ଗାଁରେ କରୋନାର ଆ-ତ-ଙ୍କ ଏପରି ଯେ ମୃ-ତ୍ୟୁ ହେବା ଆରମ୍ଭ ହୋଇଗଲା ତେଣୁ ଲୋକମାନେ ଘର ଛାଡ଼ି କ୍ଷେତରେ ରହିବାକୁ ଆରମ୍ଭ କରିଛନ୍ତି

କରୋନା ନା କେବଳ ସହରକୁ ନିଜ କବଳକୁ ନେଇଛି ବରଂ ଗ୍ରାମଞ୍ଚଳକୁ ମଧ୍ୟ ନିଜ କବଳକୁ ନେବାରେ ଲାଗିଛି । ଗୁଜୁରାଟର ଗ୍ରାମରେ କରୋନାର ଆ-ତ-ଙ୍କ ଏପରି ଭାବରେ ବୃଦ୍ଧି ହୋଇଛି ଯେ କିଛି ଗ୍ରାମରେ ଶବଦାହର ନି-ଆଁ ଏପର୍ଯ୍ୟନ୍ତ ଥଣ୍ଡା ହୋଇନାହିଁ । ସେଥିପାଇଁ ଲୋକମାନେ ଗ୍ରାମରେ ଲୋକମାନଙ୍କ ସହ ରହିବା ବଦଳରେ କ୍ଷେତରେ ରହିବାକୁ ବାଧ୍ୟ ହେଉଛନ୍ତି ।

ଗୁଜୁରାଟର ସାବରକାଂଠା ଜିଲ୍ଲାରେ କରୋନା ଆ-ତ-ଙ୍କ ଅନ୍ୟ ଜିଲ୍ଲା ପରି ବୃଦ୍ଧି ହେଉଛି । ଯଦିଓ ସରକାର ସମସ୍ତଙ୍କୁ ସୁରକ୍ଷା ଦେବାକୁ କହୁଛନ୍ତି କିନ୍ତୁ ଲୋକମାନଙ୍କ ଘରେ ଏବେ ତାଲା ପଡିଥିବାର ନଜର ଆସୁଛନ୍ତି । ବର୍ତ୍ତମାନ ଲୋକମାନେ ଗ୍ରାମରେ ତିଆରି କରିଥିବା ଘରକୁ ଛାଡ଼ି କ୍ଷେତରେ ରହିବାକୁ ଲାଗିଲେଣି ।

ଗ୍ରାମବାସୀମାନେ ନିଜ ଗୋରୁ ଏବଂ ଘରୋଇ ସାମଗ୍ରୀ ନେଇ କ୍ଷେତରେ ରହିବାକୁ ଲାଗିଲେଣି । ଏହିଭଳି ଏକ ଗ୍ରାମ ଅଛି ହିମ୍ମତନଗର ନିକଟସ୍ଥ ପ୍ରନ୍ତିଜର ଧୁଲେଟା ଯେଉଁଥିରେ 25 ରୁ ଅଧିକ ପରିବାର କ୍ଷେତରେ ରହୁଛନ୍ତି । ଧୁଲେଟା ଗ୍ରାମରେ ସରକାରୀ କାଗଜପତ୍ର ଅନୁସାରେ ସମସ୍ତେ ଠିକ ଥିବାର ଜଣାପଡିଛି କିନ୍ତୁ ଗତ ସପ୍ତାହରେ ହୋଇଥିବା 7 ଜଣକ ମୃ-ତ୍ୟୁ ଗ୍ରାମବାସୀମାନଙ୍କ ମନରେ ଆ-ତ-ଙ୍କ ସୃଷ୍ଟି କରିଛି । ସେହିଭଳି 40 ଜଣ କରୋନା ପଜେଟିଭ ମଧ୍ୟ ଅଛନ୍ତି । ଗ୍ରାମବାସୀମାନଙ୍କ ଅଭିଯୋଗ ଯେ ସ୍ୱାସ୍ଥ୍ୟ ବିଭାଗ ଏଠାକାର କୌଣସି କେଶ ବିଷୟରେ କହୁନାହାଁନ୍ତି କିନ୍ତୁ ବାସ୍ତବତା ଏହାଠାରୁ ସମ୍ପୂର୍ଣ୍ଣ ଭିନ୍ନ । ପ୍ରଶାସନର ଅବହେଳା ଯୋଗୁଁ ଲୋକମାନଙ୍କ ପାଖରେ ଘର ଥିବା ସତ୍ତ୍ୱେ ସେମାନେ ଆକାଶ ତଳେ ରହିବାକୁ ବାଧ୍ୟ ହେଉଛନ୍ତି ।

Leave a Reply

Your email address will not be published. Required fields are marked *