁ କଣ ହେଉଛି।

Leave a Reply

Your email address will not be published. Required fields are marked *