(ଭୋଜନର ନିୟମ)ଏମିତି ଭୋଜନ କଲେ ସର୍ବନାଶ ହେବ।

ବନ୍ଧୁମାନେ ଆମ ଶାସ୍ତ୍ର ବା ମହାଭାରତରେ ବହୁତ୍ କିଛି ନୀତି ନିୟମ ରହିଛି ଯାହା ଆମେ ମାନିବା ଉଚିତ୍ ହୋଇଥାଏ। କାରଣ ଏହା ଆମ ଦୈନଦିନ ଜୀବନରେ ଆସୁଥିବା ବାଧା ବିଘ୍ନକୁ ଦୂର କରିବା ସହିତ ଆମକୁ ସୁଖ ସମୃଦ୍ଧି ପ୍ରାପ୍ତ କରିଥାଏ।ଆମେ ଯେଉଁ ଭଳି ଭୋଜନ କରୁଛେ କେଉଁ ଦିଗକୁ ମୁହଁ କରି ଭୋଜନ କରୁଛେ ତାହାର ମଧ୍ୟ କିଛି ବିଶେଷ ନିୟମ ମାନ ରହିଛି ଯାହାକୁ ଆମକୁ ମାନିବାକୁ ହୋଇଥାଏ।ଏହି ନିୟମ ମାନିବା ଦ୍ଵାରା ମନୁଷ୍ୟ ବିରୋଗ ହେବା ସହିତ ସୁଖ ସମୃଦ୍ଧି ପ୍ରାପ୍ତି ମଧ୍ୟ କରିଥାଏ।ଏହା କେବଳ ଶାସ୍ତ୍ର ବା ଧର୍ମ ଗ୍ରନ୍ଥ ଅନୁଯାୟୀ ନୁହେଁ ବରଂ ବୈଜ୍ଞାନିକ ଦୃଷ୍ଟି କୋଣରୁ ମଧ୍ୟ ଏହାର ବିଶେଷ କାରଣ ମାନ ରହିଛି।ଏହି ନିୟମ ପାଳନ କଲେ ସମସ୍ତ ଦେବା ଦେବୀଙ୍କ ଆଶିଷ ପ୍ରାପ୍ତ ହୋଇଥାଏ।ଆସନ୍ତୁ ଜାଣିବା ଏହି ନିୟମ ମାନ।

୧.ଭୋଜନ କରିବା ଆଗରୁ ଭଲ ଭାବରେ ନିଜର ହାତ ମୁହଁ ଏବଂ ଗୋଡ଼ ଧୋଇ ଭୋଜନ କରିବା ପୂର୍ବରୁ ସମସ୍ତ ଦେବୀ ଏବଂ ଦେବତାଙ୍କୁ ଧନ୍ୟବାଦ୍ ଦେବା ଉଚିତ୍।ଏହା ସହ ସମସ୍ତ ଭୋକିଲା ପ୍ରାଣୀଙ୍କୁ ଖାଦ୍ୟ ପ୍ରାପ୍ତ ହେଉ ବୋଲି ନିବେଦନ କରିବା ଉଚିତ୍।ସର୍ବ ପ୍ରଥମେ ରୋଷେଇ କରୁଥିବା ବ୍ୟକ୍ତି ଗାଧେଇ ରୋଷେଇ ଶାଳରେ ପଶି ପ୍ରଥମ ରୁଟି ଗାଈ ପାଇଁ ତାପରେ କୁକୁରକୁ ଏବଂ କାଉକୁ ଖାଇବା ପାଇଁ ଦେବା ଉଚିତ୍।

ଭୋଜନ ଘରେ ବସି ସମସ୍ତେ ମିଶି ଏକାଠି କରିବା ଉଚିତ୍।ନିୟମ ଅନୁଯାୟୀ ଅଲଗା ଅଲଗା ରହିବା ଦ୍ୱାରା ପରିବାରର ସମସ୍ତ ସଦସ୍ୟଙ୍କ ମଧ୍ୟରେ ଏକତା ରହିନଥାଏ।

୨.ଯେଉଁ ବ୍ୟକ୍ତି ଗୋଟିଏ ଥର ଭୋଜନ କରେ ତାକୁ ଯୋଗୀ ଏବଂ ଯେଉଁ ବ୍ୟକ୍ତି ୨ ଥର ଭୋଜନ କରେ ତାହାକୁ ଭୋଜି ବୋଲି କୁହାଯାଏ।

୩.ଭୋଜନ କରିବାର ଦିଗ ପୂର୍ବ ବା ଉତ୍ତରକୁ ମୁହଁ କରି କରିବା ଦରକାର୍।ଦକ୍ଷିଣ ଦିଗକୁ ମୁହଁ କରି ଭୋଜନ କଲେ ଏହା ପ୍ରେତକୁ ପ୍ରାପ୍ତ ହୁଏ। ପଶ୍ଚିମକୁ ମୁଖ କରି କରାଯାଇଥିବା ଭୋଜନ ରୋଗ ସୃଷ୍ଟିକାରୀ ହୋଇଥାଏ।

୪.ଖଟ ବା ବିଛଣା ଉପରେ ବସି ବା ଭାଙ୍ଗିଯାଇଥିବା ବାସନରେ ଭୋଜନ କରିବା ଅନୁଚିତ୍।କଳହ ବା ଦୁଃଖ କରିବା ଜାଗାରେ ଭୋଜନ କରିବା ଅନୁଚିତ୍। ବର କିମ୍ବା ଅଶ୍ୱତଥ ଗଛ ମୂଳରେ ମଧ୍ୟ ଭୋଜନ କରିବା ଅନୁଚିତ୍।ପରସା ଯାଇଥିବା ଭୋଜନର ନିନ୍ଦା କେବେବି କରନ୍ତୁ ନାହିଁ।ଠିଆ ହୋଇ ଅବା ଜୋତା ପିନ୍ଧି ଭୋଜନ କରିବା ଅନିର୍ବାଜ୍ୟ।ଏବେ ଆସନ୍ତୁ ଜାଣିବା ଭୋଜନ କିପରି କରିବା ଦରକାର୍।

୫.ବହୁତ୍ ରାଗ ବା ବହୁତ୍ ମିଠା ଭୋଜନ କରିବା ଅନୁଚିତ୍।କାହା ଦ୍ଵାରା ଛଡାଯାଇଥିବା ଭୋଜନ ବି କରିବା ଅନୁଚିତ୍।ଅଧା ଖାଉଥିବା ଫଳ ବା ମିଠା ଖାଇବା ଉଚିତ୍ ନୁହେଁ।ଯେଉଁଠାରେ ପାଟି କରୁଥିବା ଲୋକଙ୍କ ଜାଗାରେ ଭୋଜନ କରନ୍ତୁ ନାହିଁ।ଏହା ସହ କୁକୁର ଛୁଇଁ ଥିବା ଭୋଜନ ମଧ୍ୟ କରିବା ଅନୁଚିତ୍।ରଜସ୍ଵାଳା ସ୍ତ୍ରୀ ଦ୍ଵାରା ପରସା ଯାଇଥିବା ଭୋଜନ ମଧ୍ୟ କରନ୍ତୁ ନାହିଁ। ଶ୍ରାଦ୍ଧ ଘରେ ବଳକା ରହିଥିବା ଭୋଜନ କରିବା ଅନୁଚିତ୍। ତଳେ ପଡିଥିବା ଭୋ ଅବା ଅନାଦରରେ ପରସା ଯାଇଥିବା ଭୋଜନ ଗ୍ରହଣ କରିବା ଅନୁଚିତ୍।କଙ୍କୁସ ଲୋକ କିମ୍ବା ବେଶ୍ୟା ଧନ୍ଦା କରୁଥିବା ଲୋକ ଠାରୁ ଭୋଜନ କରନ୍ତୁ ନାହିଁ।ଭୋଜନ କରିବା ସମୟରେ ମୌନ ରୁହନ୍ତୁ।

୬.ରାତ୍ରି ସମୟରେ ପେଟ ଭରା ଖାଆନ୍ତୁ ନାହିଁ। ଭୋଜନ କରିବା ସମୟରେ ସକାରାତ୍ମକ କଥା କୁହନ୍ତୁ ଅବା ଭୋଜନ ସମୟରେ କୌଣସି ସମସ୍ୟା ବିଷୟରେ ଚର୍ଚ୍ଚା କରିବା ଅନୁଚିତ୍।ଅଳ୍ପ ଭୋଜନ କରିବା ବ୍ୟକ୍ତିକୁ ଆୟୁ,ସୁନ୍ଦରତା,ସୁଖ, ସନ୍ତାନ ଆଦି ପ୍ରାପ୍ତ ହୋଇଥାଏ ତେଣୁ ଭୋଜନ କରିବା ସମୟରେ ଶାନ୍ତ ରୁହନ୍ତୁ।

୭.ଭୋଜନ ପରେ କଣ କରିବା ଅନୁଚିତ୍ ଆସନ୍ତୁ ଜାଣିବା।ଭୋଜନ ପରେ ପାଣି ବା ଚା ପିଇବା କିମ୍ବା ଦୌଡିବା ଅନୁଚିତ୍।ଦିନରେ ଭୋଜନ ପରେ ଚାଲିବା ଉଚିତ୍।ରାତିରେ ଭୋଜନ ପରେ ବଜ୍ର ଆସନରେ ବସିବା ଦ୍ଵାରା ପାଚନ କ୍ରିୟା ଭଲ ହୋଇଥାଏ।ଭୋଜନ କରିବା ପରେ ମିଠା କ୍ଷୀରର ଫଳ ଖାଇବା ଦ୍ୱାରା ପାଚନ ଭଲ ହୋଇଥାଏ। ଭିସ୍ମ ପିତାମହ ଅନୁଯାୟୀ ଯେଉଁ ଥାଳିରେ ପାଦ ବାଜିଥାଏ ସେହି ଥାଳିକୁ ତ୍ୟାଗ କରିବା ଉଚିତ୍।ସେହି ସବୁ ଥାଳି ବିଷ ସମାନ ହୋଇଥାଏ ଏହା ସହ ବାଳ ବାହାରିବା ଥାଳିରେ ଭୋଜନ କରିବା ଅନୁଚିତ୍।ଏହା ଦରିଦ୍ରତାର କାରଣ ହୋଇଥାଏ।

ଭୋଜନ ଥାଳିକୁ ଡେଇଁ ପଳେଇଲେ ତାହାକୁ ଛାଡ଼ିଦେବା ଉଚିତ୍।ଭୀଷ୍ମ ପିତାମହ କହିଛନ୍ତି ଗୋଟିଏ ଥାଳିରେ ଯଦି ଭାଇ ଭାଇ ଭୋଜନ କରନ୍ତି ତେବେ ତାହା ଅମୃତ ସମାନ ହୋଇଥାଏ।ଏହିପରି ଭୋଜନରେ ଧନ,ବୈଭବ ଲକ୍ଷ୍ମୀ ପ୍ରାପ୍ତ ହୋଇଥାଏ। ପତି ପତ୍ନୀ ମଧ୍ୟ ଗୋଟିଏ ଥାଳିରେ ଭୋଜନ କରିବା ଉଚିତ୍। କାରଣ ଏହିପରି ଥାଳି ମାଦକ ପଦାର୍ଥରେ ଭରିଯାଏ।ତେଣୁ ପତ୍ନୀଙ୍କୁ ପତି ଭୋଜନ କରିବା ପରେ ହିଁ ଭୋଜନ କରିବା ଉଚିତ୍।ଏହି ପରି ଘରେ ସୁଖ ସମୃଦ୍ଧି ବଢ଼ିଥାଏ।ଏହି ସବୁ ଭୋଜନକୁ ନେଇ କିଛି ମହତ୍ତ୍ଵପୂର୍ଣ୍ଣ କଥା ଯାହା ଆପଣଙ୍କୁ ଧ୍ୟାନ ଦେଲେ ମାତା ଲକ୍ଷ୍ମୀଙ୍କର ଗୃହକୁ ନିଶ୍ଚୟ ଆଗମନ ହେବ।

Leave a Reply

Your email address will not be published. Required fields are marked *