ଦ୍ଵାପରରେ ଶ୍ରୀକୃଷ୍ଣ ଋଷିଆକୁ ଦେଇଥିଲେ କି ବର ?

ବନ୍ଧୁମାନେ ଆପଣ ମାନେ ତ ଜାଣିଥିବେ ଆମ ହିନ୍ଦୁ ଧର୍ମରେ ବହୁ ବେଦ,ପୁରାଣ ଓ ଗ୍ରନ୍ଥ ମାନ ରହିଛି। ଆଜି ଆମେ ସେଇ ଅଚ୍ୟୁତାନନ୍ଦ ଦାସଙ୍କ ଦ୍ଵାରା ଲିଖିତ ଏକ ଗ୍ରନ୍ଥ ଯାହାର ନାମ ମହା ଗୁପ୍ତ ପଦ୍ମ କାଳ ସେ ସମ୍ପର୍କରେ କହିବାକୁ ଯାଉଛୁ। ଆଜି ଆମେ ଏହି ଗ୍ରନ୍ଥର କିଛି ଅଂଶ ବିଷୟରେ ଜାଣିବା ଓ ପଢ଼ିବା।

‘ ସାତ ଦିନ ଚଢି ପ୍ରଭୁ ବୁଲିବେ ଯେ ଦେଶ ବାର ହାତ ଖଣ୍ଡା ଧରିଥିବେ ନିଜେ ଜଗନ୍ନାଥ
ମ୍ଲେଚ୍ଛ ସଂହାର କରିବେ ପ୍ରଭୁ ପୀତବାସ ଏହିବେଳେ କଳିଯୁଗ ହୋଇବ ଯେ ଶେଷ’

ଏଥିରେ ମହା ପୁରୁଷ ଅଚ୍ୟୁତାନନ୍ଦ କହିବାକୁ ଚାହିଁଛନ୍ତି ଯେ ଭଗବାନ ଶ୍ରୀ ଜଗନ୍ନାଥ ୧୨ ହାତ ଖଣ୍ଡା ଧରି ହାତରେ ଦେଶ ସାରା ବୁଲିବେ ଏବଂ ସମସ୍ତ ପାପୀଙ୍କୁ ବିନାଶ କରିବେ। ଯେବେ ସମସ୍ତ ପାପିଙ୍କ ବିନାଶ ହେବ ସେବେ କଳିଯୁଗର ଅନ୍ତ ହେଇଯିବ। ତେବେ ଯାଇ ସତ୍ୟ ଯୁଗର ଆରମ୍ଭ ହେବ।

ଓଡ଼ିଶାରେ ବହୁ ଅନୁସନ୍ଧାନକାରୀ ଅଛନ୍ତି ଯେଉଁମାନେ ମାଳିକାକୁ ଅନୁସନ୍ଧାନ କରୁଛନ୍ତି। ହେଲେ ଏହା ବିଷୟରେ ସେମାନେ କିଛି ତଥ୍ୟ ପାଇ ପାରିନାହାନ୍ତି। ସେଇ ଯୁଗରେ ଅନ୍ୟ ଏକ ଗ୍ରନ୍ଥରେ ବା ଦ୍ୱାପରରେ ଲିଖିତ କି
‘କଳିଯୁଗରେ ଋଷିଆ ମାଗିଛି ବର କି ଛେରା ପହଁରା ଦେବୀ ମୁହିଁ ୟେ କଳି ଯୁଗର। କଳିରେ ଦାରୁ ଦେବୀ ମୁହିଁ ଜେବଣ’

ଯେବେ ଦ୍ୱାପର ଚାଲିଥିଲା ସେବେ ଋଷିଆ ଆସି ଶ୍ରୀ କୃଷ୍ଣଙ୍କୁ ବର ମାଗି-ଥିଲା କି ହେ ପ୍ରଭୁ ଆପଣଙ୍କର ମୁଁ କି ସେବା କରି ପାରିବି। ସେତେବେଳେ ଉତ୍ତରରେ ଭଗବାନ କହିଥିଲେ ତୁମର କାମ ବର୍ତମାନ ନୁହେଁ ବତ୍ସ। ତୁମେ କଳିଯୁଗରେ ମୋର ଏକ ବହୁତ୍ ବଡ଼ କାମ କରିବ।

ଭଗବାନ ଶ୍ରୀ ହରି ଋଷିଆ ରାଜାଙ୍କୁ କହିଛନ୍ତି ହେ ରାଜନ୍ ଯେବେ କଳିଯୁଗ ଚାଲିଥିବ ନୀଳଗିରି ଉପରେ ଦାରୁ ବ୍ରହ୍ମ ରୂପରେ ଥିବି ତା ପରେ ମୁଁ ବୁଦ୍ଧ ରୂପ ଧାରଣ କରିବି। ସେହି ସମୟରେ ତୁମେ ଆସି ମତେ ଦେଖା କରିବ। ପୁଣି ଆଉ ଏକ ପଙ୍କ୍ତିରେ ମହାପୁରୁଷ ଲେଖିଛନ୍ତି-

ତୁହି ଆସି ମତେ ପୁଣି ଘେନି କରି ଯିବୁ .. ବହୁତ୍ ଦିନ ଛତିଆରେ ମତେ ତୁ ରଖିବୁ ।।
ଏଥିପାଇଁ ରାମଚନ୍ଦ୍ର ନେବେ ଯେ ଋଷିଆ .. ନ ଜାଣିବେ କୁଟ ନୀତି ଭୟ।

ଭଗବାନଙ୍କୁ ଋଷିଆ କାହିଁକି ନେଇକି ଯିବ କାରଣ ଏକଥା ଭଗବାନ ଶ୍ରୀକୃଷ୍ଣ ଦ୍ୱାପର ଯୁଗରେ ସବୁ କହିଛନ୍ତି। ରୁଷିଆର ରାଜନ୍ ଭଗବାନ ଶ୍ରୀକୃଷ୍ଣଙ୍କୁ ଛତିଆ ପର୍ଯ୍ୟନ୍ତ ନେଇକି ଯିବେ। ଏହାପରେ ଭଗବାନଙ୍କୁ ରଖି ୭ଦିନ ପର୍ଯ୍ୟନ୍ତ ପୂଜା କଲେ।

ଛେରା ପହଁରା ଜାଣିଥିବ ଋଷିଆ ହିଁ ଜାଣ ସାତ ଦିନ ସାତ ରାତି କରିଦେବର ପ୍ରମାଣ। ସେହିଠାରେ ଋଷିଆ ଯେ ମୋକ୍ଷ ହୋଇବ। ଜଗନ୍ନାଥଙ୍କ ଚରଣେ ଶରଣ ପସିବ। କେତେ କେତେ ଭକ୍ତ ମାନେ ହୋଇବେ ମେଳ ବୈଜ୍ଞାନିକ ଯନ୍ତ୍ର ସବୁ ହୋଇବ ଅଚଳ।

ଏହାକୁ ନେଇ ଭଗବାନ କହିଛନ୍ତି ଭଗବାନ ଶ୍ରୀକୃଷ୍ଣ ଛତିଆରେ ୭ଦିନ ପର୍ଯ୍ୟନ୍ତ ରହିବେ। ଋଷିଆ ଶ୍ରୀ ଜଗନ୍ନଥଙ୍କର ବିଧି ପୂର୍ବକ ପୂଜା କରିବ। ତେବେ ଭଗବାନ ଋଷିଆର ପୂଜାରେ ମୁଗ୍ଧ ହୋଇ ତାକୁ ମୋକ୍ଷ ପ୍ରାପ୍ତି କରିବେ। ଏହାପରେ ଅନେକ ଭକ୍ତ ଏକାଠି ହେବେ ଓ ଯେତେ ସବୁ ଯନ୍ତ୍ରପାତି ରହିଛି ଟିଭି, ସୋସିଆଲ ମିଡ଼ିଆ ସବୁ ଅଚଳ ହୋଇଯିବ।

ବର୍ତମାନ ଋଷ ଏକଛତ୍ର ବାଦି ଶାସନ କରୁଛି ଓ ୟୁକ୍ରେନ ବିରୋଧରେ ଯୁଦ୍ଧ କରୁଛି। ଯେଉଁ ଭଳି ସେ ନିଜର ପରାକ୍ରମ ଦେଖାଉଛି ମାଳିକା ବଚନ ସତ ନହେବ ବୋଲି କେହି କହିପାରିବେ ନାହିଁ।

Leave a Reply

Your email address will not be published. Required fields are marked *