କ୍ରିକେଟ ଦେଖିବାକୁ ବିଦେଶ ଗଲେ ଫାନ, କୁକୁର ପାଳିଲେ, ଡିଜେ ବନିଲା କିନ୍ତୁ ୮ମାସ ପରେ ମଧ୍ୟ ମ୍ୟାଚର ଅପେକ୍ଷା

କେବଳ ଭାରତରେ ନୁହେଁ ଇଂଗଲଣ୍ଡରେ ମଧ୍ୟ କ୍ରିକେଟର ଦିଓ୍ବାନା ଦେଖିବାକୁ ମିଳିଥାଏ। ୩୭ ବର୍ଷର ରବ ଲୁଈସ ଏକ ଏମିତି ପ୍ରକାରର ମଣିଷ ଅଟନ୍ତି। ଇଂଗଲଣ୍ଡ ଏବଂ ଶ୍ରୀଲଙ୍କାର ମ୍ୟାଚ ଦେଖିବା ପାଇଁ ରବ ଆଠ ମାସ ପୂର୍ବରୁ ଶ୍ରୀଲଙ୍କାରେ ଯାଇ ପହଁଚି ଥିଲେ କିନ୍ତୁ କୋରୋନା ପାଇଁ ଇଂଗଲଣ୍ଡ ଟିମ ଶ୍ରୀଲଙ୍କା ପହଁଚି ପାରିଲା ନାହିଁ। ଏ ପର୍ଯ୍ୟନ୍ତ ମଧ୍ୟ ରବ ନିଜର ବିଶ୍ବାସ ହରାଇ ନାହାଁନ୍ତି ଏବଂ ସେ ଏ ପର୍ଯ୍ୟନ୍ତ ତାଙ୍କର ନେଶନାଲ ଟିମର ଅପେକ୍ଷାରେ ଅଛନ୍ତି।

फोटो क्रेडिट- Rob Lewis_elitebandwagon

ରବ ଶ୍ରୀଲଙ୍କାରେ ବହୁତ ଆରାମରେ ରହୁଛନ୍ତି ଏବଂ ଶ୍ରୀଲଙ୍କାରେ ପର୍ସନାଲ ଏଡଓ୍ବେଞ୍ଚର ଅନୁସାରେ କେତେକ ମନପସନ୍ଦ କାମକୁ ଅପଣେଇ ନେଇଛନ୍ତ। ରବ ପେସାରେ ଜଣେ ଡିଜାଇନର । ରବ ଗତ କିଛି ମାସରୁ ଏକ କୁକୁରକୁ ଆଡପ୍ଟ କରିଛନ୍ତି। ଟାଟୁ ବନେଇଛନ୍ତି। ଡିଜେ ବନି ସାରିଛନ୍ତି ଏବଂ କେତେକ ପାର୍ଟିରେ ମଧ୍ୟ ର୍ପଫର୍ମ କରି ସାରିଛନ୍ତି।

ରବ ମାର୍ଚ୍ଚ ୧୩ ରେ ପ୍ଲେନରେ ଥିଲେ ଯେତେବେଳେ ଘୋଷଣା କରାଗଲା କି ଇଂଗଲଣ୍ଡ ଏବଂ ଶ୍ରୀଲଙ୍କାର ଶିରିଜ କୋରୋନା ପାଇଁ ବନ୍ଦ କରାଯାଉଛି। କିନ୍ତୁ ରବ ଇଂଗଲଣ୍ଡ ଯିବା ବଦଳରେ ଶ୍ରୀଲଙ୍କା ଯାଇଥିଲେ। ଶ୍ରୀଲଙ୍କାରେ ଯେତେବେଳେ କୋରୋନାକୁ ନେଇ କର୍ଫ୍ୟୁ ଚାଲିଥିଲା ସେତେବେଳେ ସେ ଗାଲ ବୀଚ ପାଖର ଏକ ହୋଟେଲରେ ରହିଗଲେ।

ଲକଡାଉନରେ କିଛି ସମୟ ବିତେଇବା ପରେ ଶ୍ରୀଲଙ୍କା ବହୁତ ଖୋଲିବାକୁ ଲାଗିଲା। ଏହାପରେ ରବଙ୍କୁ ଆଇଡିଆ ଆସିଲାକି କଣ ପାଇଁ ଜିନିଷ ସାମାନ୍ୟ ହେଉଛି। ତେବେ ସେ ଭାବିଲେ ଇଂଗଲଣ୍ଡର ଅପେକ୍ଷାରେ ଶ୍ରୀଲଙ୍କାରେ ରହି ଯିବେ।

ଏହାପରେ ରବଙ୍କୁ ଶ୍ରୀଲଙ୍କାରେ ଏକ ଡିଜେ ମିଳିଲା ଯାହା ତାଙ୍କୁ ଏହି ପ୍ରଫେଶନ ବିଷୟରେ କିଛି କମ ଶିଖାଇଲା ଏବଂ ଅନୁଭବହୀନ ହେବାପରେ ମଧ୍ୟ ରବ କିଛି ଯାଗରେ ନିଜର ର୍ପଫର୍ମ କରିଥିଲେ। ରବଙ୍କ ଡିଜେର ନାମ ରୈଂଡୀ କୈଡିକ। ସେ ନିଜର ଡିଜେର ନାମ ଇଂଗଲଣ୍ଡର ପୁୁରୁଣା ତିବ୍ର ବୋଲର ଏଣ୍ଡ୍ରୟୁ କୈଡିକଙ୍କ ନାମରେ ଦେଇଛନ୍ତି।

କୋରୋନା ଭାଇରସ ମହାମାରୀ ପରେ ଶ୍ରୀଲଙ୍କାରେ କୌଣସି ପ୍ରକାରର ନେଶନାଲ କ୍ରିକେଟ ହୋଇ ନାହିଁ। କୁହାଯାଉଛି କି ଜାନୁଆରୀରେ ପରିସ୍ଥିତି ଟିକେ ସୁଧାର ହେଲେ ଇଂଗଲଣ୍ଡ ଟିମ ଶ୍ରୀଲଙ୍କା ଆସି ପାରେ କିନ୍ତୁ ଏହାପରେ ଏହା ଦେଖିବାକୁ ପଡିବ କି ଗ୍ରାଉଣ୍ଡରେ ଫାନ୍ସଙ୍କୁ ଆସିବାରେ ସମସ୍ୟା ହେବ କିନ୍ତୁ ରବ ଏହା ପାଇଁ ମଧ୍ୟ ଉପାୟ ଖୋଜି ବାହର କରିଛନ୍ତି।

ବାସ୍ତବରେ ରବ କିଛି ମାସ ହେବ ଶ୍ରୀଲଙ୍କାରେ ରହି ଶ୍ରୀଲଙ୍କା କ୍ରିକେଟ ଟିମର କୋଚିଙ୍ଗ ସ୍ଟାଫଙ୍କ ସହ ମଧ୍ୟ ସମ୍ପର୍କ ବଢେଇ ସାରିଲେଣି ଏବଂ ସେ ଶ୍ରୀଲଙ୍କାର ଓ୍ବେଟର ବୟ ଅନୁସାରେ ନିଜର ସର୍ବିଶ ଅଫର କରିଛନ୍ତି। ଯେମିତି ଗ୍ରାଉଣ୍ଡରେ ଫାନ୍ସଙ୍କ ପ୍ରବେଶ ନିଶେଧ ପରେ ମଧ୍ୟ ମ୍ୟାଚ୍ ଦେଖିବାରେ ସଫଳ ହୋଇ ପାରିବେ। ଏବେ ଦେଖିବାକୁ ପଡିବ କି ଜାନୁଆରୀରେ ରବଙ୍କ ଇଛା ପୁରଣ ହେଉଛି କି ନାହିଁ।

ବନ୍ଧୁଗଣ ଯଦି ଆମର ଏହି ଆର୍ଟିକିଲ ଟି ଭଲ ଲାଗିଥାଏ ଗୋଟିଏ ଲାଇକ ଏବଂ ସେୟାର କରିବାକୁ ଅନୁରୋଧ। ଏହାକୁ ନେଇ ଆପଣଙ୍କ ମତା ମତ ଦେବାକୁ ଭୁଲନ୍ତୁ ନାହିଁ। ଏମିତି ପ୍ରତିଦିନ ଦେଶ ଦୁନିଆ, ଜଣା ଅଜଣା, ସ୍ବାସ୍ଥ୍ୟ, ଜ୍ୟୋତିଷ, ମନୋରଞ୍ଜନ ଇତ୍ୟାଦି ଖବର ଜାଣିବାକୁ ଆମର ଏହି ପେଜ କୁ ଲାଇକ କରନ୍ତୁ।

Leave a Reply

Your email address will not be published. Required fields are marked *