ଏବେ ଏହି ମୂଷା ଙ୍କୁ ଡରିଲା ଚୀନ , କରୁଛି ବମ୍ବୁ ରେଟ୍ସ ର ହତ୍ୟା; ଖାଇବା ଉପରେ ମଧ୍ୟ ଲଗାଇଲା ପ୍ରତିବନ୍ଧକ

ଚୀନ ରେ କରୋନା ଭାଇରସ ପୁଣି ଥରେ ସାମ୍ନା କୁ ଆସିଛି । ଏଥିରେ ଡରି ଚୀନ ଏବେ ପେଗୋଲିନ ଓ ଅନ୍ୟ ଜୀବ ପରି ମୂଷା ର ବ୍ୟାପାର କରିବା ଉପରେ ପ୍ରତିବନ୍ଧ ଲଗାଇଛି । ଏତିକି ନୁହେଁ ଚୀନ ରେ ଏହି ମୂଷା କୁ ବହୁତ ମାତ୍ରା ରେ ହତ୍ୟା କରାଯାଉଛି । ଏହାକୁ ଖାଇବା ପାଇ ମଧ୍ୟ ପ୍ରତିବନ୍ଧକ ଲଗାଯାଇଛି ।

ଡେଲି ମେଲ ରେପୋର୍ଟ ହିସାବରେ ଚୀନ ରେ ଏବେ କରୋନା ବ୍ୟାପିବା ରେ ମୂଷା କୁ ମନା ଯାଉଛି । ଏଥିପାଇଁ ଚୀନ ଏହି ପଦକ୍ଷେପ ଉଠାଇଛି । ହୁବାଇ ରେ ୧.୬ ଟନ ମୂଷା କୁ ପୋତି ମାରି ଦିଆଯାଇଛି । ଏହାର ଭିଡିଓ ମଧ୍ୟ ସାମ୍ନା କୁ ଆସିଛି ।

ବୈମ୍ବୁ ରେଟ୍ସ ମୂଷା ର ଏକ ପ୍ରଜାତି ଅଟେ । କିନ୍ତୁ ଆକାର ଓ ଓଜନ ରେ ଏହା ସାମାନ୍ୟ ମୂଷା ଠାରୁ ବଡ଼ ହୋଇଥାଏ । ଚୀନ ରେ ଲୋକ ଙ୍କ କହିବା କଥା ଏମାନଙ୍କୁ ଖାଇବା ଦ୍ଵାରା ଶକ୍ତି ବଢିଥାଏ । ଚୀନ ଏହି ମୂଷା ର ବ୍ୟବହାର ବହୁଳ ମାତ୍ରା ରେ ଚିକିତ୍ସା କ୍ଷେତ୍ରରେ କରିଥାଏ ।

ଚାଷୀ ଙ୍କ ଠାରୁ ନେଇ ହତ୍ୟା କରାଯାଉଛି

ଚୀନ ରେ କୋରାନା ଭାଇରସ ର କେନ୍ଦ୍ର ହୁବେଇ ଥିଲା । ଏହାକି ବୁହାନ ରେ କରୋନା ର ପ୍ରଥମ ମାମଲା ସାମ୍ନା କୁ ଆସିଥିଲା । ଏବେ ହୁବେଇ ର ଶିୟାନନ ସହର ରେ ୯୦୦ ମୂଷା କୁ ପୋତି ଦିଆଯାଇଛି । ଏହି ମୂଷା ଗୋଟେ ଚାଷୀ ର ଥିଲା । ତାଙ୍କ ଠାରୁ ମୂଷା ଙ୍କୁ ନେଇ ହତ୍ୟା କରାଯାଇଛି ।

ମୂଷା ଛଡା ୭ ଟି ସେହୀ ଙ୍କୁ ମଧ୍ୟ ମରାଯାଇଛି । ତାଙ୍କର ଓଜନ ୧୪୦ କିଲୋ ବୋଲି କୁହାଯାଉଛି । ମୂଷା ଙ୍କୁ ମାରିବା ପରେ ହଲେ ଲାଇମ ପାଉଡର ପକାଯାଉଛି ଯାହା ଫଳରେ ସଂକ୍ରମଣ ନ ବ୍ୟାପେ ।

ଚୀନ4 ବୈମ୍ବୁ ରେଟ୍ସ ବାଉଁଶ ଭିତରେ ରୁହନ୍ତି । ଏଥିପାଇଁ ଏମାନଙ୍କୁ ଏମିତି ନାମ ଦିଆଯାଇଛି । ଏମାନଙ୍କୁ ଚୀନ ରେ ଝୁସୂ ନାମରେ ଜାଣିଛନ୍ତି । ଏମାନେ ସାମାନ୍ୟ ମୂଷା ଙ୍କ ଠାରୁ4 ଲମ୍ବା ଓ ଓଜନିଆ ହୋଇଥାନ୍ତି ।

ଏହି ମୂଷା ର ବ୍ୟବହାର ଚୀନ ରେ ପରପରାଗତ ଚିକିତ୍ସା ରେ ମଧ୍ୟ ହୋଇଥାଏ । ଚୀନ ର କହିବା କଥା ଏହି ମୂଷା ର ମୋଟା ଶରୀର ରୁ ବିଷାକ୍ତ ତତ୍ତ୍ଵ ବାହାରିଯାଏ । ଏହାକୁ ଖାଇବା ଦ୍ଵାରା ପେଟ ଓ ତିଲ୍ଲୀ ର କାର୍ଯ୍ୟକ୍ଷମତା ଭଲ ହୋଇଥାଏ ।

ଏମାନଙ୍କ ର ଚାହିଦା ଥିବାରୁ ଭଲ ରୋଜଗାର ମଧ୍ୟ ହୋଇଥାଏ । ଏଥିପାଇଁ ଏଠାରେ କୃଷକ ମାନେ ବହୁତ ମାତ୍ରାରେ ଏହାର ପାଳନ କରିଥାନ୍ତି । ଖାସକରି ଗ୍ରାମାଞ୍ଚଳ ରେ । ଗୋଟେ ଜୀବନ୍ତ ମୂଷା ୧୦ ହଜାର ପର୍ଯ୍ୟନ୍ତ ବିକ୍ରି ହୋଇଥାଏ ।

ମୂଷା ରୁ ୩୦ ପ୍ରକାର ତରକାରୀ ପ୍ରସ୍ତୁତ କରାଯାଏ । ୧ କିଲୋ ଗ୍ରିଲ ମୂଷା ୩ ହଜାର ପର୍ଯ୍ୟନ୍ତ ବିକ୍ରି ହୋଇଥାଏ। ଏଥିରୁ ରୋସ୍ଟ , ଗିଲ୍ସ , ଫ୍ରୋଇ ଓ ସୁପ ରେ ମଧ୍ୟ ବ୍ୟବହାର କରାଯାଇଥାଏ ।

ଚୀନ ଉପରେ କରୋନା ବ୍ୟାପିବାର ଦୋଷ ଲାଗିସାରିଛି । ଏତିକି ନୁହେଁ ବିଶେଷଜ୍ଞ ଏହା ମଧ୍ୟ ଦାବି କରିଛନ୍ତି କି ଏହି ଭାଇରସ ବାଦୁଡି ରୁ ବ୍ୟାପିଛି ବୋଲି । ଏତିକି ନୁହେଁ ବିଶେଷଜ୍ଞ ଏହା ମଧ୍ୟ ଦାବି କରିଛନ୍ତି କି ଏହି ଭାଇରସ ବୁହାନ ର ମାଂସ ମାର୍କେଟ ରୁ ମନୁଷ୍ୟ ସମ୍ପର୍କରେ ଆସିଛି ।

ଚୀନ ରେ ଜଙ୍ଗଲୀ ଜୀବଜନ୍ତୁ ର ଚାଷ କରିବା ଉପରେ ଗାଇଡ ଲାଇନ ଜାରି କରାଯାଇଛି । ଏହା ଅନୁସାରେ କୃଷକ ଙ୍କ ଠାରୁ ନିଆଯାଉଥିବା ଜୀବଜନ୍ତୁ ଙ୍କୁ ଜଙ୍ଗଲ ରେ ଛଡା ଯିବ ନଚେତ ଏହାକୁ ପରୀକ୍ଷା ନିରୀକ୍ଷା ରେ ବ୍ୟବହାର କରାଯିବ ।

ଯଦି କୃଷକ ଙ୍କୁ ଯଦି ଏହା ପୁଣି ଫେରାଯାଏ ତେବେ ବହୁତ ସାବଧାନତାର ସହ କରାଯିବ । ଯଦି ଜୀବଜନ୍ତୁ ସଂକ୍ରମିତ ମିଳିବେ ତେବେ ତାଙ୍କୁ ମାରି ଦିଆଯିବ । ଏଥିପାଇଁ କୃଷକ ଙ୍କୁ ମଧ୍ୟ କ୍ଷତିପୂରଣ ଦିଆଯିବ ।

Leave a Reply

Your email address will not be published. Required fields are marked *