ଏହାର ସେବନ ଦ୍ଵାରା ଥଣ୍ଡା, କାଶ ଓ କଫ ଥରକରେ ଦୂର ହୋଇଯିବ। ଆଜି ହିଁ ଜାଣି ନିଅନ୍ତୁ ଏହି ସରଳ ଉପାୟ

ବନ୍ଧୁଗଣ ଥଣ୍ଡା ଜର କାଶ ହେବା ଏକ ସାମାନ୍ୟ କଥା ଅଟେ । କିନ୍ତୁ ଆଜିର କାଲିର ଖରାପ ଜଳବାୟୁ ଯୋଗୁ ଆମେ ବହୁତ ଶୀଘ୍ର ଏହାର ଶିକାର ହେଉ । ବାରମ୍ବାର ଔଷଧ ଖାଇବା ଦ୍ବାରା ଯଦି ଆପଣଙ୍କ ଥଣ୍ଡା କାଶ କଫ ଦୂର ହେଉନାହିଁ । ତେବେ ଆଜିର ଏହି ଉପଚାର ଖାସ ଆପଣଙ୍କ ପାଇଁ । ଏହାର ପୁରୁଣା ରୁ ପୁରୁଣା ଥଣ୍ଡା କାଶ ଦୂର କରିବାରେ ଅତ୍ୟନ୍ତ ଲାଭ ଦାୟକ ଅଟେ। ତେବେ ଆସନ୍ତୁ ଜାଣିବା ଏହାକୁ ଆପଣ କେମିତି ପ୍ରସ୍ତୁତ କରିବେ ଏବଂ ଏହାର ପ୍ରୟୋଗ କିପରି କରିବେ।

ଏହାକୁ ବନେଇବା ପ୍ରଥମେ ଏକ ପାତ୍ରରେ ୨ କପ ପାଣି ନିଅନ୍ତୁ ଏବଂ ଏହାକୁ ଗାସ ଉପରେ ବସେଇ ଦିଅନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ଏକ ଚାମଚ ଜିରା। ଥଣ୍ଡା ଭଳି ସମସ୍ୟା ପାଇଁ ଜିରା ଅତ୍ୟନ୍ତ ଲାଭ ଦାୟକ। ଏହାର ସହିତ ଆପଣଙ୍କୁ ମୁଣ୍ଡ ବିନ୍ଧା ଓ ବନ୍ଦ ନାକାକୁର୍ ଖୋଲିବାରେ ବହୁତ ଲାଭ ଦୟକ ।

ଏହି ପାତରେ ଏକ ଚାମଚ ଜିରା ପକାନ୍ତୁ ଓ ଏହାକୁ ସେ ପର୍ଯ୍ୟନ୍ତ ଫୁଟାନ୍ତୁ ଯେ ପର୍ଯ୍ୟନ୍ତ ଏହା ର ପାନି ଅଧା ଗ୍ଲାସ୍ ନ ହୋଇଛି । ଅଧ ଗ୍ଲାସ ହୋଇଗଲା ପରେ ଆପଣ ଏହାକୁ ଛାଣି ଏହାର ପାଣିକୁ ଅଲଗା କରି ନିଅନ୍ତୁ । ଏବେ ଆପଣଙ୍କୁ ଆବଶ୍ୟକ ତୁଳସୀ ପତ୍ର, ତୁଳସୀ ପତ୍ରରେ ୧୦୦ରୁ ଅଧିକ ଔଷଧୀୟ ଗୁଣ ଭରି ରହିଛି । ଏହା ଥଣ୍ଡା କାଶ କଫ ଦୂର କରିବା ପାଇଁ ବହୁତ ଅଧିକ ଲାଭ ଦାୟକ ଅଟେ । ଆପଣ ଏଥିପାଇଁ ୭/୮ ଟି ତୁଳସୀ ପତ୍ର ନିଅନ୍ତୁ ।

ଏହାପରେ ପୂର୍ବରୁ ଛାଙ୍କି କି ରଖିଥିବା ପାଣିକୁ ପୁଣି ଥରେ ଫୁଟେଇବା ଓ ଏଥିରେ ତୁଳସୀ ପତ୍ର କୁ ଧୋଇକି ପକେଇବ। ଏବେ ଆପଣ ଏଥିରେ ପାକେଇବେ ଅଦା ଖଣ୍ଡେ । ଅଦା ଆମ ଶରୀର କୁ ଗରମ କରିଥାଏ । ଯାହାଦ୍ଵାରା ଆମକୁ ଥଣ୍ଡା କାଶ ଭଳି ସମସ୍ୟାରୁ ବଞ୍ଚେବାରେ ସାହାଯ୍ୟ କରିଥାଏ।

ଆପଣ ପ୍ରଥମ ଅଧାକୁ ସ୍ଲାଇସ୍ କରନ୍ତୁ ଅଥବା ଛେଚି କି ଏକ ଚାପଚ ଅଦା ସେଥିରେ ପକାନ୍ତୁ । ୩ ମିନିଟ ପର୍ଯ୍ୟନ୍ତ ଏହି ପାଣିକୁ ଭଲ ଭାବରେ ଫୁଟାନ୍ତୁ । ଏବେ ଏହାକୁ ଏକ କପ କୁ ଛାଣନ୍ତୁ, ଓ ଏଥିରେ ଏକ ଚାମଚ ମହୁ ପକାନ୍ତୁ । ଥଣ୍ଡା ଯୋଗୁଁ ଆମ ଗଳାରେ ସଂକ୍ରମଣ ହୋଇଯାଏ ମହୁ ଆମକୁ ସେଥିରୁ ରକ୍ଷା କରିଥାଏ। ଧ୍ୟାନ ଦିଅନ୍ତୁ ଯେତେ ବେଳେ ପାଣି ଗରମ ଥିବ ସେହି ସମୟରେ ହିଁ ମହୁ ମିଶାନ୍ତୁ ।

ସେବନ କରିବାର ପ୍ରକ୍ରିୟା

ଏହାକୁ ପ୍ରସ୍ତୁତ କରି ଆପଣ ଦିନରେ କେତେବେଳେ ବି ଏହାର ସେବନ କରି ପାରନ୍ତି । ଯଦି ଆପଣ ଏହାର ସେବନ ସକାଳୁ କରିବେ ତେବେ ଏହା ଆପଣଙ୍କ ପାଇଁ ଅଧିକ ଲାଭ ଦାୟକ ହେବ । ଏହାକୁ ସେବନ କଲା ବେଳେ ଏହାର ଧ୍ୟାନ ଦେବେ କି ଏହାର ସେବନ କରିବା ଏକ ଘଣ୍ଟା ପୂର୍ବରୁ ଏବଂ ଏକ ଘଣ୍ଟା ପର୍ଯ୍ୟନ୍ତ କିଛି ଖାଇବେ ନାହିଁ । ଏହାକୁ ଆପଣ ଦିନରେ କେବଳ ଥରେ ସେବନ କରିବେ।

ଯଦି ଆପଣଙ୍କ ବନ୍ଦ ନାକର ସମସ୍ୟା ଅଛି ନିଶ୍ବାସ ନେବାରେ ଅସୁବିଧା ହେଉଛି ତେବେ ଆପଣ ୩ ଗ୍ଲାସ ପାଣିରେ ଏକ ଚାମଚ ଜିରା ଓ ୫ଟି ଲବଙ୍ଗ ପକେଇ ଫୁଟାନ୍ତୁ । ଯେତେବେଳେ ସେହି ପାଣି ଫୁଟିକି ଅଧା ହୋଇଯିବ ତେବେ ସେହି ପାଣିକୁ ଛାଣି ତାହାର ବାମ୍ଫ ନିଅନ୍ତୁ । ଏହା କରିବା ଦ୍ଵାରା ବନ୍ଦ ନାକ ବହୁତ ଶିଘ୍ର ଖୋଲିଯାଏ ।

ଯଦି ଆମର ଏହି ଲେଖାଟି ଭଲ ଲାଗିଥାଏ ଗୋଟେ ଲାଇକ ସହ ସେୟାର କରିବାକୁ ଅନୁରୋଧ ।

Leave a Reply

Your email address will not be published. Required fields are marked *